Odisha News: ମୁଣ୍ଡଳୀରେ ଅଟକିଛି ପୁରୀ ପାଇଁ ପିଇବା ପାଣି, ବିଧାନସଭାରେ ଶାସକ ବିଧାୟକ ମନ୍ତ୍ରୀଙ୍କୁ ଘେରିଲେ
Advertisement
Article Detail0/zeeodisha/odisha2423173

Odisha News: ମୁଣ୍ଡଳୀରେ ଅଟକିଛି ପୁରୀ ପାଇଁ ପିଇବା ପାଣି, ବିଧାନସଭାରେ ଶାସକ ବିଧାୟକ ମନ୍ତ୍ରୀଙ୍କୁ ଘେରିଲେ

Odisha News: ପୁରୀ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଆଗକୁ ଏହା ଆହୁରି ଉଗ୍ର ହେବାକୁ ଯାଉଛି। ଏପରିକି ଭୁବନେଶ୍ୱରରୁ ନିର୍ଗତ ମଇଳା ଜଳ ଦୟା ନଦୀରେ ମିଶିବା ଯୋଗୁ ପୁରୀ ଜିଲ୍ଲା ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଭଲ ପାଣି ପାଇଁ ସେମାନଙ୍କୁ ଜଳ କିଣିବାକୁ ହେଉଛି ବୋଲି ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର ବିଜେପି ବିଧାୟକ ଓମ୍‍ ପ୍ରକାଶ ମିଶ୍ର ଏବଂ ଆଶ୍ରିତ ପଟ୍ଟନାୟକ। 

 Odisha News: ମୁଣ୍ଡଳୀରେ ଅଟକିଛି ପୁରୀ ପାଇଁ ପିଇବା ପାଣି, ବିଧାନସଭାରେ ଶାସକ ବିଧାୟକ ମନ୍ତ୍ରୀଙ୍କୁ ଘେରିଲେ
(ଭୁବନେଶ୍ୱର): ପୁରୀ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଆଗକୁ ଏହା ଆହୁରି ଉଗ୍ର ହେବାକୁ ଯାଉଛି। ଏପରିକି ଭୁବନେଶ୍ୱରରୁ ନିର୍ଗତ ମଇଳା ଜଳ ଦୟା ନଦୀରେ ମିଶିବା ଯୋଗୁ ପୁରୀ ଜିଲ୍ଲା ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଭଲ ପାଣି ପାଇଁ ସେମାନଙ୍କୁ ଜଳ କିଣିବାକୁ ହେଉଛି ବୋଲି ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲାର ବିଜେପି ବିଧାୟକ ଓମ୍‍ ପ୍ରକାଶ ମିଶ୍ର ଏବଂ ଆଶ୍ରିତ ପଟ୍ଟନାୟକ। ମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ମୁଣ୍ଡଳୀରୁ ପାଣି ଆଣିବାକୁ ସରକାର ଯୋଜନା କରିଛନ୍ତି। କିନ୍ତୁ ପ୍ରତିବନ୍ଧକ ହୋଇଛି ଭାର୍ଗବୀ। 
 
ପୁରୀ ଜିଲ୍ଲାର ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ, କୃଷ୍ଣପ୍ରସାଦ, ଡେଲାଙ୍ଗ ଆଦି ଆଅଞ୍ଚଳରେ ପିଇବା ପାଣି ଲାଗି ସରକାର ଏବେ ୫ଟି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି। ଏହି ସମସ୍ତ ଜଳ ଯୋଗାଣ ପ୍ରକଳ୍ପ ‘ପ୍ରତିଘର ନଳରୁ ଜଳ’ ଯୋଜନାରେ ସାମିଲ ରହିଛି। ଏସବୁ ପ୍ରକଳ୍ପକୁ କିନ୍ତୁ ପାଣି ଯୋଗାଇବା ଲାଗି ଗୋଟିଏ ବ୍ୟବସ୍ଥା ରହିଛି ତାହା ହେଲା ଦୟା ନଦୀ। ହେଲେ ନଭେମ୍ବର ପରଠାରୁ ଦୟା ନଦୀରେ ପାଣି ଶୁଖିଯାଉଥିବାରୁ ପାଣି ଆସିବ କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଓମ୍‍ ପ୍ରକାଶ ମିଶ୍ର।
 
ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ ଏ ପ୍ରଶ୍ନର ଉତ୍ତରରେ କହିଛନ୍ତି ରାଜ୍ୟ ସରକାର ବନ୍ଧ ଓ ବ୍ୟାରେଜ ମାଧ୍ୟମରେ ନଦୀର ଜଳ ଅଟକାଇ ଆବଶ୍ୟକ ସମୟରେ ତାହାକୁ ଛାଡ଼ିବା ବ୍ୟବସ୍ଥା କରିଛନ୍ତି। ଏ-ଥିଲାଗି ପ୍ରଥମ ପର୍ଯ୍ୟାୟରେ ଦୟାକୁ ପାଣି ଯୋଗାଉଥିବା କାଠଯୋଡ଼ିରେ ପାଣି ପ୍ରବାହ ଜାରି ରଖିବା ଲାଗି ସରକାର ମୁଣ୍ଡଳୀ ବ୍ୟାରେଜରେ ପାଣି ଜମା ରଖିଛନ୍ତି। କିନ୍ତୁ ସମସ୍ୟା ହେଉଛି କାଠ ଯୋଡ଼ିରୁ ଦୟା ନଦୀକୁ ପାଣି ଆସିବା ବଳକୁ ତାହା ଭାର୍ଗବୀ ନଦୀ ଦେଇ ଚାଲି ଯାଉଛି। ଭାର୍ଗବୀ ନଦୀର ଶଯ୍ୟା ଗଭିର ହୋଇଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି। ଏଣୁ ସରକାର ଭାର୍ଗବୀ ଲାଗି ଏକ ବନ୍ଧ ବାନ୍ଧିବା ଯୋଜନା କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। 
 
ଶ୍ରୀ ନାଏକ କହିଛନ୍ତି, ରାଜ୍ୟ ସରକାର ୫ଟି ପ୍ରଳକ୍ପ ଜରିଆରେ ପୁରୀ ଜିଲ୍ଲାକୁ ପାଣି ଯୋଗାଣ ଲାଗି ଉଦ୍ୟଗ କରୁଛନ୍ତି। ଏହାଦ୍ୱାରା କଣାସର ୧୨୬ ଗାଁ, ବ୍ରହ୍ମଗିରିର ୧୮, ସତ୍ୟବାଦୀର ୧୪ ଏବଂ କୃଷ୍ଣ ପ୍ରସାଦ ବ୍ଲକ୍‍ର ୬୯ ଗାଁ ଉପକୃତ ହୋଇପାରିବେ। ଏସବୁ ପ୍ରକଳ୍ପକୁ ସରକାର ୩୦ ଜୁନ୍‍ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖରାଦିନେ ପାଣି ଶୁଖିଯାଉଥିବାରୁ ସରକାର ବିଭିନ୍ନ ନଦୀ ଶଯ୍ୟାରେ ବନ୍ଧ ନିର୍ମାଣ କରି ବର୍ଷା ଦିନରେ ପାଣି ସଂରକ୍ଷଣ କରିବା ଲାଗି ପଦକ୍ଷେପ ନେଇଛନ୍ତି।  ଏହା ହେଲେ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। 
 
କିନ୍ତୁ ମନ୍ତ୍ରୀରଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ସେ କହିଛନ୍ତି ଏମିତିରେ ନଦୀରେ ପାଣି ମିଳୁ ନାହିଁ। ବ୍ୟାରେଜ୍‍ ବା ବନ୍ଧ ହେଲେ  ଆହୁରି ପାଣିର ଅଭାବ ହେବ ବୋଲି ସେ ଅଭିଯୋଗ କରିଛନ୍ତି। ହେଲେ ମନ୍ତ୍ରୀ କହିଛନ୍ତି, ବନ୍ଧ ହେଲେ ପାଣି ନିୟନ୍ତ୍ରଣରେ ରହିବ ତଥା ଯେତେବଳେଇ ଯେତିକି ପାଣିର ଆବଶ୍ୟକତା ରହିବ ସେତିକି ପାଣି ଦୟା ନଦୀକୁ ପଠାଯାଇପାରିବ।