Uttarkashi Tunnel Rescue: ଉଦ୍ଧାର ଶ୍ରମିକଙ୍କୁ ସ୍ବାଗତ କଲା ଜନ୍ମ ମାଟି
Advertisement
Article Detail0/zeeodisha/odisha1991884

Uttarkashi Tunnel Rescue: ଉଦ୍ଧାର ଶ୍ରମିକଙ୍କୁ ସ୍ବାଗତ କଲା ଜନ୍ମ ମାଟି

ମୟୂରଭଞ୍ଜ: ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ଶ୍ରମିକ ବାହୁଡ଼ିଲେ ନିଜ ଜନ୍ମ ମାଟିକୁ। ଆଉ ପହଞ୍ଚିଲା ପରେ କରାଯାଇଛି ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା। ଦୀର୍ଘ ସତର ଦିନ ଟନେଲ ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ଶ୍ରମିକମାନେ, କେବେ ଟନେଲ ଭିତରୁ ଉଦ୍ଧାର ହେବେ ତାହା ବି ଜଣା ନ ଥିଲା। ଶ୍ରମିକଙ୍କ ପରିବାର ଲୋକ ଥିଲେ ଦୁଃଖ

Uttarkashi Tunnel Rescue: ଉଦ୍ଧାର ଶ୍ରମିକଙ୍କୁ ସ୍ବାଗତ କଲା ଜନ୍ମ ମାଟି

Uttarkashi Tunnel Rescue: ମୟୂରଭଞ୍ଜ: ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ଶ୍ରମିକ ବାହୁଡ଼ିଲେ ନିଜ ଜନ୍ମ ମାଟିକୁ। ଆଉ ପହଞ୍ଚିଲା ପରେ କରାଯାଇଛି ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା। ଦୀର୍ଘ ସତର ଦିନ ଟନେଲ ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ଶ୍ରମିକମାନେ, କେବେ ଟନେଲ ଭିତରୁ ଉଦ୍ଧାର ହେବେ ତାହା ବି ଜଣା ନ ଥିଲା। ଶ୍ରମିକଙ୍କ ପରିବାର ଲୋକ ଥିଲେ ଦୁଃଖ ଆଉ ମାନସିକ ଚାପରେ। ଶେଷରେ ସତର ଦିନ ପରେ ମୃତ୍ୟୁର ଟନେଲ ଭିତରୁ ବାହାରିଲେ ଶ୍ରମିକ। ତାଙ୍କର ଜନ୍ମ ମାଟିକୁ ଫେରିଛନ୍ତି। ସ୍ତ୍ରୀ ଅପେକ୍ଷା କରି ରହିଥିଲା କେତେବେଳେ ପରିବାରକୁ ଫେରିବେ ସ୍ଵାମୀ, ଆଉ ମା ଅପେକ୍ଷା କରିଥିଲେ ପୁଅକୁ। ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା। ଶ୍ରମିକମାନେ ଘରକୁ ଫେରିଲା ପରେ ପାରମ୍ପରିକ ଗ୍ରାମୀଣ ରୀତିନୀତି ଅନୁସାରେ ହଳଦୀ ପାଣିରେ ଗୋଡ଼ ଧୋଇ ବନ୍ଦାପନା କରି ସ୍ବାଗତ କରାଯାଇଛି। ଆଉ ଆତ୍ମହରା ହେଲେ ପରିବାର ଲୋକ। ଶେଷରେ ୧୭ ଦିନର କଳା କାହାଣୀ ବାଖାଣିଲେ ଧୀରେନ ନାଏକ।

ଅନ୍ୟପଟେ ଦୀର୍ଘ  ସତର ଦିନ ଧରି ଧିରେନଙ୍କ ପରିବାର ଉପରେ ଖସି ପଡିଥିଲା ଦୁଃଖର ପାହାଡ। ଏକ ମାତ୍ର ରୋଜୋଗାରିଆ ପୁଅ ଟନେଲ ଭିତରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିବାର ଲୋକ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପୁଅର ବାହୁଡ଼ିବା ବାଟକୁ ଅନେଇ ଅନେଇ ମା ଆଖିର ଲୁହ ବନ୍ଦ ହେଉ ନ ଥିବା ବେଳେ ପୁଅକୁ ଦେଖି କୁଣ୍ଢେଇ ପକେଇ ଭୋ ଭୋ ହେଇ କାନ୍ଦିଲେ ମା। ସେ ଥିଲା ଖୁସିର ଲୁହ। ଆଉ ପୁଅକୁ ବାହାରକୁ କାମ କରିବାକୁ ଛାଡିବିନି ବୋଲି କହିଛନ୍ତି ମା। ଅନ୍ୟପଟେ ଧୀରେନଙ୍କ ସହ ଟନେଲ ଭିତରେ ଫସିଥିଲେ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକ। 

ବିଶେଶ୍ୱର ମଧ୍ୟ ପରିବାର ଏକ ମାତ୍ର ରୋଜଗାରିଆ ପୁଅ ହେଇଥିବାରୁ ଅଚଳ ହେଇ ପଡିଥିଲା ତାଙ୍କ ପରିବାର। ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବୁଢ଼ା ବାପା ମା,ଆଉ ସ୍ତ୍ରୀ ଛୁଆ ପିଲାଙ୍କ ଆଖିରୁ ଲୁହ ଶୁଖିନଥିଲା। ଆଜି ବିଶେଶ୍ୱର ଘରକୁ ଫେରିଲା ପରେ ବୁଢ଼ା ବାପା ମା ଆଉ ସ୍ତ୍ରୀ ମୁହଁରେ ଫୁଟିଛି ହଁସ। ପୁଅକୁ ସ୍ବାଗତ କରିବା ବେଳକୁ ସମସ୍ତଙ୍କ ମୁହଁରେ ଥିଲା ଅବ୍ୟକ୍ତ ଖୁସି। କେତେ ଦିଅଁ, ଠାକୁରକୁ ମାନସିକ କରିଥିଲେ ମା ଆଉ ସେଇ ସତର ଦିନର କଳା କାହାଣୀ ବଖାଣିଥିଲେ ବିଶ୍ୱେଶ୍ୱର।

ସେପଟେ ଶ୍ରମିକ ନିଜ ଘରକୁ ଫେରିବା ପରେ ସେମାନଙ୍କୁ ସ୍ବାଗତ ଜଣାଇବା ପାଇଁ ଘରେ ପହଞ୍ଚିଥିଲେ ବାଙ୍ଗିରିପୋଷି ବିଡ଼ିଓ ଏବଂ ତହସିଲଦାର। ଫୁଲ ତୋଡା ଦେଇ ସ୍ବାଗତ କରିବାପରେ ଏହି ଶ୍ରମିକଙ୍କୁ ଆଉ ବାହାରକୁ କାମ କରିବା ପାଇଁ ଛଡାଯିବ ନାହିଁ ବୋଲି କହିଥିଲ। ସରକାରଙ୍କ ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରତି ଦେଇଥିଲେ। କେବଳ ସେତିକି ନୁହେଁ ଏହି ଘଟଣାରୁ ଧର୍ଯ୍ୟ କଣ ବୋଲି ଶିକ୍ଷା ଲାଭ କରିଥିଲେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତେବେ ମା ର ମମତା ଆଉ ସ୍ତ୍ରୀ ର  ସ୍ନେହ ଆଗରେ ହାର ମାନିଲା ମୃତ୍ୟୁ, ଆଉ ଶେଷରେ ମା ର ମମତା ଆଗରେ ମୁଣ୍ଡ ନୂଆଁଇଲେ ଭଗବାନ। ମା' କୋଳକୁ ଆଉ ସ୍ତ୍ରୀ ପାଖକୁ  ଫେରି ଆସିଲା  ତାଙ୍କ ଜୀବନ।