Lubricating Machine Oil: ବିଜ୍ଞାନ ଯୁଗରେ ଦେଶୀ ଯୋଗାଡ଼ କାଠ ଘଣାରେ ପ୍ରସ୍ତୁତ ହେଉଛି ତେଲ
Advertisement
Article Detail0/zeeodisha/odisha1817945

Lubricating Machine Oil: ବିଜ୍ଞାନ ଯୁଗରେ ଦେଶୀ ଯୋଗାଡ଼ କାଠ ଘଣାରେ ପ୍ରସ୍ତୁତ ହେଉଛି ତେଲ

Ancient Oil Making Process: ବିଜ୍ଞାନ ଯୁଗରେ ଦେଶୀ ଯୋଗାଡ଼। କାଠ ଘଣାରେ ପ୍ରସ୍ତୁତ ହେଉଛି ପାରମ୍ପରିକ ତେଲ। ଜଣନ୍ତୁ କିପରି ଚାଲି ଆସୁଛି ଏହି ପରମ୍ପରା।

Lubricating Machine Oil: ବିଜ୍ଞାନ ଯୁଗରେ ଦେଶୀ ଯୋଗାଡ଼ କାଠ ଘଣାରେ ପ୍ରସ୍ତୁତ ହେଉଛି ତେଲ

Ancient Oil Making Tradition: ପୁରାତନ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ କାଠ ଘଣା ସାହାଯ୍ୟରେ ମହୁଲ ଫଳ ତଥା ଗୋରାକୁ ପେଡ଼ି ପ୍ରସ୍ତୁତ ହେଉଛି ତେଲ। ଯାହାକି ବିଶୁଦ୍ଧ ତୈଳ। ଆଧୁନିକ ଯୁଗରେ ମଧ୍ୟ ଏଭଳି କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ମୁଣ୍ଡାପଡା ପଞ୍ଚାୟତର ବଡମାଳ ଗ୍ରାମର ତେଲି ସମ୍ପ୍ରଦାୟର ପରିବାର। ଜାଣନ୍ତୁ କିଭଳି ମହୁଲ ଗଛର ଫଳ ଗରାରୁ ପ୍ରସ୍ତୁତ ହେଉଛି ତେଲ। 

ଯୁଗ ବଦଳୁଛି। ବଦଳୁଛି ଜ୍ଞାନକୌଶଳ। ହେଲେ ତଥାପି ତୈଳ ପ୍ରସ୍ତୁତ କରିବାର ପୂର୍ବ ପରମ୍ପରାକୁ ବଞ୍ଚାଇ (Ancient Oil Making Tradition) ରଖିଛନ୍ତି ବୌଦ୍ଧ ଜିଲ୍ଲାର (Boudh District) ଉପାନ୍ତ ଅଞ୍ଚଳରେ ଥିବା ମୁଣ୍ଡାପଡା ପଞ୍ଚାୟତର (Mundapada Panchayat) ବଡ଼ମାଲ ଗ୍ରାମର (Badamal Village) ତେଲି ସମ୍ପ୍ରଦାୟର ପରିବାର (Teli Community Family)। ପୁରାତନ ଜ୍ଞାନ କୌଶଳରେ (Ancient Technology) ନିର୍ମିତ କାଠ ଘଣା ସାହାଯ୍ୟରେ ମହୁଲ ଫଳ ତଥା ଗୋରାକୁ ପେଡା ହେଉଛି। ଆଉ ସେଥିରୁ ପ୍ରସ୍ତୁତ ହେଉଛି ତେଲ। ପ୍ରଥମେ ଗୋରାକୁ ଦୁଇଟି ମାଟି ହାଣ୍ଡିରେ ଏକତ୍ରୀତ କରି କାଠ ଚୁଲିରେ ଗୋରାକୁ ସିଝା ହେଉଛି। ଏହା ପରେ ତାକୁ କୁଲା ସାହାଯ୍ୟରେ କାଠରେ ନିର୍ମିତ ଘଣାରେ ଭର୍ତ୍ତି କରାଯାଉଛି। ଆଉ ବଳଦ ସାହାଯ୍ୟରେ ତାକୁ ବୁଲା ଯାଉଛି।

ପ୍ରାୟ ୪୦ କିଲୋ ଗୋରାକୁ ପେଡ଼ିବା ପାଇଁ ୩ ଘଣ୍ଟା ସମୟ ଲାଗୁଥିବା ବେଳେ ସେଥିରୁ ଗୋଟିଏ ଟିଣ ସୁଧ ଗୋରା (ମହୁଲ ଟୋଲ) ତେଲ ପ୍ରସ୍ତୁତ ହେଉଥିବା କହିଛନ୍ତି ମହିଳା। ଏହି କାର୍ଯ୍ୟ ପାଇଁ ପରିବାରର ୪ ଜଣ ଲୋକ ନିୟୋଜିତ ହୋଇଥାନ୍ତି। ହେଲ କଞ୍ଚା ମାଲ ଅଧିକ ମିଳୁନାହିଁ।  ଯାହା ଦ୍ୱାରା ବହୁ ଲୋକ ଧିରେ ଧିରେ ଏହି କାର୍ଯ୍ୟରୁ ନିବୃତ୍ତ ରହୁଥିବା ବେଳେ ବଡ଼ମାଲ ଗ୍ରାମର କିଛି ଲୋକ ଏହାକୁ କାହିଁ କେଉଁ ଆବହମାନ କାଳରୁ ନିଜର କୌଳିକ ବୃତ୍ତି ଭାବେ ବଞ୍ଚାଇ ରଖିଛନ୍ତି।

ଗୋରାତେଲ ବଜାରରେ କମ ପରିମାଣରେ ମିଳୁଥିବା ବେଳେ, ଏହାର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ରହିଛି। ଏହି ତେଲ ସ୍ୱାସ୍ଥ୍ୟ ପାଇଁ ହିତକର। ଜଙ୍ଗଲରୁ ମହୁଲ ଗଛରୁ ଟୋଲ ସଂଗ୍ରହ କରିବ ସେଥିରୁ ଗୋରା ବାହାର କରି ତେଲି ଘରକୁ ଯାଇ ପେଡ଼ନ୍ତି ଅନେକ ଲୋକ। ଏହା ସହିତ ଏହି ତେଲ ପାଇଁ ଭଲ ଦି ପଇସା ରୋଜଗାର କରନ୍ତି ବ୍ୟବସାୟୀ। ଶୁଦ୍ଧ ତେଳ ମିଳୁଥିବାରୁ ବେଶ ଖୁସିଥିବା କହିଛନ୍ତି ଖାଉଟି। ପୂର୍ବରୁ ଅନେକ ଲୋକ ମହୁଲ ଗଛରୁ ଟୋଲ ସଂଗ୍ରହ କରୁଥିଲେ। ହେଲେ ବର୍ତ୍ତମାନ ବଜାରରେ ଅଧିକ ସଂଖ୍ୟକ ମେସିନ ବ୍ୟବହାର ହେବା କାରଣରୁ ଧିରେ ଧିରେ ଏହାର ପରିମାଣ କମି କମି ଯାଉଛି।

ବଡ଼ମାଲ ଗ୍ରାମରେ ପ୍ରାୟ ୫ ପରିବାର ଏହାକୁ ବଞ୍ଚାଇ ରଖିଛନ୍ତି। ଖାଲି ଗୋରା ନୁହେଁ ବିଭିନ୍ନ ସମୟରେ ସୂର୍ଯ୍ୟମୁଖୀ, ରାଶି ପେଡ଼ଥାନ୍ତି ସେମାନେ। ଆଉ ସରକାର ଯଦି କଞ୍ଚାମାଲ ଯୋଗାଇ ଦିଅନ୍ତି ତାହେଲେ କୌଳିକ ବୃତ୍ତି ବଞ୍ଚିବା ସହିତ ଭଲ ଦିପାଇସା ରୋଜଗାର ପାଇପାରିବେ ବୋଲି କହିଛନ୍ତି। କାଠ ନିର୍ମିତ ଘଣାରେ ବଳଦ ସାହାଯ୍ୟ ଗୋରାକୁ ପେଡ଼ି ତୈଳ ପ୍ରସ୍ତୁତ କରିବାର ପ୍ରଣାଳୀ ଆଜି ମଧ୍ୟ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି।