ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ଦଳ
Advertisement
Article Detail0/zeeodisha/odisha2395047

ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ଦଳ

Naveen Patnaik: ନବୀନ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। 

ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ଦଳ

ଭୁବନେଶ୍ଵର: ପ୍ୟାରିସ୍‌ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳ ଗୁରୁବାର ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ନବୀନ ଖେଳାଳିମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚାକୁ ନେବା ପାଇଁ କାମ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। 

ସୋସିଆଲ ମିଡିଆ ପ୍ଲାର୍ଟଫର୍ମ 'ଏକ୍ସ' ରେ ଶେୟାର କରିଛନ୍ତି। ନବୀନ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତିବା ପରେ ବିଜେତା ଭାରତୀୟ ହକି ଦଳକୁ ଭେଟି ବହୁତ ଖୁସି ମିଳିଛି। ହକି କେବଳ ଏକ ଖେଳ ନୁହେଁ। ଏହା ଓଡ଼ିଶାର ଏକ ଜୀବନଶୈଳୀ। ଏହି ସୁନ୍ଦର ଖେଳ ସହିତ ଆମେ ସବୁବେଳେ ଏକ ସ୍ବତନ୍ତ୍ର ବନ୍ଧନ ବାଣ୍ଟିଛୁ। ଦଳ ନିଜର ବିଜୟର ଗତି ଜାରି ରଖୁ ଏବଂ ଦେଶ ତଥା ରାଜ୍ୟ ପାଇଁ ଅଧିକ ଗୌରବ ଆଣୁ ବୋଲି ନବୀନ କହିଛନ୍ତି।

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ବୁଧବାର ସମସ୍ତ ଖେଳାଳି ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଛି ଏବଂ ଲୋକସେବା ଭବନର କନ୍‌ଭେନଶନ ହଲଠାରେ ଏକ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରିଥିଲେ । ଓଡିଆ ଖେଳାଳୀ ଅମିତ୍‌ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା, ଟିମର ଗୋଲକିପର ପି.ଆର. ଶ୍ରୀଜେସଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯାଇଛି।