Khordha: ଖୋର୍ଦ୍ଧାରେ ଅଛନ୍ତି କେତେ ଭୋଟର? ପ୍ରକାଶ ପାଇଲା ଚୂଡାନ୍ତ ତାଲିକା
Advertisement
Article Detail0/zeeodisha/odisha2047760

Khordha: ଖୋର୍ଦ୍ଧାରେ ଅଛନ୍ତି କେତେ ଭୋଟର? ପ୍ରକାଶ ପାଇଲା ଚୂଡାନ୍ତ ତାଲିକା

Khordha Voter list: ପ୍ରକାଶ ପାଇଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାରେ ମୋଟ ୧୮୬୫୪୫୫ ଜଣ ମତାଦାତା ଥିବା ଜଣାପଡ଼ିଛି । ଏଥିରେ ୯୭୧୫୫୪ ଜଣ ପୁରୁଷ ଓ ୮୯୩୩୪୧ ଜଣ ମହିଳା ଭୋଟର ଥିବାବେଳେ ୫୬୦ ଜଣ ତୃତୀୟ ଲିଙ୍ଗା ଭୋଟର ରହିଛନ୍ତି।

ସୌ(ସୋସିଆଲ ମିଡିଆ)

Khordha News: ପ୍ରକାଶ ପାଇଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାରେ ମୋଟ ୧୮୬୫୪୫୫ ଜଣ ମତାଦାତା ଥିବା ଜଣାପଡ଼ିଛି । ଏଥିରେ ୯୭୧୫୫୪ ଜଣ ପୁରୁଷ ଓ ୮୯୩୩୪୧ ଜଣ ମହିଳା ଭୋଟର ଥିବାବେଳେ ୫୬୦ ଜଣ ତୃତୀୟ ଲିଙ୍ଗା ଭୋଟର ରହିଛନ୍ତି।

ସୂଚନା ଅନୁଯାୟୀ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରକାଶନ ବେଳେ ଜିଲ୍ଲାରେ ୧୮୨୪୦୬୯ ଜଣ ଭୋଟର ଥିବାବେଳେ ଚୂଡାନ୍ତ ତାଲିକାରେ ୧୮୬୫୪୫୫ ଜଣ ମତଦାତା ଥିବା ଜଣାପଡ଼ିଛି । ଏହି ଚୂଡାନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ୯୫୧୭୦ ଜଣଙ୍କୁ ଯୋଡ଼ା କରାଯାଇଥିବା ବେଳେ ୪୭୨୦୨ ଜଣଙ୍କୁ ବାଦ ଦିଆଯାଇଛି । ଏଥିରେ ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୩୫୩୦୮ ରହିଥିବା ବେଳେ ୨୪୩୦୭ ଜଣ ଯୁବ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି । ଭୋଟର ତାଲିକା ପ୍ରକାଶନ କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ‘ଏକ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଯେତିକି ଜରୁରୀ, ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିର ମଧ୍ୟ ସେତିକି ଆବଶ୍ୟକତା ରହିଛି’। ଏହାସହ ସେ ସମସ୍ତ ନୂତନ ଭୋଟର ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଶ୍ଚିତ ମତଦାନ କରିବାକୁ ପରାମର୍ଶ ଦେଇଥିଲେ । ଭୋଟର ତାଲିକାରେ ୯୯.୯୨% ଭୋଟରଙ୍କ ଫଟୋ ସାମିଲ ରହିଛି । ଏହି ତାଲିକାରେ ଯୋଗ ହେବା ନିମନ୍ତେ ୧୭୦୫୫ ଜଣ ସମ୍ଭାବ୍ୟ ଭୋଟର ମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି।

Also Read-Ashwini Vaishnaw: ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଜିଲ୍ଲାରେ ୧୯୦୭ଟି ମତଦାନ କେନ୍ଦ୍ର ରହିଛି । ସେହିପରି ଜିଲ୍ଲାରେ ସେନାବାହିନୀରେ କାର୍ଯ୍ୟରତ ୨୫୩୯ ଜଣ ଭୋଟର ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ୯୧୯ ଜଣ ମହିଳା ଭୋଟର ଓ ମୋଟ ୩୦୨୪୩ ଜଣ ଭିନ୍ନକ୍ଷମ ମତଦାତା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଡେପୁଟି କଲେକ୍ଟର ମନୋଜ ସେନାପତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।