ଟ୍ରକ ଧକ୍କାରେ ଚ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟଣା, ଚାଳକ ଗିରଫ
Advertisement
Article Detail0/zeeodisha/odisha2318624

ଟ୍ରକ ଧକ୍କାରେ ଚ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟଣା, ଚାଳକ ଗିରଫ

ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରି ସ୍ଥିତ ଭଡ଼ା ଘରକୁ ଫେରୁଥିଲେ।

ଟ୍ରକ ଧକ୍କାରେ ଚ୍ରାଫିକ କନଷ୍ଟେବଳଙ୍କ ମୃତ୍ୟୁ ଘଟଣା, ଚାଳକ ଗିରଫ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବରରେ ଏକ ଦୁର୍ଘଟଣାରେ ଟ୍ରାଫିକ୍ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତ୍ୟୁ ଘଟଣାରେ ପୁଲିସ ଅଭିଯୁକ୍ତ ଚାଳକଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତ ହେଲା କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗହୀରଗଡିଆ ଗ୍ରାମର ପ୍ରଶାନ୍ତ କୁମାର ନାଏକ। । ତା ନିକଟରୁ ଦୁର୍ଘଟଣା ଘଟାଇଥିବା ଆଇଚରକୁ ପୁଲିସ ଜବତ କରିଛି। 

ସୂଚନାଯୋଗ୍ୟ ଯେ, ଗତ ଶନିବାର ରାଜଧାନୀରେ ପ୍ରବଳ ବର୍ଷା ହେବା ସହ ଟ୍ରାଫିକ୍‌ ଜାମ ମଧ୍ୟ ହୋଇଥିଲା। ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରି ସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟାରେ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ୍‌ ପାର୍‌ ହେଉଥିବାବେଳେ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇ ଥିଲା। ଟ୍ରକଟି ମଧୁସୂଦନଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ପ୍ରଶାନ୍ତ ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣୀରେ ନୟାପଲ୍ଲୀ ଥାନା ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିଲା। ତେବେ ଆଜି ପ୍ରଶାନ୍ତକୁ ପୁଲିସ ରସୁଲଗଡ଼ ଠାରୁ ଗିରଫ କରିଛି।