Keonjhar: ଜିଲ୍ଲା ସହିଦ ସଦନ ସଭାଗୃହଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Advertisement
Article Detail0/zeeodisha/odisha2151111

Keonjhar: ଜିଲ୍ଲା ସହିଦ ସଦନ ସଭାଗୃହଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Keonjhar: କେନ୍ଦୁଝର ସହରର ସହିଦ ସଦନ ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Keonjhar: ଜିଲ୍ଲା ସହିଦ ସଦନ ସଭାଗୃହଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Keonjhar: କେନ୍ଦୁଝର ସହରର ସହିଦ ସଦନ ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ବର୍ମା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଅନନ୍ତ ନାୟକ, କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଓ ପଶ୍ଚିମ ମୟୁରଭଞ୍ଜ ସାଙ୍ଗଠାନିକ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଯୋଗ ଦେଇଥିଲେ।  ବିଜେପି ଜିଲ୍ଲା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଖବର ଅନୁଯାୟୀ, ଏହି ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମାଝୀ କେନ୍ଦୁଝରରେ ନୂତନ ଟ୍ରେନ୍ ଚଳାଚଳ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଜିଲ୍ଲାକୁ ମିଳୁଥିବା ସୁଫଳ ଉପରେ ଆଲୋଚନା କରିଥିଲେ। ଏହାସହ କେନ୍ଦୁଝରଗଡ଼ ବାଦାମପାହାଡ଼ ରେଳ ଲାଇନ ଓ ବାଁଶପାଣି ବଡ଼ବିଲ ସଂଯୋଗୀକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ନେଇ ସୂଚନା ଦେଇଥିଲେ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପ୍ରୟାସରେ ଜିଲ୍ଲାର ପ୍ରଗତି ନେଇ ହୋଇଥିବା କାର୍ଯ୍ୟ ଉପରେ ବିଶେଷ ଆଲୋଚନା ହୋଇଥିଲା।

Also Read- Mission Shakti: ରାଜ୍ୟର ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କ ବୈଠକ ଦେୟ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଏହାସହ ଜିଲ୍ଲାକୁ ସରକାରୀ ହିସାବରେ ଓ ଜନଗଣନା ଆଧାରରେ ଆବଶ୍ୟକୀୟ ଭାଗ ମିଳୁ ନଥିବା ନେଇ ବିଜେପି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । କେନ୍ଦୁଝର ଏକ ନମ୍ବର ଜିଲ୍ଲା ହୋଇଥିବା ବେଳେ ଏଠାରେ ଆବଶ୍ୟକୀୟ ଉନ୍ନତି ପାଇଁ ରାଜ୍ୟ ରାଜକୋଷରୁ ଅର୍ଥ ଆସିବା ପରିବର୍ତ୍ତେ ସମସ୍ତ ଅର୍ଥ ଡିଏମଏଫ ଅର୍ଥରୁ ଖର୍ଚ୍ଚ କରି ସରକାର ବାଃ ବାଃ ନେଉଥିବା ପୂର୍ବତନ ସାଂସଦ ଅନନ୍ତ ନାୟକ ମତ ଦେଇଥିଲେ। ପ୍ରକାଶ ଥାଉ କି, ଆଗାମୀ ଦିନରେ ମେଣ୍ଟ ହେବ କି ବୋଲି ସମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ କହିଥିଲେ ଏନେଇ କୌଣସି ସୂଚନା ନାହିଁ ।