Mission Indradhanush: ୧୧ ସେପ୍ଟମ୍ବରରୁ ତିନୋଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ; ଶିଶୁ ମହିଳାଙ୍କୁ ମିଳିବ ମାଗଣା ଟିକା
Advertisement
Article Detail0/zeeodisha/odisha1857452

Mission Indradhanush: ୧୧ ସେପ୍ଟମ୍ବରରୁ ତିନୋଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ; ଶିଶୁ ମହିଳାଙ୍କୁ ମିଳିବ ମାଗଣା ଟିକା

Mission Indradhanush Odisha:  ମିଶନ ଇନ୍ଦ୍ରଧନୁଷ ଅଧିନରେ ସେପ୍ଟେମ୍ବର ୧୧ ତାରିଖରୁ ୧୬ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ଚାଲିବା। ସେହିପରି ଅକ୍ଟୋବର ୯ ତାରିଖରୁ ୧୪ ପର୍ଯ୍ୟନ୍ତ ଦ୍ୱିତୀୟ ଏବଂ ନଭେମ୍ବର ୬ ତାରିଖରୁ ୧୧ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟିକାକରଣ ଅନୁଷ୍ଠିତ ହେବ। 

Mission Indradhanush: ୧୧ ସେପ୍ଟମ୍ବରରୁ ତିନୋଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ; ଶିଶୁ ମହିଳାଙ୍କୁ ମିଳିବ ମାଗଣା ଟିକା

Mission Indradhanush 2023: ଭୁବନେଶ୍ୱର, (ଜୀ ଓଡ଼ିଶା): ରାଜ୍ୟର ମାଗଣା ଟିକାକରଣ କାର୍ଯ୍ୟକ୍ରମ  ମିଶନ ଇନ୍ଦ୍ରଧନୁଷ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ। ଏହା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ବିଭିନ୍ନ ବିପଜ୍ଜନକ ରୋଗରୁ ରକ୍ଷା କରିବା ତଥା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇ ଆସୁଛନ୍ତି। ଯାହା ଏହି ମିଶନର ପଞ୍ଚମ ସଂସ୍କରଣ। ସେପ୍ଟେମ୍ବର ୧୧ ତାରିଖରୁ ୧୬ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିବାକୁ ଥିବାବେଳେ, ଅକ୍ଟୋବର ୯ ତାରିଖରୁ ୧୪ ପର୍ଯ୍ୟନ୍ତ ଦ୍ୱିତୀୟ ଏବଂ ନଭେମ୍ବର ୬ ତାରିଖରୁ ୧୧ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ଜନ୍ମରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ବୟସ ଅନୁସାରେ ନେବାକୁ ଥିବା ଟିକା, ଆରମ୍ଭରୁ ଟିକା ନ ନେଇଥିବା ଶିଶୁ, ସମ୍ପୂର୍ଣ୍ଣ ଟିକାକରଣ ହୋଇ ନଥିବା ଏବଂ ୨ ବର୍ଷରୁ ୫ ବର୍ଷ ମଧ୍ୟରେ ଏମ୍‌ଆର-୧, ଏମ୍ଆର-୨, ପେଣ୍ଟା ଏବଂ ଓଓପିଭି ଡୋଜ ନେଇନଥିବା ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଏହି କାର୍ଯ୍ୟକ୍ରମ ଅଧିନରେ ଟିକାକରଣ କରିବା ଲକ୍ଷ୍ୟ ରହିଛି। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ରାଜ୍ୟରେ ୨୦୧୫ ମସିହାରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ସମସ୍ତ ବାଦ୍ ପଡ଼ିଥିବା ଶିଶୁ, ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଲାଗି ସମ୍ପୂର୍ଣ୍ଣ ଟିକାକରଣ  ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦଶଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ ଅଭିଯାନ କରାଯାଇଛି। ଚଳିତ ଅଭିଯାନରେ ଟିକାକରଣ କରାଯିବାକୁ ଥିବା ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ୟୁ-ୱିନ୍ (ଡିଜିଟାଲ୍ ପ୍ଲାଟଫର୍ମ) ମାଧ୍ୟମରେ ପଞ୍ଜୀକରଣ କରିବା ବ୍ୟବସ୍ଥା କରାଯାଇଛି।