Odisha News: ପଞ୍ଚଭୂତରେ ଲୀନ ହେଲେ ଶହୀଦ ପ୍ରତାପ
Advertisement
Article Detail0/zeeodisha/odisha1947891

Odisha News: ପଞ୍ଚଭୂତରେ ଲୀନ ହେଲେ ଶହୀଦ ପ୍ରତାପ

ଗାଁ ମଶାଣିରେ ଶେଷକୃତ୍ୟ ବେଳେ ଝିଅ ପ୍ରତୀକ୍ଷା ବାରମ୍ବାର ବାପାକୁ ଖୋଜିଖୋଜି ବେହୋସ୍ ହେଉଥିବା ବେଳେ ଶୋକାକୂଳ ପରିବେଶ ମଧ୍ୟରେ ବୀରଗତି ପ୍ରାପ୍ତ ସହୀଦ୍ ପ୍ରତାପଙ୍କ ପରିବାର ଦୁଖଃ କେବେ ଦୂର ହେବ ଓ ସେନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Odisha News: ପଞ୍ଚଭୂତରେ ଲୀନ ହେଲେ ଶହୀଦ ପ୍ରତାପ

Odisha News: ପୁରୀ: ଜଳିଛି ସହିଦଙ୍କ ପାର୍ଥିବ ଶରୀର। ଜୁଇ ଜଳିଲା ଆଉ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ପଞ୍ଚଭୂତରେ ବିଲୀନ ହେଲା ଦେଶମାତୃକା ପାଇଁ ସହିଦ ହୋଇଥିବା ଓଡିଆ ବିଏସଏଫ ଜବାନ ପ୍ରତାପ ରଞ୍ଜନ ପରିଡାଙ୍କ ପାର୍ଥବ ଶରୀର। ଶୋକାକୂଳ ପରିବେଶରେ ପ୍ରତାପ ଓରଫ୍ ବଗୁଲିଙ୍କୁ ବିଦାୟ ଦେଲେ ସ୍ତ୍ରୀ। ପରିବାର ଲୋକଙ୍କ ସମେତ ବନ୍ଧୁ ପରିଜନ,ଶୁଭେଚ୍ଛା ଓ ସମର୍ଥକ। ସହିଦ୍ ପ୍ରତାପ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହେଲା ଗଗନପବନ। ରାସ୍ତା ଉପରେ ହଜାରହଜାର ସମର୍ଥକ,ପ୍ରଶଂସକ ଓ କୁନିକୁନି ସ୍କୁଲ ପିଲା ହାତରେ ତ୍ରୀରଙ୍ଗା ଧରି ସହିଦ୍ ପ୍ରତାପଙ୍କ ପାର୍ଥବ ଶରୀର ଉପରେ ଫୁଲ ପକାଇ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଅନ୍ୟପଟେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟଦା ପାଇ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ପ୍ରତାପ। ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ କୁହୁଳିଥିଲା।

ସେପଟେ ଜୀବନ ଯୁଦ୍ଧରେ ହାରି ପଞ୍ଚଭୂତରେ ଲୀନ ହେଲେ ଗୋପ ବ୍ଲକର ପ୍ରଥମ ଓଡ଼ିଆ ପୁଅ ସହୀଦ୍ ପ୍ରତାପ ପରିଡା। ମେଘାଳୟରେ ବିଏସଏଫ ହାବିଲଦାର ଭାବେ କାର୍ଯ୍ୟରତ ପ୍ରତାପ ଓରଫ୍ ବଗୁଲି ଏକ ଖାଲରେ ପଡି ମୃତ୍ୟୁବରଣ କରିବା ପରେ ପରିବାର ଉପରେ ପଡିଥିଲା ଅକାଳ ଚଡକ। ସେପଟେ ଗତକାଲି ପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ସକାଳୁ ଖୋର୍ଦ୍ଧା ସ୍ଥିତ ବିଏସଏଫ କ୍ୟାମ୍ପ ଓ ପରେ ଏକ ବିରାଟ ପଟୁଆରରେ ପ୍ରଥମେ ପିପିଲି,,ପରେ ଗୋପ ବ୍ଲକ୍ ର ବଡତରା ପଞ୍ଚାୟତ ପରିକ୍ରମା କରି ଶେଷରେ ତାଙ୍କୁ ତାଙ୍କ ବାସଭବନକୁ ନିଆଯାଇଥିଲା। ଶୋଭାଯାତ୍ରାରେ ସାମିଲ ରହିଥିଲେ ତାଙ୍କର ହଜାରହଜାର ଶୁଭେଚ୍ଛୁଙ୍କ ସହ ପ୍ରଶଂସକ,ଗ୍ରାମବାସୀ ଓ ବିଭିନ୍ନ ବ୍ୟକ୍ତିବିଶେଷ। ସେପଟେ ରାସ୍ତାରେ ମଧ୍ୟ ସ୍କୁଲର କୁନିକୁନି ପିଲାମାନେ ହାତରେ ଫୁଲ ଓ ତ୍ରୀରଙ୍ଗା ଧରି ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ତାଙ୍କ ବାସଭବନକୁ ମରଶରୀର ନିଆଯିବା ପରେ ଶେଷ ଦର୍ଶନ କରିଥିଲେ ପରିବାର ଲୋକେ। ପରେ ଗାଁ ମଶାଣୀ ଅଭିମୁଖେ ବାହାରିଥିଲା ତାଙ୍କ ପାର୍ଥବ ଶରୀର। ଶୋକାକୂଳ ପରିବେଶରେ ବିଏସଏଫ ଜବାନଙ୍କ ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଓ ତୋପ ଶଲାମୀ ଦିଆଯାଇଥିଲା। ପରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ନ ହୋଇଥିବା ଵେଳେ ପୁଅ ପ୍ରତୀକ ପରିଡା ଓ ପୁତୁରା ପ୍ରୀତମ ରଞ୍ଜନ ପରିଡା ମୁଖାଗ୍ନି ଦେଇଥିଲେ।

ଅନ୍ୟପଟେ ଶହୀଦ ପ୍ରତାପଙ୍କ ଶେଷକୃତ୍ୟ ଓ ଅନ୍ତିମ ଶୋଭାଯାତ୍ରାରେ ହଜାରହଜାର ଶୁଭେଚ୍ଛୁ,,ସମର୍ଥକ ସାମିଲ ହୋଇଥିଲେ। ଗାଁରେ ଶୋକର ଛାୟା ଖେଳିଯାଇଥିଲା। ସହୀଦ ପ୍ରତାପ ଓରଫ୍ ବଗୁଲିଙ୍କୁ ଭଲପାଉଥିବା ଗାଁର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ପୁରୁଷ, ମହିଳା,, ବୃଦ୍ଧ,ବୃଦ୍ଧାଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଗାଁ ମଶାଣୀରେ ମଧ୍ୟ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁର ସରପଞ୍ଚଙ୍କ ନେତୃତ୍ୱରେ ଶବଦାହ କାର୍ଯ୍ୟ ସମାପନ ହୋଇଥିଲା। ଏହି ଅନ୍ତେଷ୍ଟି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ରାଜନୈତିକ ବ୍ୟକ୍ତିବିଶେଷ ମାନେ ସାମିଲ ହୋଇଥିବା ବେଳେ ରାଜନୈତିକ ନେତାମାନେ ସହୀଦ ପ୍ରତାପଙ୍କ ପରିବାରକୁ ସାହାଯ୍ୟ ସହଯୋଗର ହାତ ବଢେଇବା ପାଇଁ ରାଜନୈତିକ ବୟାନବାଜୀ ଦେଇଥିଲେ। ଅନ୍ୟପଟେ ଶହୀଦ୍ ପ୍ରତାପଙ୍କ ଧର୍ମପତ୍ନୀ ଜଣେ ରୋଗାକ୍ରାନ୍ତ ହୋଇଥିବା ବେଳେ ପୁଅ ପ୍ରତୀକ ପଞ୍ଚମ ଶ୍ରେଣୀରେ ଓ ଝିଅ ପ୍ରତୀକ୍ଷା ଯୁକ୍ତ ଦୁଇରେ ପାଠ ପଢୁଛନ୍ତି।

ଗାଁ ମଶାଣିରେ ଶେଷକୃତ୍ୟ ବେଳେ ଝିଅ ପ୍ରତୀକ୍ଷା ବାରମ୍ବାର ବାପାକୁ ଖୋଜିଖୋଜି ବେହୋସ୍ ହେଉଥିବା ବେଳେ ଶୋକାକୂଳ ପରିବେଶ ମଧ୍ୟରେ ବୀରଗତି ପ୍ରାପ୍ତ ସହୀଦ୍ ପ୍ରତାପଙ୍କ ପରିବାର ଦୁଖଃ କେବେ ଦୂର ହେବ ଓ ସେନେଇ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।