Odisha News: ନବୀନ ବନାମ ଜୟନାରାୟଣ: ଓଡ଼ିଆ ଅସ୍ମିତାକୁ ନେଇ ମୁହାମୁହିଁ
Advertisement
Article Detail0/zeeodisha/odisha2424511

Odisha News: ନବୀନ ବନାମ ଜୟନାରାୟଣ: ଓଡ଼ିଆ ଅସ୍ମିତାକୁ ନେଇ ମୁହାମୁହିଁ

‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗକୁ ନେଇ ପୁଣିଥରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।  ପୂର୍ବ ସରକାର ଶିକ୍ଷାର ଅପବ୍ୟବହାର କରି ମାତୃଭାଷା ଓ ‘ଓଡ଼ିଆ ଅସ୍ମିତା’କୁ ଜଳାଞ୍ଜଳି ଦେଇଥିବା  ନେଇ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ଆଉ ଏହାର କିଛି ସମୟ ପରେ ବିରୋଧୀ ଦଳ ନେତାଙ୍କ ସୋଶାଲ ମିଡିଆରେ ପ୍ରତିଆକ୍

Odisha News: ନବୀନ ବନାମ ଜୟନାରାୟଣ: ଓଡ଼ିଆ ଅସ୍ମିତାକୁ ନେଇ ମୁହାମୁହିଁ
(Odisha News) ଭୁବନେଶ୍ୱର: ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗକୁ ନେଇ ପୁଣିଥରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।  ପୂର୍ବ ସରକାର ଶିକ୍ଷାର ଅପବ୍ୟବହାର କରି ମାତୃଭାଷା ଓ ‘ଓଡ଼ିଆ ଅସ୍ମିତା’କୁ ଜଳାଞ୍ଜଳି ଦେଇଥିବା  ନେଇ ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି। ଆଉ ଏହାର କିଛି ସମୟ ପରେ ବିରୋଧୀ ଦଳ ନେତାଙ୍କ ସୋଶାଲ ମିଡିଆରେ ପ୍ରତିଆକ୍ଷେପ ଏବଂ ବିଜେପି ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଜବାବ ଏବେ ରାଜନୀତିକ ମହଲକୁ ଚଳ ଚଞ୍ଚଳ କରିଛି। 
 
 
 
ଶିକ୍ଷା ନାଁରେ କେଳେଙ୍କାରୀ ହୋଇଛି: ମୋହନ
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଓଡ଼ିଆ ଅସ୍ମିତା’କୁ ଜଳାଞ୍ଜଳି ଦେଇ କିଛି ନେତା ଓ ବ୍ୟକ୍ତି ନିଶ୍ଚିତଭାବେ କେଳେଙ୍କାରୀ କରି ଉଚ୍ଚା ହୋଇଯାଇଛନ୍ତି ବୋଲି ଭାବୁଛନ୍ତି। ଦେଖିବା କଥା କେତେଦିନ ଏ ରଙ୍ଗ ରହିବ।’ ଏପରିକି ଶିକ୍ଷା ନାଁରେ ଯେଉଁ ଅପସଂସ୍କାର  କରାଯାଇଛି ତାହାର ତଦନ୍ତ କରିବାକୁ ବି ମୁଖ୍ୟମନ୍ତ୍ରୀ ଇଙ୍ଗିତ କରିଛନ୍ତି। 
 
 
ଏହା କ'ଣ ଓଡ଼ିଆ ଅସ୍ମିତା: ନବୀନ
ମୁଖ୍ୟମନ୍ତ୍ରୀଙ୍କ ଏହି ଭାଷଣର କିଛି କ୍ଷଣ ପରେ ହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ୱିଟର ହ୍ୟ୍ୟାଣ୍ଡଲରୁ ଏକ ପୋଷ୍ଟ କରାଯାଇଛି। ଯେଉଁଥିରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଭାବଭଙ୍ଗୀକୁ ଇଙ୍ଗିତ କରାଯାଇଛି।  ସେ କହିଛନ୍ତି ‘ ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ। ଇତିହାସକୁ ବିକୃତ କରିବା ପାଇଁ କିଛି ଲୋକ ଅପଚେଷ୍ଟା କରୁଛନ୍ତି। ଆଗାମୀ ପୀଢ଼ି ପାଇଁ ଏହା କି ବାର୍ତ୍ତା ଦେବ? କଥାରେ କୋଣାର୍କ ହୁଏ ନାହିଁ। ଗୋଟିଏ ଅନୁଷ୍ଠାନ ଟିଏ ଗଢ଼ିବା ସହଜ ନୁହେଁ। ଦରକାର ଅନେକ ତ୍ୟାଗ ଓ ତପସ୍ୟା। ସାମୟିକ ସଫଳତାର ଉଲ୍ଲାସରେ ମଦମତ୍ତ ନେତାମାନେ ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛନ୍ତି। ସେମାନେ ମନେ ରଖିବା ଉଚିତ, ହିମାଳୟ ପରି ଉତ୍ତୁଙ୍ଗ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱକୁ ମଳିନ କରିବାକୁ ଚେଷ୍ଟା କଲେ ନିଜର ଅସ୍ତିତ୍ୱ ହରାଇ ବସିବେ’’। ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ କଥାକୁ ଏଠାରେ ଉଲେଲ୍ଲେଖ କରାଯାଇ ନଥିଲେ ମଧ୍ୟ ଏହା ସ୍ପଷ୍ଟ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଊଉଉଁ ଉତ୍କର୍ଷ ଅନୁଷ୍ଠାନ କଥା ଏଠାରେ ଉଲ୍ଲେଖ କରିଛନ୍ତି ତାହା ଏହି ବିଶ୍ବବିଦ୍ୟାଳୟକୁ ହିଁ ବୁଝାଉଛି। 
 
ଆର ଜନ୍ମକୁ ବୁଝିବେ ନବୀନ: ଜୟନାରାୟଣ
ନବୀନଙ୍କ ଏହି ମନ୍ତବ୍ୟ ଉପରେ ସମାନ ପ୍ଲାଟଫର୍ମରେ ଜବାବ ରଖିଛନ୍ତି ପୂର୍ବତନ ବିରୋଧୀ ଦଳ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ‘ନବୀନ ବାବୁଙ୍କୁ ଓଡ଼ିଆ ଅସ୍ମିତାର ମର୍ମ ବୁଝିବା ପାଇଁ ଆହୁରି ଗୋଟିଏ ଜନ୍ମ ଲାଗିବ । ୨୫ ବର୍ଷରେ ଓଡ଼ିଆ ଅସ୍ମିତାକୁ ଆପଣ ଯେଉଁ ଅବସ୍ଥାରେ ଛାଡି ଯାଇଛନ୍ତି, ଓଡ଼ିଶାର ଜନତା ତା’କୁ ବୁଝି ଠିକଣା ଜବାବ୍ ଦେଇଛନ୍ତି, ସେଥିପାଇଁ ଆପଣଙ୍କ ନେତୃତ୍ୱାଧୀନ ସରକାରକୁ ବିଦା କରିଛନ୍ତି ’।
 
ମହାପୁରୁଷଙ୍କ ବାବଦରେ ନବୀନ ଉଲ୍ଲେଖ କରିଥିବା ବିଷୟର ଜବାବରେ ଚଜୟନାରାୟଣ ପୁଣି କହିଛନ୍ତି ‘ ଆମ ମହାପୁରୁଷମାନଙ୍କ ଠାରୁ ଆପଣ କ’ଣ ଅନୁପ୍ରାଣିତ ହୋଇଛନ୍ତି, ପୂର୍ବ ଦିନ ମାନଙ୍କରେ ସମଗ୍ର ରାଜ୍ୟବାସୀ ଦେଖିସାରିଛନ୍ତି । ଓଡ଼ିଶାର ମହାପୁରୁଷମାନଙ୍କ ପ୍ରତି ତ୍ୟାଗ, ସାଧନା ଓ ଆଦର୍ଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସର୍ବୋପରି ଅନୁପ୍ରାଣିତ ହୋଇଛନ୍ତି ।
 
‘ନବୀନ ବାବୁ, ସାମୟିକ ସଫଳତାରେ ଉଲ୍ଲାସ ଆପଣ ହିଁ ନେଉଥିଲେ । ବିଜେପି କହିବା ଆଉ କରିବାରେ ବିଶ୍ୱାସ ରଖେ, ସେଥିପାଇଁ ରାଜ୍ୟବାସୀ ଭୋଟ୍ ଦେଇ ସରକାର ଗଠନରେ ସହାୟକ ହୋଇଛନ୍ତି । ଆପଣ ରିଲ୍ କୁ ଭାଇରାଲ୍ କରାଇବାରେ ବିଶ୍ୱାସ କରନ୍ତି ଆମେ ଆଉ ଆମ ଦଳ ବ୍ରାଣ୍ଡକୁ ପ୍ରତିଷ୍ଠିତ କରାଇବାରେ ଦୃଢ ବିଶ୍ୱାସ ରଖେ।