ଦୁର୍ଘଟଣାରେ ଶହୀଦ ହେଲେ ଓଡ଼ିଆ ଯବାନ
Advertisement

ଦୁର୍ଘଟଣାରେ ଶହୀଦ ହେଲେ ଓଡ଼ିଆ ଯବାନ

ତାମିଲନାଡୁର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ଆଜି ଏକ ଦୁର୍ଘଟଣା କାରଣରୁ ଶହୀଦ ହୋଇଛନ୍ତି । ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଦୁର୍ଘଟଣାରେ ଶହୀଦ ହେଲେ ଓଡ଼ିଆ ଯବାନ

କଟକ: ତାମିଲନାଡୁର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ଆଜି ଏକ ଦୁର୍ଘଟଣା କାରଣରୁ ଶହୀଦ ହୋଇଛନ୍ତି । ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଶହୀଦ ପ୍ରମୋଦ କୁମାର,  ପଞ୍ଚମ IRBN ବାଟାଲିୟନ, ବୌଦ୍ଧରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ। ସେ ୨୦୦୯ ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆଗକୁ ତାମିଲନାଡୁରେ ସାଧାରଣ ନିର୍ବାଚନ ରହିଛି। ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର ୩୦ଟି କମ୍ପାନୀ ତାମିଲନାଡୁ ଗସ୍ତରେ ଯାଇଛନ୍ତି। ଗତ ୪ ତାରିଖରେ ଶ୍ରୀ ମାଝୀ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଏକ ଗାଡି ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଶହୀଦ ହେବା ଖବର ଶୁଣି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି। ଏହା ସହ ଶ୍ରୀ ମାଝୀଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ

Also Read- ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଫସାଉଥିଲା ଯୁବକ, ଆଉ ତାପରେ କରୁଥିଲା ଲୁଟ୍