Suspected Rocket Found in Puri: ବେଳାଭୂମିରୁ ମିଳିଲା ରକେଟ୍ ଆକୃତିର ଯନ୍ତ୍ରାଂଶ; ଦେଖିବା ପାଇଁ ଏକାଠି ହେଲେ ଲୋକ
Advertisement

Suspected Rocket Found in Puri: ବେଳାଭୂମିରୁ ମିଳିଲା ରକେଟ୍ ଆକୃତିର ଯନ୍ତ୍ରାଂଶ; ଦେଖିବା ପାଇଁ ଏକାଠି ହେଲେ ଲୋକ

Rocket Shaped Device Found in Puri Beach: ମଙ୍ଗଳବାର  ପୁରୀ ପେଣ୍ଠକଟା ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଜିଲ୍ଲାର ବାଲିହରଚଣ୍ଡୀ ମୁହାଣରେ ଏକ ରକେଟ୍ ଆକୃତିର ଯନ୍ତ୍ରାଂଶ ମିଳିଥିଲା।

Suspected Rocket Found in Puri: ବେଳାଭୂମିରୁ ମିଳିଲା ରକେଟ୍ ଆକୃତିର ଯନ୍ତ୍ରାଂଶ; ଦେଖିବା ପାଇଁ ଏକାଠି ହେଲେ ଲୋକ

ANA Drone Found in Puri Beach: ପୁରୀ ପେଣ୍ଠକଟା ବେଳାଭୂମିରୁ ରକେଟ୍ ଆକୃତିର ଏକ ଯନ୍ତ୍ରାଂଶ ଦେଖିବାକୁ ମିଳିଛି। ଯେଉଁଥିରେ ANA DRONE ବୋଲି ଲେଖାଯାଇଛି। ପେଣ୍ଠକଟା ବେଳାଭୂମିର କିଛି ମତ୍ସ୍ୟଜୀବୀ ବାଲିହରଚଣ୍ଡୀ ମୁହାଣରେ ଜାଲ ପକାଇ ମାଛ ଧରିବା ବେଳେ ଏଭଳି ଡ୍ରୋନ ଆକୃତିର ଯନ୍ତ୍ରାଂଶ ସେମାନଙ୍କ ଜାଲରେ ପଡ଼ିଥିଲା। ପରେ ସେମାନେ ଏହାକୁ ଉଦ୍ଧାର କରି ସେମାନଙ୍କ ଡଙ୍ଗାରେ ଆଣି ପୁରୀ ପେଣ୍ଠକଟା ବେଳାଭୂମିରେ ରଖିଥିଲେ। ସମ୍ପର୍ଣ୍ଣ ପ୍ଲାଷ୍ଟିକ କିମ୍ବା ଫାଇବର କଭର୍ ଦ୍ୱାରା ଆଚ୍ଛାଦିତ ଏହି ଯନ୍ତ୍ରାଂଶ ପ୍ରାୟ ୮ ଫୁଟ ଲମ୍ବା ହେବ ବୋଲି କୁହାଯାଉଛି। 

ଯେଉଁଥିରେ କିଛି ଉପକରଣ ସହ କିଛି ଲୁହା ଯନ୍ତ୍ରାଂଶ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ହେଲେ ପ୍ରାୟ ୮ ଫୁଟ ଲମ୍ବା ରକେଟ୍ ଆକୃତିର ଯନ୍ତ୍ରାଂଶ ଗଭୀର ସମୁଦ୍ର ଭିତରେ କେମିତି ପଡିଲା, କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୃଶ୍ୟ ଉତ୍ତୋଳନ ବେଳେ ପଡି ଯାଇଛି ନାଁ ନାହଁ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। କୋଷ୍ଟଗାଡ୍ ପକ୍ଷରୁ ସମୁଦ୍ର ଭିତରେ ପାଟ୍ରୋଲିଂ କଡାକଡି କରାଯାଉନଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି। ଅନ୍ୟପଟେ ସମୁଦ୍ର ମିଳିଥିବା ଏଭଳି ରକେଟ ଆକୃତିର ଯନ୍ତ୍ରାଂଶ ଦେଖିବାକୁ ପେଣ୍ଠକଟା ବେଳାଭୂମିରେ ଭିଡ ପରିଲକ୍ଷିତ ହୋଇଛି। ଖବର ମିଳିବା ପର୍ଯ୍ୟନ୍ତ ପେଣ୍ଠକଟା ମେରାଇନ୍ ଥାନା ପୋଲିସ ସେହି ଯନ୍ତ୍ରାଂଶ ନିକଟରେ ପହଞ୍ଚିନାହିଁ। ଏହି ଡ୍ରୋନ କେଉଁ କେଉଁ ଦୃଶ୍ୟ ଉତ୍ତୋଳନ କରିଛି ସେନେଇ ମେରାଇନ୍ ଥାନା ପୋଲିସ ଏବଂ କୋଷ୍ଟଗାଡ୍ ପକ୍ଷରୁ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି। 

ମଙ୍ଗଳବାର ପୁରୀ ଜିଲ୍ଲା ବାଲିହରଚଣ୍ଡି ମୁହାଣରେ ମାଛ ମାରିବା ବେଳେ ପେଣ୍ଠକଟା ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ଏହି ଡ୍ରୋନ୍‌। ଯାହାକୁ ସମୁଦ୍ର ଭିତରୁ ପେଣ୍ଠକଟା ଆଣିଥିଲେ ମତ୍ସ୍ୟଜୀବୀ। ଯାହା ପରେ ପେଣ୍ଠକଟା ବେଳାଭୂମିରେ ରକେଟ୍ ଆକୃତିର ଯନ୍ତ୍ରାଂଶ ଦେଖିବାକୁ ପାଇଥିଲେ ଲୋକେ। ଯେଉଁଥିରେ ANA DRONE ଲେଖା ହୋଇଥିବାର ଦେଖିବାକୁ ମିଳିଥିଲା। ପେଣ୍ଠକଟା ମତ୍ସ୍ୟଜୀବୀ ବାଲିହରଚଣ୍ଡୀ ମୁହାଣରେ ଜାଲ ପକାଇ ମାଛ ଧରିବା ବେଳେ ଅଚାନକ ଏଭଲି ରକେଟ ଆକାରର ଯନ୍ତ୍ରାଂଶ ସେମାନଙ୍କ ଜାଲରେ ଲାଗିଥିଲା। ପରେ ସେମାନେ ଏହାକୁ ବାଲିହରଚଣ୍ଡୀ ମୁହାଣରୁ ଉଦ୍ଧାର କରି ପେଣ୍ଠକଟା ବେଳାଭୂମିକୁ ଆଣିଥିଲେ।

ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ କିମ୍ବା ଫାଇବର କଭର୍ ଦ୍ୱାରା ଆଚ୍ଛାଦିତ ହୋଇଛି ଏହି ରକେଟ୍ ଆକୃତିର ଏହି ଯନ୍ତ୍ରାଂଶ। ପ୍ରାୟ ୮ ଫୁଟ ଲମ୍ବା ଯନ୍ତ୍ରାଂଶରେ କିଛି ଉପକରଣ ସହ କେତେକ ଲୁହା ଯନ୍ତ୍ରାଂଶ ମଧ୍ୟ ରହିଛି। ଏହି ଡ୍ରୋନ୍ କିପରି ଗଭୀର ସମୁଦ୍ରରେ ପଡିଲା? କୌଣସି ଦୃଶ୍ୟ ଉତ୍ତୋଳନ ବେଳେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ସମୁଦ୍ରରେ ପଡ଼ିଛି ନାହିଁ ସେ ନେଇ କୌଣସି ଖବର ମିଳିନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ କୋଷ୍ଟଗାଡ୍ ସମୁଦ୍ରରେ ପାଟ୍ରୋଲିଂ  କଡାକଡି କରୁନଥିବା ଅନୁମାନ କରାଯାଉଛି। ଏହି ଯନ୍ତ୍ରାଂଶକୁ ଦେଖିବାକୁ ପେଣ୍ଠକଟା ବେଳାଭୂମିରେ ଲୋକ ଏକାଠି ହୋଇଥିଲେ। ଏହି ଡ୍ରୋନ କେଉଁ କେଉଁ ଦୃଶ୍ୟ ଉତ୍ତୋଳନ କରିଛି ସେନେଇ ମେରାଇନ୍ ଥାନା ପୋଲିସ ଏବଂ କୋଷ୍ଟଗାଡ୍ ପକ୍ଷରୁ ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି।