ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ଭଙ୍ଗାରୁଜା, ଥାନାରେ ଅଭିଯୋଗ
Advertisement

ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ଭଙ୍ଗାରୁଜା, ଥାନାରେ ଅଭିଯୋଗ

କେହି ଦୁର୍ବୁତ୍ତ ରାତିରେ ଅଫିସର ଗେଟ୍ ଭାଙ୍ଗିବା ସହିତ ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁନେଁ ଅନେକ ପୋଷ୍ଟର ମଧ୍ୟ ଚିରିଦେଇଛନ୍ତି ଦୁର୍ବୁତ୍ତ । ଅଫିସ ସାମ୍ନାରେ ମଦ ବୋତଲ ମଧ୍ୟ ଭଙ୍ଗାଯାଇଛି । ଏନେଇ ଥାନାରେ ସିଦ୍ଧାର୍ଥ ଅଭିଯୋଗ ଆଣିଛନ୍ତି ।

ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ଭଙ୍ଗାରୁଜା, ଥାନାରେ ଅଭିଯୋଗ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ଭଙ୍ଗାରୁଜା ହୋଇଛି । କେହି ଦୁର୍ବୁତ୍ତ ରାତିରେ ଅଫିସର ଗେଟ୍ ଭାଙ୍ଗିବା ସହିତ ଅନେକ ଜିନିଷ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁନେଁ ଅନେକ ପୋଷ୍ଟର ମଧ୍ୟ ଚିରିଦେଇଛନ୍ତି ଦୁର୍ବୁତ୍ତ । ଅଫିସ ସାମ୍ନାରେ ମଦ ବୋତଲ ମଧ୍ୟ ଭଙ୍ଗାଯାଇଛି । ଏନେଇ ଥାନାରେ ସିଦ୍ଧାର୍ଥ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ଭଙ୍ଗାରୁଜା ହୋଇଥିବା ଅଫିସଟିକୁ ସିଦ୍ଧାର୍ଥ ଦଳୀୟ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି । ବିଭିନ୍ନ ଲୋକଙ୍କ ସହିତ ସାକ୍ଷାତ ଏବଂ ଅନେକ ବୈଠକ ସେଠାରେ ଅନୁଷ୍ଠିତ ହୋଇଥାଏ । ତେବେ ହଠାତ୍ କିଏ ଏବଂ କେଉଁ କାରଣ ପାଇଁ ଅଫିସରେ ପଶି ଭଙ୍ଗାରୁଜା କରିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ସିଦ୍ଧାର୍ଥ କହିଛନ୍ତି ଯେ, ହୁଏତ ମୋର ରାଜନୀତିକୁ ଆସିବାକୁ କିଛି ଅପରପକ୍ଷ ଦଳୀୟ କର୍ମୀ ହଜମ କରିପାରୁନାହାନ୍ତି । ସେମାନେ ଚାହାନ୍ତି ଯେ, ମୁଁ ରାଜନୀତି ନଲଢେ । ସେଥିପାଇଁ ହୁଏତ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏ ସମ୍ପର୍କରେ ସିଦ୍ଧାର୍ଥ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Also Read- Anant-Radhika Pre Wedding: ଅମ୍ୱାନୀ ପରିବାର ଉତ୍ସବରେ ରଙ୍ଗ ଭରିଲେ ରିହାନା

Also Read- Petrol Diesel Price Today: ଶସ୍ତା ହେଲା କି ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ କଣ ରହିଛି ଦର