Advertisement
Article Detail0/zeeodisha/odisha2250764
Zee OdishaOdisha StateOdisha News: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ, ମାଛ ଧରୁଥିବା ବେଳେ ...

Odisha News: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ, ମାଛ ଧରୁଥିବା ବେଳେ ...

Odisha News: ପାରାଦୀପ ମାଛଧରା ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯାହା ସମସ୍ତଙ୍କୁ ମର୍ମାହତ କରିଦେଇଛି। ସୁଶାନ୍ତ ବାଡୋଇ ନାମକ ଜଣେ ୩୩ ବର୍ଷିୟ ଯୁବକ ଆଜି ସନ୍ଧ୍ୟାରେ ମାଛଧରା ବନ୍ଦର ରେ ଜାଲ ପକାଇ ମାଛ ଧରୁଥିଲେ । 

Odisha News: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ, ମାଛ ଧରୁଥିବା ବେଳେ ...

Odisha News: ପାରାଦୀପ ମାଛଧରା ବନ୍ଦରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯାହା ସମସ୍ତଙ୍କୁ ମର୍ମାହତ କରିଦେଇଛି। ସୁଶାନ୍ତ ବାଡୋଇ ନାମକ ଜଣେ ୩୩ ବର୍ଷିୟ ଯୁବକ ଆଜି ସନ୍ଧ୍ୟାରେ ମାଛଧରା ବନ୍ଦର ରେ ଜାଲ ପକାଇ ମାଛ ଧରୁଥିଲେ । କିନ୍ତୁ କୌଣସି କାରଣରୁ ଯୁବକ ଙ୍କ ଗୋଡ଼ ଖସିଯିବାରୁ ସେ  ପାଣି ଭିତରକୁ ପଡ଼ି ଯାଇଥିଲେ । ତେବେ ମାଛଧରା ବନ୍ଦରରେ ପାଣି ଗଭିର ଥିବାରୁ ଉକ୍ତ ଯୁବକ ଅନ୍ଧାରରେ ଆଉ ପହଁରି ନ ପାରି କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। 

ତେବେ ଯୁବକ ଜଣକ ବୁଡିଯିବା ସମୟରେ ଚିତ୍କାର କରିବାରୁ ଏ-ନେଇ ଉପସ୍ଥିତ କେତେକ ବୋଟ କର୍ମଚାରୀ ସ୍ଥାନୀୟ ସାମୁଦ୍ରିକ ଥାନାରେ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ସୁଚନା ଦେଇଥିଲେ। ତେବେ ଖବର ପାଇ ପାରାଦୀପ ମେରାଇନ୍ ଥାନା ପୋଲିସ ଇତି ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ସହିତ ଯୋଗା ଯୋଗ ସହାୟତା ଲୋଡିଛନ୍ତି ‌। ତେବେ ସମସ୍ତ ଙ୍କ ସହଯୋଗରେ ବହୁ ଖୋଜା ଖୋଜି ପରେ ମଧ୍ୟ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି । ଏ-ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ପତ୍ତା ମିଳିନାହିଁ। ତଥାପି ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି ।

Add Zee News as a Preferred Source
About the Author