Odisha News: ଜିଲ୍ଲାରେ ବିଜେଡ଼ି ସଭାପତିଙ୍କ ଶକ୍ତି ପ୍ରଦର୍ଶନ
Advertisement
Article Detail0/zeeodisha/odisha1794314

Odisha News: ଜିଲ୍ଲାରେ ବିଜେଡ଼ି ସଭାପତିଙ୍କ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର: ପୂର୍ବତନ ଜଗତସିଂହପୁର (jagatsinghpur) ଜିଲ୍ଲା ବିଜେଡି (BJD) ସଭାପତି ତଥା ପୂର୍ବତନ କାଜୁ ନିଗମ (Cashew Nigam) ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ (Amarendra Das) ଜଗତସିଂହପୁର ପୌରାଞ୍ଚଳରେ ଶକ୍ତି ପ୍ରଦର୍ଶନ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର (BJD) ବନ୍ଧୁ ମିଳନ କାର୍ଯ୍

Odisha News: ଜିଲ୍ଲାରେ ବିଜେଡ଼ି ସଭାପତିଙ୍କ ଶକ୍ତି ପ୍ରଦର୍ଶନ

Odisha News: ଜଗତସିଂହପୁର: ପୂର୍ବତନ ଜଗତସିଂହପୁର (jagatsinghpur) ଜିଲ୍ଲା ବିଜେଡି (BJD) ସଭାପତି ତଥା ପୂର୍ବତନ କାଜୁ ନିଗମ (Cashew Nigam) ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ (Amarendra Das) ଜଗତସିଂହପୁର ପୌରାଞ୍ଚଳରେ ଶକ୍ତି ପ୍ରଦର୍ଶନ। ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର (BJD) ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ୍ (Amarendra Das) ଜଗତସିଂହପୁର ସହରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। 

ଏହି ଅବସରରେ ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ସାରଦା ମଣ୍ଡପ ଠାରେ ଅମରେନ୍ଦ୍ର ଦାସଙ୍କ ନେତୃତ୍ୱରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ଦେଉଳି ଗ୍ରାମେଶ୍ବର ଅନ୍ତର୍ଗତ ମା' ରାଢ଼ିଆଣି ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସାନ ବଜାର ଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସାରଦା ମଣ୍ଡପଠାରେ ପହଁଚି ଥିଲା। ସେଠାରେ ଆୟୋଜିତ ସଭାକାର୍ଯ୍ୟରେ ଉପସ୍ଥିତ ଶତାଧିକ ଜନତା, ଦଳୀୟ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକଙ୍କ ସମେତ ପୂର୍ବତନ ପାରିଷଦ ସୁଶାନ୍ତ ରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। 

ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପୂର୍ବତନ ପାରିଷଦ ସାହାଜାଦୀ ବିବି (ଗୋରୀ ବିବି ), ପୂର୍ବତନ ପାରିଷଦ କଳ୍ପନା ମହାନ୍ତି, ପୂର୍ବତନ ପାରିଷଦ ସୁଶୀଲ ଦାସ, ପୂର୍ବତନ ପାରିଷଦ ରବୀନ୍ଦ୍ର ସ୍ୱାଇଁ, ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। 

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ସାରା ଭାରତରେ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରିବେ ସମ୍ମାନୀତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଜଗତସିଂହପୁର ପୌର ପରିଷଦର ୮ନମ୍ବର ଓ ୧୭ ନମ୍ବର ୱାର୍ଡର ବିଜେଡି କର୍ମୀ ଓ ନେତୃବୃନ୍ଦ ମାନେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ବିଜେଡି ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ବାବଦରେ ବୁଥ ସ୍ତରରେ ଲୋକମାନଙ୍କ ପାଖରେ ପହଁଞ୍ଚି ସଚେତନ କରାଇବାକୁ କୁହାଯାଇଥିଲା ।

ଏହା ସହିତ ଗତ ୨୦୧୯ ନିର୍ବାଚନ ସମୟରେ ଅମରେନ୍ଦ୍ର ଦାସ ଶେଷ ମୁହୂର୍ତ୍ତରେ ବିଧାୟକ ଟିକେଟରୁ ବଞ୍ଚିତ ହୋଇଥିବା ବେଳେ ଆଗାମୀ ୨୦୨୪ ନିର୍ବାଚନରେ ଅମରେନ୍ଦ୍ର ଦାସ ଦଳୀୟ ଟିକେଟ ପାଇବା ସହିତ ଦଳ କିପରି ଭଲ ପ୍ରଦର୍ଶନ କରିବ ସେ ବାବଦରେ ନେତୃବୃନ୍ଦ ଓ କର୍ମୀ ମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ତେବେ ଏହି ଆୟୋଜିତ ସଭାରେ ଜଗତସିଂହପୁର ବିଧାୟକ ପ୍ରସାନ୍ତ ମୁଦୁଲି ଅନୁପସ୍ଥିତ ଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ କୁ ନେଇ ଜଗତସିଂହପୁର ଜିଲ୍ଲାରେ ରାଜନୀତି ସରଗରମ ହେବା ଆରମ୍ଭ ହୋଇଯାଇଛି।

Also Read: Hirakud Dam: ଖୋଲିଲା ଆଉ ୩ଟି ଗେଟ୍, ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Also Read: khordha News: NGT ଛାଟ ସତ୍ୱେ ନିଷ୍କିୟ ପ୍ରଶାସନ, ଦୈନିକ କୋଟି କୋଟି ଚଙ୍କାର ହରିଲୁଟ୍

Also Read: Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...