Odisha News : ସାଧାରଣତନ୍ତ୍ର ଦିବସ ପାଇଁ କିଏ କେଉଁଠି ହେବେ ଅତିଥି, ଜାଣନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2070241

Odisha News : ସାଧାରଣତନ୍ତ୍ର ଦିବସ ପାଇଁ କିଏ କେଉଁଠି ହେବେ ଅତିଥି, ଜାଣନ୍ତୁ ପୂରା ରିପୋର୍ଟ

ଏହି ସବୁ ଜିଲ୍ଲାରେ ଜିଲ୍ଲାପାଳ କରିବେ ପତାକା ଉତ୍ତୋଳନ।

Odisha News : ସାଧାରଣତନ୍ତ୍ର ଦିବସ ପାଇଁ କିଏ କେଉଁଠି ହେବେ ଅତିଥି, ଜାଣନ୍ତୁ ପୂରା ରିପୋର୍ଟ

Odisha News : ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଦିନ ଦେଶ ପାଳିବାକୁ ଯାଉଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ରାଜ୍ୟ ତଥା ସମଗ୍ର ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ କିଏ ପତାକା ଉତ୍ତୋଳନ କରିବେ ସେନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ ୧୩ଟି ଜିଲ୍ଲାରେ ଜିଲ୍ଲାପାଳ ପତକା ଉତ୍ତୋଳନ କରିବାକୁ ଥିବା ବେଳେ ଦୁଇଟି ମହାନଗର ନିଗମ ରାଉରକେଲା ଓ ବ୍ରହ୍ମପୁରରେ RDC ପତାକା ଉତ୍ତୋଳନ କରିବେ। ଅବଶିଷ୍ଟ ଜିଲ୍ଲାରେ ରାଜ୍ୟର ମନ୍ତ୍ରୀମାନେ ପତାକା ଉତ୍ତୋଳନ କରିବେ। ତେବେ ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ। 

ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ୟାରେଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି କଟକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବେ। କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁନ୍ଦରଗଡ଼ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୁରୀରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜଗତସିଂହପୁରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁବର୍ଣ୍ଣପୁରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, କେନ୍ଦୁଝରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ବଲାଙ୍ଗୀରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରାଜା ରଣେନ୍ଦ୍ର ପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେବେ।

ସେହିପରି ଗଞ୍ଜାମରେ ଅନୁସୂଚିତ ଜନଜାତି ଓ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେବାକୁ ଥିବା ବେଳେ ସମ୍ବଲପୁରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୋଳରେ ଭାଷା, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱରରେ ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ଝାରସୁଗୁଡ଼ାରେ ରାଜ୍ୟମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ, ନୂଆପଡ଼ାରେ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ ଓ କୋରାପୁଟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। 

ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଯୋଗଦେବାକୁ ଥିବା ବେଳେ ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ଯୋଗଦାନ କରି ପତାକା ଉତ୍ତୋଳନ କରିବେ। ବରଗଡ଼, ଭଦ୍ରକ, ବୌଦ୍ଧ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବେ।