Golden Baba: ଗୋଲ୍ଡେନ ବାବାଙ୍କ ସମ୍ପତ୍ତି ଦେଖି ED ଟେରା...
Advertisement
Article Detail0/zeeodisha/odisha1843331

Golden Baba: ଗୋଲ୍ଡେନ ବାବାଙ୍କ ସମ୍ପତ୍ତି ଦେଖି ED ଟେରା...

Golden Baba: ପୁଣି ଚର୍ଚ୍ଚାରେ ଓଡି଼ଶାର ବହୁ ଚର୍ଚ୍ଚିତ ଗୋଲ୍ଡେନ ବାବା (Golden Baba)। କାହିଁକିନା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ (Jyoti Ranjna Beura alias Golden Baba) ୧ .୫୩ କୋଟି ସମ୍ପତ୍ତିକୁ ଆଟାଚ୍ କରିଛି ଇଡି (Enforcement Directorate)। ଏହି ସମ୍ପତି ମଧ୍ୟରେ ରହିଛି କୋଟି କୋଟି ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ସହ ଘର ଓ ଦାମୀ ଗାଡି଼। 

ସୌଜନ୍ୟ- ସୋସିଆଲ ମିଡି଼ଆ

Golden Baba: ପୁଣି ଚର୍ଚ୍ଚାରେ ଓଡି଼ଶାର ବହୁ ଚର୍ଚ୍ଚିତ ଗୋଲ୍ଡେନ ବାବା (Golden Baba)। କାହିଁକିନା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ (Jyoti Ranjna Beura alias Golden Baba) ୧ .୫୩ କୋଟି ସମ୍ପତ୍ତିକୁ ଆଟାଚ୍ କରିଛି ଇଡି (Enforcement Directorate)। ଏହି ସମ୍ପତି ମଧ୍ୟରେ ରହିଛି କୋଟି କୋଟି ଟଙ୍କାର ବ୍ୟାଙ୍କ୍ ବାଲାନ୍ସ ସହ ଘର ଓ ଦାମୀ ଗାଡି଼।  କମ୍ ସୁଧରେ ବଡ ବଡ ବ୍ୟବସାୟୀଙ୍କୁ ବାବା (Golden Baba)ଋଣ ଦେବା କହି ସେମାନଙ୍କୁ ଚୁନ ଲଗାଉଥିଲେ । ଆଉ ସେହି କଳା ଟଙ୍କାରେ ବାବା ଅଏସ କରୁଥିଲେ। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିଛୁ ଯେ, ଗୋଲ୍ଡେନ ବାବାଙ୍କ (Golden Baba)ମୂଳ ଘର କେନ୍ଦୁଝର ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ବର ନିଳାନ୍ଦ୍ରୀ ବିହାରରେ ଏକ ଆଲିସାନ୍ ବଙ୍ଗଳାରେ ରହୁଥିଲେ। 

Also Read: Bhadrak News: ସ୍ତ୍ରୀ ସହ ଝଗଡ଼ା କରି ଜୀବନ ହାରିଲେ କନେଷ୍ଟବଳ

Also Read: Horoscope Today Aug 27 2023: ଆକସ୍ମିକ ଧନଲାଭର ଯୋଗ ସହ ଶୁଭ ଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ସୂଚନା ଅନୁଯାୟୀ, କେନ୍ଦୁଝର ବଡ଼ବିଲର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟିର ଟଙ୍କାର ଫାଇନାସ୍ କରାଇ ଦେବା କହି  ଗୋଲ୍ଡେନ ବାବା ୧୧ଟି ଚେକ୍ ନେଇଥିବାର ଅଭିଯୋଗ ରହିଥିଲା। ଚେକ୍ ତାରିଖ ୨୦୨୮ ଥିଲା ହେଲେ ତାକୁ ବଦଳାଇ ୨୦୧୮ ତାରିଖ କରି ୧୨ କୋଟିର ଜାଲିଆତି କରିଥିବା ଅଭିଯୋଗ ନେଇ ୨୦୧୯ ଜାନୁଆରୀ ୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ଗିରଫ କରିଥିଲା ।  ପରେ ୨୦୧୯ରେ ଇଡି଼ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।  ତେବେ, ଏହା ପୂର୍ବରୁ ଗୋଲ୍ଡେନ ବାବାଙ୍କ ୨୫ ଲକ୍ଷ ଟଙ୍କାର ଫ୍ରିଜ୍ ମଧ୍ୟ ଜବତ ହୋଇଥିଲା। ଏବଂ ଅଡି଼ ଗାଡି଼ ମଧ୍ୟ ଜବତ ହୋଇଥିଲା। ସେ ଅଧିକାଂଶ ସମୟରେ ମହଣ ମହଣ ସୁନା ପିନ୍ଧୁଥିବାରୁ ତାଙ୍କୁ ଗୋଲଡେନ୍ ବାବା ବୋଲି ଲୋକେ ଡାକନ୍ତି।