Odisha News: କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2470825

Odisha News: କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ

Odisha News: ସମାଜ ପକ୍ଷରୁ ତାଙ୍କୁ ଏନେଇ ବିଧିବଦ୍ଧ ନିମତ୍ରଣ କରାଯାଇଥିଲା, ୨୦୦୦ ମସିହାରୁ ବିଧାୟକ ହେବାପରେ ପ୍ରତେକ ଥର କାର୍ଯ୍ୟକ୍ରମକୁ ସେ ଆସିବା ସହିତ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସମାଜ ପକ୍ଷରୁ ତାଙ୍କୁ ନ ଭୁଲି ନିମତ୍ରଣ କରାଯାଇଥିବାରୁ ଗୁଜୁରାଟୀ ସମାଜକୁ ସେ ଧନ୍ୟବାଦ ଦେଇଥିଲେ, ଗୁଜୁରାଟୀ ସମାଜର ଉର୍ଣ୍ଣତି କରିବା ପାଇଁ ବିଧାୟକ ଥିବା ସମୟରୁ ସାହାଯ୍ୟ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ସମାଜର ଉର୍ଣ୍ଣତି ପାଇଁ ଏହି ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ସମାଜର ମହିଳା ପୁରୁଷ, ଛୋଟ ଛୋଟ ପିଲାଙ୍କ ସହିତ ବୁଲି ବୁଲି ତାଙ୍କ ସହ ଆଲୋଚନା କରିବା ସହିତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ, ସମାଜ ପକ୍ଷରୁ ଅନୁଷ୍ଠିତ ନବରାତ୍ରୀ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶେଷରେ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Odisha News: କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମ

Odisha News: କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ଗତ କାଲି ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ବର୍ଷା କାରଣ ରୁ ସମସ୍ତ କାର୍ଯ୍ୟକ୍ରମ ସମୟ ସୀମା ବଦଳି ଥିଲା,ସେଥି ମଧ୍ୟରେ ସହରର ବାଁପାର ସ୍ଥିତ ସାଇ ମନ୍ଦିରରେ ସାଇ ବାବାଙ୍କ ଦର୍ଶନ କରିବା ସହିତ ବାଁପାର ସାଇ ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ, ଏହାପରେ ନିଉ କଲୋନୀ ସ୍ଥିତ ମା’ ଦୁର୍ଗା ମଣ୍ଡପରେ ପୂଜା ୪୪ ବର୍ଷ ପୂର୍ତ୍ତି ଅବସରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ରକ୍ଷା କରି ମା ଦୁର୍ଗା ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ, ସେଠାରୁ ସହରର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ବେଙ୍ଗଲି ସମ୍ପ୍ରଦାୟ ଦ୍ୱାରା କରାଯାଉଥିବା ମା ଦୁର୍ଗା ପୂଜାକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ, ସେଠାରୁ ଆଟପୁର ସ୍ଥିତ ମା’ ଦୁର୍ଗାଙ୍କ ପୂଜା ମଣ୍ଡପ ବୁଲି ଦେଖିବା ପରେ ରାତ୍ର ୯.୩୦ ମିନିଟ ରେ ସହରର ଗୁଜୁରାଟୀ ସମାଜରେ ଅନୁଷ୍ଠିତ ନବରାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମାଜ ପକ୍ଷରୁ ତାଙ୍କୁ ଏନେଇ ବିଧିବଦ୍ଧ ନିମତ୍ରଣ କରାଯାଇଥିଲା, ୨୦୦୦ ମସିହାରୁ ବିଧାୟକ ହେବାପରେ ପ୍ରତେକ ଥର କାର୍ଯ୍ୟକ୍ରମକୁ ସେ ଆସିବା ସହିତ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସମାଜ ପକ୍ଷରୁ ତାଙ୍କୁ ନ ଭୁଲି ନିମତ୍ରଣ କରାଯାଇଥିବାରୁ ଗୁଜୁରାଟୀ ସମାଜକୁ ସେ ଧନ୍ୟବାଦ ଦେଇଥିଲେ, ଗୁଜୁରାଟୀ ସମାଜର ଉର୍ଣ୍ଣତି କରିବା ପାଇଁ ବିଧାୟକ ଥିବା ସମୟରୁ ସାହାଯ୍ୟ ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ସମାଜର ଉର୍ଣ୍ଣତି ପାଇଁ ଏହି ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ସମାଜର ମହିଳା ପୁରୁଷ, ଛୋଟ ଛୋଟ ପିଲାଙ୍କ ସହିତ ବୁଲି ବୁଲି ତାଙ୍କ ସହ ଆଲୋଚନା କରିବା ସହିତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ, ସମାଜ ପକ୍ଷରୁ ଅନୁଷ୍ଠିତ ନବରାତ୍ରୀ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଶେଷରେ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରେ ସମାଜ ସହିତ ନିଜ ପୁରୁଣା ଅନୁଭୂତି ବଖାଣି ଥିଲେ, ମା ଦୁର୍ଗାଙ୍କ ଆଶ୍ରିବାଦ ସହିତ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ , କେନ୍ଦୁଝରର ରାଷ୍ଟ୍ରଦେବତା ମହାପ୍ରଭୁ ବଳଦେବଜୀଉଙ୍କ ସହିତ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ସହିତ ଜଗତର ନାଥ ଜଗନ୍ନାଥଙ୍କ ଆଶ୍ରିବାଦରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ଏହାସହିତ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଓଡିଶା ବିକାଶ ପଥରେ ଆଗେଇବା ସହିତ କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ କହିଥିଲେ,ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ସମାଜର ସଦସ୍ୟ ଓ ସଦସ୍ୟାଙ୍କ ସହିତ ଦାଣ୍ଡିଆ ନୃତ୍ୟ କରିଥିଲେ, କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ ନିଜେ ବହୁବାର ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ।

 କିନ୍ତୁ ଏହି ପବିତ୍ର କେନ୍ଦୁଝର ମାଟିର ପୁଅ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଶାସନ କରୁଥିବାରୁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଥିବା କହିଥିଲେ, ଓଡିଶା କୁ ବିକାଶ ପଥରେ ଆଗେଇନେବା ସହ କେନ୍ଦୁଝର ବିକାଶ କରିବା ପାଇଁ ଅନୁରୋଧ କରିଥିଲେ,ତେଲକୋଇ ବିଧାୟକ ଡାକ୍ତର ଫକୀର ନାଏକ ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଆଜି ନିଜ ଜନ୍ମମାଟି ରାଇକଳା ଗ୍ରାମରେ ନିଜର ପୂଜା କରିବା ପରେ ଝୁମ୍ପୁରା ଦୁର୍ଗା ମଣ୍ଡପ ବୁଲିବା, ସୁନାରୀପଶି ଓ ଉଖୁଣ୍ଡା ଗ୍ରାମର କାର୍ଯ୍ୟକ୍ରମ କରି କେନ୍ଦୁଝର ସର୍କିଟ ହାଉସ କୁ ଫେରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।