Bhubaneswar: ଓଡିଶା ପରିବାର ନିର୍ଦ୍ଦେଶାଳୟ ସମନ୍ୱୟରେ ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର (Prabasi Odia Samaj) ନବମ ବାର୍ଷିକ ଉତ୍ସବ ''ଝଙ୍କାର'' ପାଳିତ ହୋଇଯାଇଛି । ଏହି ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ (Naveen Patnaik) ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।
Trending Photos
Bhubaneswar: ଓଡିଶା ପରିବାର ନିର୍ଦ୍ଦେଶାଳୟ ସମନ୍ୱୟରେ ଆବୁଧାବିରେ ପ୍ରବାସୀ ଓଡ଼ିଆ ସମାଜର (Prabasi Odia Samaj) ନବମ ବାର୍ଷିକ ଉତ୍ସବ ''ଝଙ୍କାର'' ପାଳିତ ହୋଇଯାଇଛି । ଏହି ଅବସରରେ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ (Naveen Patnaik) ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରଚାର କ୍ଷେତ୍ରରେ ପ୍ରବାସୀ ଓଡ଼ିଆମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।
ସୂଚନା ଅନୁଯାୟୀ, ଆବୁଧାବିରେ (Abu Dhabi) ଅନୁଷ୍ଠିତ ପ୍ରବାସୀ ଓଡ଼ିଆ ସମାଜର ନବମ ବାର୍ଷିକ ଉତ୍ସବ ''ଝଙ୍କାର'' ପାଳନ ଅବସରରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରବାସୀ ଓଡ଼ିଆ ମାନେ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ଦକ୍ଷତା ଦ୍ୱାରା ଦେଶ ତଥା ରାଜ୍ୟକୁ ଗୌରବନିତ୍ବ କରିଛନ୍ତି । ଓଡିଶାରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ଉପସାଗରୀୟ ରାଷ୍ଟ୍ର ଗୁଡିକ ସହ ବାଣିଜ୍ୟ ଓ ପର୍ଯ୍ୟଟନ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି ହୋଇଛି । ଓଡିଶା ଆଜି ବିକାଶର ବିଭିନ୍ନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଅନ୍ୟପଟେ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର (Ashwini kumar Patra) କହିଥିଲେ ଯେ, ଭାରତ ଓ ୟୁଏଇ ମଧ୍ୟରେ ପାରସ୍ପରିକ ତଥା ଦ୍ୱିପାକ୍ଷିକ ସଂପର୍କ ଅତ୍ୟନ୍ତ ପୁରୁଣା ଓ ଘନିଷ୍ଠ । ଏଠାରେ ରହୁଥିବା ପ୍ରାୟ ୩୫ ଲକ୍ଷ ପ୍ରବାସୀ ଭାରତୀୟ ଆମ ଦେଶର ବିକାଶ କ୍ଷେତ୍ରରେ ଯୋଗଦାନ କରୁଥିବାବେଳେ ଆମ ରାଜ୍ୟ ଓଡ଼ିଶାର ପ୍ରଗତି ଦିଗରେ ପ୍ରବାସୀ ଓଡ଼ିଆମାନଙ୍କ ଭୂମିକା କିଛି କମ୍ ନୁହେଁ । ଓଡ଼ିଶାରୁ ଗଲ୍ଫ ଦେଶକୁ ସିଧାସଳଖ ବିମାନ ଚଳାଚଳ ଦ୍ୱାରା ପ୍ରବାସୀ ଓଡ଼ିଆମାନଙ୍କ ମାତୃଭୂମି ସହ ସଂପର୍କ ଆହୁରି ମଜବୁତ ହୋଇଛି ।
ସେହିପରି ବିଦେଶରେ ରହି ମଧ୍ୟ ଓଡ଼ିଶାର ଭାଷା ଓ ପରମ୍ପରାର ମୌଳିକତାକୁ ନିଜ ନିଜ ମଧ୍ୟରେ ଅକ୍ଷୁର୍ଣ୍ଣ ରଖିଥିବା ନେଇ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମତ ଦେଇଥିଲେ । ସେ ଆଉ ମଧ୍ଯ କହିଥିଲେ ଯେ, ପ୍ରାୟତଃ ୨୦୦୦ ବର୍ଷରୁ ପୁରାତନ ଆମ ଭାଷା ଅତ୍ୟନ୍ତ ସୁମଧୁର ଓ ସଂସ୍କୃତି ସମ୍ପନ୍ନ ଅଟେ । ଆମ ଭାଷା ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ କରିଛି । ଓଡ଼ିଶାର ସମସ୍ତ ଖବରକାଗଜ ଓ ପତ୍ରିକା ଏବେ ଅନଲାଇନରେ ଉପଲବ୍ଧ ହେଉଛି । ଏହା ସହିତ ଓଡ଼ିଶା ଭିର୍ଚୁଆଲ ଏକାଡେମୀ ଦ୍ଵାରା ଅନେକ ପୁରାତନ ଓ ଦୁର୍ଲଭ ଗ୍ରନ୍ଥଗୁଡିକର ଆଭାସୀକରଣ କରାଯାଇ ଅନଲାଇନରେ ଉପଲବ୍ଧ ଅଛି । ଓଡ଼ିଶାର ପ୍ରାଚୀନ ଗ୍ରନ୍ଥ ଶ୍ରୀ ଜଗନ୍ନାଥ ଦାଶଙ୍କ ରଚିତ ଭାଗବତ ଓ ଅନଲାଇନରେ ଉପଲବ୍ଧ ଥିବା ଖବରକାଗଜ ଓ ପତ୍ରିକାକୁ ମଧ୍ୟ ପଢିବା ପାଇଁ ଶ୍ରୀ ସାହୁ ପ୍ରବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ପରଠାରୁ ଦେଶ ବିଦେଶରେ ରହୁଥିବା ଓଡ଼ିଆ ମାନଙ୍କ ସ୍ୱାର୍ଥ ରକ୍ଷା ପୂର୍ବକ ସେମାନଙ୍କ ଅସମୟ ତଥା ସୁଖଦୁଃଖରେ ରାଜ୍ୟ ସରକାର ଠିଆ ହୋଇ ସମସ୍ତ ସହଯୋଗ ଯାରି ରଖିଛନ୍ତି । ଏଥିସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଙ୍ଗୀତର ପ୍ରଚାର ପ୍ରସାର ଦିଗରେ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଆବୁଧାବିସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ ମିଶନ ଶ୍ରୀ ଏ. ଅମରନାଥ, କାଉନସିଲର ଡଃ ବାଲାଜୀ ରାମାସ୍ୱାମୀ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷା ଡଃ ଶିଳ୍ପୀ ସାହୁ, ଅଜମାନ ବିଶ୍ୱବିଦ୍ୟାଳୟ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଦେବବ୍ରତ ପାଣିଗ୍ରାହୀ, ଓଡିଶା ସଂଗୀତ ନାଟକ ସମ୍ପାଦକ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ ।