Odisha News: ଦଶମ ପରେ କେଉଁ ପାଠ ପଢିବେ ଛାତ୍ରଛାତ୍ରୀ, ଏଣିକି ଟିପ୍ସ ଦେବେ ଶିକ୍ଷକ
Advertisement
Article Detail0/zeeodisha/odisha2052241

Odisha News: ଦଶମ ପରେ କେଉଁ ପାଠ ପଢିବେ ଛାତ୍ରଛାତ୍ରୀ, ଏଣିକି ଟିପ୍ସ ଦେବେ ଶିକ୍ଷକ

Odisha News: ଦଶମ ପରେ କ୍ୟାରିୟର ଚୟନର ବାଟ ଦେଖାଇବେ ଶିକ୍ଷକ (teacher)। ପିଲାର ସାମର୍ଥ୍ୟ, ଦୁର୍ବଳତାକୁ ନେଇ ଟିପ୍ସ ଦେବେ ଶିକ୍ଷକ -ଶିକ୍ଷୟତ୍ରୀ। ହାଇସ୍କୁଲ୍ ପିଲାଙ୍କ କ୍ୟାରିୟର  କାଉନସେଲିଂ (Career Counseling) କରାଯିବ। ଶିକ୍ଷକ ବତାଇବେ କ୍ୟାରିୟରର ଚୟନ ପଥ। ଦଶମ ପରେ କଣ କରିବେ ପରାମର୍ଶ ଦେବେ।  ଏଥିପାଇଁ ପ୍ରତ୍ୟକ ସ୍କୁଲରେ ଆରମ୍ଭ ହେବ'ମୋ ବୃତ୍ତ ମୋ ପରିଚୟ' (ବିଭାଗ ଓ କ୍ୟାରିୟର ପଥ) କାର୍ଯ୍ୟକ୍ରମ। 

Odisha News: ଦଶମ ପରେ କେଉଁ ପାଠ ପଢିବେ ଛାତ୍ରଛାତ୍ରୀ, ଏଣିକି ଟିପ୍ସ ଦେବେ ଶିକ୍ଷକ

Odisha News: ଦଶମ ପରେ କ୍ୟାରିୟର ଚୟନର ବାଟ ଦେଖାଇବେ ଶିକ୍ଷକ (teacher)। ପିଲାର ସାମର୍ଥ୍ୟ, ଦୁର୍ବଳତାକୁ ନେଇ ଟିପ୍ସ ଦେବେ ଶିକ୍ଷକ -ଶିକ୍ଷୟତ୍ରୀ। ହାଇସ୍କୁଲ୍ ପିଲାଙ୍କ କ୍ୟାରିୟର  କାଉନସେଲିଂ (Career Counseling) କରାଯିବ। ଶିକ୍ଷକ ବତାଇବେ କ୍ୟାରିୟରର ଚୟନ ପଥ। ଦଶମ ପରେ କଣ କରିବେ ପରାମର୍ଶ ଦେବେ।  ଏଥିପାଇଁ ପ୍ରତ୍ୟକ ସ୍କୁଲରେ ଆରମ୍ଭ ହେବ'ମୋ ବୃତ୍ତ ମୋ ପରିଚୟ' (ବିଭାଗ ଓ କ୍ୟାରିୟର ପଥ) କାର୍ଯ୍ୟକ୍ରମ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ଏକ ସୂଚୀ ପ୍ରସ୍ତୁତ କରାଯାଇଛି।  

ALSO READ : Odisha News: ଆଜି ୫୧୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ରାଜ୍ୟ ସରକାର

ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଚତୁର୍ଥ ଅଭିଭାବକ -ଶିକ୍ଷକ ବୈଠକ ଏନେଇ ଆଲୋଚନା କରାଯିବ। ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟ ସ୍କୁଲ ଶିକ୍ଷକ ଜାଣନ୍ତି। ତେଣୁ ସେ ଅନୁସାରେ, ଦଶମ ପରେ ବିଜ୍ଞାନ, ବାଣିଜ୍ୟ, କଳା ନା ଧନ୍ଦା ମୂଳକ ଶିକ୍ଷା କେଉଁଟା ପଢିଲେ ସେମାନଙ୍କୁ ଫାଇଦା ମିଳିବ । ସେନେଇ ପରାମର୍ଶ ଦେବେ ଶିକ୍ଷକ।  କାଉନସେଲିଂ ପରେ  ପିଲା କଣ ପଢିବାକୁ ଚାହୁଁଛି ବା ପଢିଲେ ଫଳପ୍ରଦ ହେବ । ଏନେଇ ଅଭିଭାବକଙ୍କୁ ଜଣାଇବେ ଶିକ୍ଷକ। ସୂଚନା ଅନୁସାରେ,ବୈଠକରେ ପ୍ରଥମରୁ ନବମ ଶ୍ରେଣୀ ଅଭିଭାବକମାନେ ଉପସ୍ଥିତ ରହିବେ।  ଏନେଇ ମଙ୍ଗଳବାର ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଛି।