BJD New Member: ଛାମୁଆ ସଂଗଠନରେ ବିଜେଡିର ନୂଆ କର୍ମକର୍ତ୍ତା
Advertisement
Article Detail0/zeeodisha/odisha1879840

BJD New Member: ଛାମୁଆ ସଂଗଠନରେ ବିଜେଡିର ନୂଆ କର୍ମକର୍ତ୍ତା

ଭୁବନେଶ୍ୱର: ବିଜୁ ଜନତାଦଳ ପକ୍ଷରୁ ବିଭିନ୍ନ ଛାମୁଆ ସଂଗଠନ ଲାଗି ପଦାଧିକାରୀ ଘୋଷଣା କରାଯାଇଛି। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ବିଷୟରେ ସୂଚନା ଦେଇଛନ୍ତି। ଉଠାଦୋକାନୀ ବ୍ୟବସାୟୀ ସଂଘର ମୁଖ୍ୟ ସଂଯୋଜକ ଭାବେ ଯୁଗଳ ନାୟକ, ବିକାଶ ସଦାସ, ଦେବେନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି କରାଯାଇଛି। ଓଡ଼ିଶା ବିଦ୍ୟୁତ୍‍ କର୍ମଚାରୀ ମହାସଂଘର ମ

BJD New Member: ଛାମୁଆ ସଂଗଠନରେ ବିଜେଡିର ନୂଆ କର୍ମକର୍ତ୍ତା

BJD New Member: ଭୁବନେଶ୍ୱର: ବିଜୁ ଜନତାଦଳ ପକ୍ଷରୁ ବିଭିନ୍ନ ଛାମୁଆ ସଂଗଠନ ଲାଗି ପଦାଧିକାରୀ ଘୋଷଣା କରାଯାଇଛି। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏ ବିଷୟରେ ସୂଚନା ଦେଇଛନ୍ତି। ଉଠାଦୋକାନୀ ବ୍ୟବସାୟୀ ସଂଘର ମୁଖ୍ୟ ସଂଯୋଜକ ଭାବେ ଯୁଗଳ ନାୟକ, ବିକାଶ ସଦାସ, ଦେବେନ୍ଦ୍ର ପାଣିଗ୍ରାହୀଙ୍କୁ ନିଯୁକ୍ତି କରାଯାଇଛି। ଓଡ଼ିଶା ବିଦ୍ୟୁତ୍‍ କର୍ମଚାରୀ ମହାସଂଘର ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ରାଜୀବ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି। ଗ୍ରାମ ପଞ୍ଚାୟତ ସ୍ତରର ସଂଗଠନ ଲାଗି ଶ୍ରୀମୟୀ ମିଶ୍ର, ଦିପାଳୀ ଦାସ, ସୁଭଦ୍ରା ଦାସଙ୍କୁ ନିଯୁକ୍ତି ଦିଆଯାଇଛି। 

ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟକ ମହାସଙ୍ଗର ମୁଖ୍ୟ ସଂଯୋଜକ ଭାବେ ପ୍ରୀତି ରଞ୍ଜନ ଘଡ଼େଇ, ସୁଲତା ଦେଓ, ସର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଏବଂ ଦୁର୍ଗା ସାମନ୍ତରାୟଙ୍କୁ ନିଯୁକ୍ତ କରାଯାଇଛି। 

ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ସଂଗଠନର ମୁଖ୍ୟ ସଂଯୋଜକ ଭାବେ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର, ପ୍ରଦୀପ କୁମାର ନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଆଶାକର୍ମୀ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକ ଭାବେ ସ୍ୱରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ କୁମାର ନାୟକଙ୍କୁ ନିଯୁକ୍ତ ଦିଆଯାଇଛି। କୋଇଲା ଖଣି ଓେରଳ ଶ୍ରମିକଙ୍କ ସାମ୍ମୁଖ୍ୟର ମୁଖ୍ୟ ସଂଯୋଜକ ହୋଇଛନ୍ତି ସୁଶାନ୍ତ କୁମାର ବେହେରା, କୁନା ବିହାରୀ ଦାସ ଏବଂ ପଞ୍ଚାନନ ସେନାପତି। ନିର୍ମାଣ ଶ୍ରମିକ ସଂଘର ମୁଖ୍ୟ ସଂଯୋଜକ ହେବେ ବେୈଦ୍ୟନାଥ ଦାସ, ରାଜେନ୍ଦ୍ର ଦାସ ଏବଂ ବାଲା ରାୟ।

Also Read: Women Reservation Bill: ମହିଳା ସଂରକ୍ଷଣ ବିଧେୟକ ସମ୍ପର୍କରେ ବିଜେଡିରୁ କହିବେ ସର୍ମିଷ୍ଠା ଓ ରାଜଶ୍ରୀ, କଂଗ୍ରେସ କଲା ସମର୍ଥନ

Also Read: PM Modi launches Whatsaap Channel: ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚାହୁଁଛନ୍ତି କି, ଏହି ଚ୍ୟାନେଲକୁ ଫଲୋ କରନ୍ତୁ

Also Read: Kalia Scheme: ରାଜ୍ୟ ସରକାରଙ୍କ ନୂଆଖାଇ ଭେଟି, ଆଜି ଆକାଉଣ୍ଟକୁ ଯିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି