CHSE Odisha result 2023: ଏହି ଦିନ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା ହେବ ତାରିଖ
Advertisement
Article Detail0/zeeodisha/odisha1714360

CHSE Odisha result 2023: ଏହି ଦିନ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା ହେବ ତାରିଖ

CHSE Odisha result: ଗତ ମାର୍ଚ୍ଚ ମାସ ୧ ତାରିଖରେ ଯୁକ୍ତ ୨ ପରୀକ୍ଷା  ଆରମ୍ଭ ହୋଇଥିଲା । ପ୍ରାୟ ୧୯ଟି ସିଟିଂରେ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । 

ସୌ(ସୋସିଆଲ ମିଡିଆ)

CHSE Odisha result 2023: ରବିବାର ଯୁକ୍ତ ୨ ଫଳାଫଳ ପ୍ରକାଶ ନେଇ ତାରିଖ ଘୋଷଣା ନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା (Council of Higher Secondary Education) ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ତେବେ ପ୍ରଥମେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ (CHSE Odisha result 2023) ପ୍ରକାଶ ପାଇବା ନେଇ ସୂଚନା ରହିଛି । ପରବର୍ତ୍ତୀ ସମୟରେ କଳା (Arts) ଓ ଧନ୍ଦାମୂଳକର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ତେବେ ଜୁନ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ୧ ତାରିଖରେ ଯୁକ୍ତ ୨ ପରୀକ୍ଷା (CHSE Odisha Exam) ଆରମ୍ଭ ହୋଇଥିଲା । ପ୍ରାୟ ୧୯ଟି ସିଟିଂରେ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ଦେଖାଯାଇଛି । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉଭୟ ଅନଲାଇନ ଏ ଅଫଲାଇନ ଖାତା ଦେଖା ହୋଇଥିଲା । ସେହିପରି ୨ୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ ୭ ପର୍ଯ୍ୟନ୍ତ ଅନଲାଇନ ଓ ୨୩ ଏପ୍ରିଲରୁ ମେ ୪ ତାରିଖ ପର୍ଯ୍ୟନ୍ତ ଅଫଲାଇନରେ ଖାତା ମୂଲ୍ୟାୟନ କରାଯାଇଛି । ମୂଲ୍ୟାୟନ ସରିବା ପରେ ଏବେ ରାଜ୍ୟ ବାହାରର ଏକ ଆଇଟି ସେଣ୍ଟରରେ ଏହାର ଡ଼ାଟାବେସ ପ୍ରସ୍ତୁତ କରାଯାଉଛି । ଏଥିସହ ମାର୍କସିଟ୍ ଓ ସାର୍ଟିଫିକେଟ ମଧ୍ଯ ପ୍ରସ୍ତୁତ କରାଯାଉଛି । ଏ ସମସ୍ତ କାର୍ଯ୍ୟ ୨୮ ତାରିଖ ସୁଦ୍ଧା ଶେଷ ହେବ । ପରେ ୨୮ ତାରିଖ ଅର୍ଥାତ୍ ଆଜି ସଂଧ୍ୟ୍ୟାରେ ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା କରାଯିବ । ସେହିପରି ଏଥର ଯୁକ୍ତ ୨ ପରୀକ୍ଷା ଫଳ ଗତବର୍ଷ ତୁଳନାରେ ଭଲ ହେବ ବୋଲି ଆଶା କରାଯାଉଛି ।

Aslo Read-IPL Final 2023: ଫାଇନାଲରେ ଚେନ୍ନାଇ ଓ ଗୁଜୁରାଟ ଟକ୍କର, ଜାଣନ୍ତୁ କେମିତି ଓ କେଉଁଠି ଦେଖିପାରିବେ ଲାଇଭ ମ୍ୟାଚ୍

ପ୍ରକାଶ ଥାଉ କି, ଚଳିତ ମଇ ୧୮ ତାରିଖ ଦିନ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ (Odisha Matric Exam 2023) । ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଥିବା ବେଳେ ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି ବର୍ଷ ମୋଟ ୫୦୫୪୦୪ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ରହିଥିବା ବେଳେ ୨୫୭୧୦୬ ଜଣ ଛାତ୍ରୀ ଥିବା ଜଣାପଡ଼ିଛନ୍ତି । ତେବେ ଚଳିତ ବର୍ଷ ପୁଣିଥରେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଥିଲେ ଛାତ୍ରୀ । ଏଥର ଛାତ୍ରୀଙ୍କ ପାସହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୯୫.୭୪% । ସେପଟେ କଟକ ଓ ଜଗତସଂହପୁର ଜିଲ୍ଲାରେ ମାଟ୍ରିକ ରେଜଲ୍ଟ ପାସ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲାକାନଗିରିରେ ପାସହାର ସର୍ବନିମ୍ନ ୯୨.୬୮ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଏବର୍ଷ ମାଟ୍ରିର ପରୀକ୍ଷା ଫଳ ଭଲ ହୋଇଛି ।