ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ
Advertisement
Article Detail0/zeeodisha/odisha2380721

ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ

ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ‘ସୋଆ’ ଆଗରେ ରହିଛି । ୬୦.୭୩% ସ୍କୋର୍‌ ସହ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି‘ସୋଆ’ ।

ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି । ଯେଉଁଥିରେ ଓଭରାଲ ରାଙ୍କିଂର ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି । ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ‘ସୋଆ’ ଆଗରେ ରହିଛି । ୬୦.୭୩% ସ୍କୋର୍‌ ସହ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି‘ସୋଆ’ ।

ସୋଆ ପଛକୁ ୫୯.୯୪% ସ୍କୋର୍‌ ସହ ୨୮ତମ ସ୍ଥାନରେ ରହିଛି କିଟ୍‌ । NIT ରାଉରକେଲା ୫୭.୦୪% ସ୍କୋର୍‌ ପାଇବା ସହ ୩୪ତମ ସ୍ଥାନରେ ରହିଛି । ଟପ୍-୧୦୦ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକାରେ ୧୪ ନମ୍ୱରରେ ସୋଆ, ୧୫ ନମ୍ୱରରେ କିଟ୍ ରହିଛି ।  NIT ରାଉରକେଲା ଇଞ୍ଜିନିୟରିଂ ମାନ୍ୟତାର ୧୯ ନମ୍ୱରରେ ଥିବା ସମୟରେ ସୋଆ  ୨୬ ନମ୍ୱରରେ ଏବଂ କିଟ୍‌ ୩୭ ନମ୍ୱରରେ ରହିଛି । IIT ଭୁବନେଶ୍ବର ୫୪ ନମ୍ୱର ସ୍ଥାନରେ ରହିଛି । ସିଭି ରମଣକୁ ମିଳିଛି  ୯୬ ନମ୍ୱର ସ୍ଥାନ ।

Also Read- India NIRF Ranking 2024: ପୁଣିଥରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ମାନ୍ୟତା ପାଇଲା IIT ମାଡ୍ରାସ

Also Read- Ganesh Chaturthi 2024 Rashifal: ୩ ରାଶି ପାଇବେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ଆଶୀର୍ବାଦ