Odisha Health Department: ସେଥିରୁ ୩ଟି ସରକାରୀ ହୋଇଥିବାବେଳେ ୩ଟି ଘରୋଇ। ଅପରପକ୍ଷେ ବାସ୍ତବ ତଥ୍ୟ ଅନୁସାରେ ରାଜ୍ୟରେ ଯାଜପୁର ମେଡିକାଲ୍ କଲେଜର ଅନୁମତିକୁ ମିଶାଇଲେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଇବା ପାଇଁ ଅନୁମତି ପାଇଥିବା ସମୁଦାୟ ମେଡିକାଲ୍ କଲେଜ ସଂଖ୍ୟା ହେଉଛି ୧୭। ସେଥିରୁ ୧୨ଟି ହେଉଛି ସରକାରୀ ଏବଂ ୫ଟି ଘରୋଇ। ପୁଣି ଏ ସମସ୍ତ କଲେଜରେ ବର୍ଷକୁ ୨୪ ୨୫ ପିଲାଙ୍କୁ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ମିଳୁଥିବା ବେଳେ ସରକାରୀ ହିସାବ କହୁଛି ସମୁଦାୟ ସିଟ୍ ସଂଖ୍ୟା ହେଉଛି ୭୫୦। କାହିଁକି ଏପରି ମାୟାଜାଲ? ଏ ପଛର କାରଣ କ’ଣ?
Trending Photos
Odisha News: ରାଜ୍ୟରେ ମେଡିକାଲ୍ କଲେଜ ସଂଖ୍ୟା କେତେ? ରାଜ୍ୟରେ କିଏ ପଢ଼ାଉଛି ଡାକ୍ତରୀ ? କେତେ ପିଲାଙ୍କୁ ଆଡ୍ମିଶନ ପାଇଁ ଅନୁମତି ରହିଛି? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଯଦି ଆପଣ ସରକାରୀ ରେକର୍ଡକୁ ଧ୍ୟାନ ଦେବେ ତେବେ ସମ୍ପୂର୍ଣ୍ଣ ମାୟାଜାଲରେ ପଡ଼ିବେ। କାରଣ ଆଜିଯାଏ ସରକାରୀ ଓ୍ୱେବସାଇଟରେ ରାଜ୍ୟରେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଉଥିବା ମେଡିକାଲ୍ କଲେଜ ସଂଖ୍ୟା ହେଉଛି ୬। ସେଥିରୁ ୩ଟି ସରକାରୀ ହୋଇଥିବାବେଳେ ୩ଟି ଘରୋଇ। ଅପରପକ୍ଷେ ବାସ୍ତବ ତଥ୍ୟ ଅନୁସାରେ ରାଜ୍ୟରେ ଯାଜପୁର ମେଡିକାଲ୍ କଲେଜର ଅନୁମତିକୁ ମିଶାଇଲେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଇବା ପାଇଁ ଅନୁମତି ପାଇଥିବା ସମୁଦାୟ ମେଡିକାଲ୍ କଲେଜ ସଂଖ୍ୟା ହେଉଛି ୧୭। ସେଥିରୁ ୧୨ଟି ହେଉଛି ସରକାରୀ ଏବଂ ୫ଟି ଘରୋଇ। ପୁଣି ଏ ସମସ୍ତ କଲେଜରେ ବର୍ଷକୁ ୨୪ ୨୫ ପିଲାଙ୍କୁ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ମିଳୁଥିବା ବେଳେ ସରକାରୀ ହିସାବ କହୁଛି ସମୁଦାୟ ସିଟ୍ ସଂଖ୍ୟା ହେଉଛି ୭୫୦। କାହିଁକି ଏପରି ମାୟାଜାଲ? ଏ ପଛର କାରଣ କ’ଣ?
ରାଜ୍ୟରେ ମେଡିକାଲ୍ କଲେଜର ମାନ୍ୟତା ଲାଗି ପ୍ରଥମେ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାର ଦେଇ ବିଭିନ୍ନ ପ୍ରାଧିକୃତ କାର୍ଯ୍ୟାଳୟକୁ ଯିବାକୁ ହୋଇଥାଏ। ଏପରିକି ଯେତେବେଳେ ବି କୌଣସି କେନ୍ଦ୍ର ସରକାରଙ୍କ ପ୍ରାଧିକୃତ ଏଜେନ୍ସୀ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଜଣାଇଥାଆନ୍ତି। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ତଥ୍ୟ ଦେବା ବେଳେ ସୋଠାରେ କେତେ ମେଡିକାଲ୍ କଲେଜ ରହିଛି ଏବଂ କେଉଁ ମେଡିକାଲ୍ କଲେଜର ଆସନ ସଂଖ୍ୟା କେତେ ତାହା ଜଣାଯାଇଥାଏ। ହେଲେ ରାଜ୍ୟ ସରକାରଙ୍କ ବିଭାଗୀୟ ଓ୍ୱେବସାଇଟରେ ଏପରି ତଥ୍ୟ ଲୋକଙ୍କୁ ଠିକଣା ସୂଚନା ପାଇବାରୁ ବଞ୍ଚିତ କରୁଛି।ଏବେବି ରାଜ୍ୟ ସୀକାରଙ୍କ ବିଭାଗୀୟ ଓ୍ୱେବସାଇଟ୍ ‘https://health.odisha.gov.in/healthmedicaleducation/medical-colleges’ ରେ କୁହାଯାଇଛି ଯେ,ରାଜ୍ୟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ, ଏବଂ ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜ୍ ହିଁ ସରକାରୀଭାବେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଉଛନ୍ତି। ଏହି ତିନି ମେଡିକାଲ୍ କଲେଜରେ ୧୫୦ ଲେଖାଏଁ ୪୫୦ ଏମ୍ବିବିଏସ୍ ଆସନ ରହିଛି।
ସେହିପରି ଅନ୍ୟ ୪ ମେଡିକାଲ୍ କଲେଜ ବି ରହିଛି ଯେଉଁମାନେ ଘରୋଇ ଭାବେ ମେଡିକାଲ୍ ପାଠ୍ୟକ୍ରମ ପଢ଼ାଉଛନ୍ତି। ସେଗୁଡ଼ିକ ହେଲା ହାଇଟେକ୍ ମେଡିକାଲ୍ କଲେଜ, ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସ ଓ ସମ୍ ହସ୍ପିଟାଲ, କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସ,। ଏହିସବୁ ମେଡିକାଲ୍ କଲେଜରେ ୧୦୦ ଲେଖାଏଁ ଆସନ ରହିଥିବା ଦର୍ଶାଯାଇଛି।
ଏବେ ଆଉ ଏକ ମାୟା ଜାଲ ଉପରେ ନଜର ପକାଇବା ଯାହା ସେହି ରାଜ୍ୟ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଛି। ତାହା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ। ଏ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ନେଇ ଅନେକ ବର୍ଷ ହେଲା ବିବାଦ ଓ ଆନ୍ତଃ କଳହ ରହି ଆସିଛି। ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଆସିବା ପରେ ବି ଷ୍ଟାଫ ଓ କର୍ମଚାରୀଙ୍କ ପଦବୀ ପୂରଣ ହୋଇପାରି ନାହିଁ। ହେଲେ ଅପଡେଟ ସୂଚନା ଦେବାକୁ ଏକ ଓ୍ବେବସାଇଟ ନିର୍ମାଣ କରାଯାଇଛି। ଆଇନ ଅନୁସାରେ ରାଜ୍ୟର ଡିମ୍ଡ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥା କଲେଜକୁ ବାଦ୍ ଦେଇ ସମସ୍ତ ମେଡିକାଲ୍ କଲେଜ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ। ଅର୍ଥାତ୍ ଯେୁଁ ମେଡିକାଲ୍କଲେଜଗୁଡ଼ିକ ପୂର୍ବରୁ ରହିଛନ୍ତି ସବୁର ପରୀକ୍ଷା ପରିଚାଳନା ସାର୍ଟିଫିକେଟ୍ ଏଣିକି ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଦେବେ ନାହିଁ। କେବଳ ଓଡଠ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ହିଁ ଦେବ।
ଏହି ବିଶ୍ବବିଦ୍ୟାଳୟର ତଥ୍ୟ ଅନୁସାରେ ରାଜ୍ୟରେ ସମୁଦାୟ ମେଡିକାଲ୍ କଲେଜ ସଂଖ୍ୟା ହେଉଛି ୧୪। ସେଥିରୁ ଦୁଇଟି ମେଡିକାଲ୍ କଲେଜ ଘରୋଇ ଏବଂ ଅନ୍ୟ ଦୁଇଛି ମେଡିକାଲ୍ କଲେଜରେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଯାଉ ନାହିଁ। ଅର୍ଥାତ୍ ସମୁଦାୟ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଉଥିବା କଲେଜ ସଂଖ୍ୟା ହେଉଛି ୧୨। ଆପଣ ଏହି ସୂଚନାକୁ https://ouhs.ac.in/Institution କୁ ଯାଇ ଯାଞ୍ଚ କରିପାରିବେ।
ଏବେ ବାସ୍ତବ ତଥ୍ୟ ଉପରେ ନଜର ପକାଇବା। ରାଜ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷରେ ଏମ୍ବିବିଏସ୍ ପାଠ୍ୟକ୍ରମ ପଢ଼ାଇବା ଲାଗି ୧୬ଟି ମେଡିକାଲ୍ କଲେଜକୁ ଜାତୀୟ ମେଡିକାଲ୍ ଆୟୋଗ (ଏନ୍ଏମ୍ସି) ଅନୁମତି ଦେଇଥିଲେ। ଏହି ୧୬ ପ୍ରତିଷ୍ଠାନ ଭିତରେ ଗୋଟିଏ ସର୍ବ ଭାରତୀୟ ସଂସ୍ଥା ବା ଏମ୍ସ ରହିଛି। ଅନ୍ୟ ୧୫ରୁ ୫ଟି ହେଉଛି ଘରୋଇ ମେଡିକାଲ୍ କଲେଜ୍। ଏ ସମସ୍ତ କଲେଜରେ ଆସନ ସଂଖ୍ୟା ହେଉଛି ୨୩୭୫। ଚଳିତ ବର୍ଷ ପାଠ ପଢ଼ାଇବା ଲାଗି ଯାଜପୁର ମେଡିକାଲ୍ କଲେଜକୁ ଅନୁମତି ମିଳିଥିବା ରାଜ୍ୟ ସରକାରଙ୍କ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଳଚନା ଦେବା ପରେ ଏହି ଆସନ ସଂଖ୍ୟା ଏବେ ୨୪୧୫ ହୋଇଛି।