Advertisement
Article Detail0/zeeodisha/odisha2296585
Zee OdishaOdisha StateOdisha News: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ବାପ ଘରକୁ ଗଲା ବୋଲି...!

Odisha News: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ବାପ ଘରକୁ ଗଲା ବୋଲି...!


Odisha News: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ବେକ କାଟି ମାରିଦେବକୁ ଉଦ୍ୟମ କଲା ସ୍ବାମୀ।  ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଧୋବଶିଳା ଗାଁରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀ ହେଉଛନ୍ତି ଦୀପକ ମଲ୍ଲିକ୍ ।

 

Odisha News: ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀ ବାପ ଘରକୁ ଗଲା ବୋଲି...!

Odisha News: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ବେକ କାଟି ମାରିଦେବକୁ ଉଦ୍ୟମ କଲା ସ୍ବାମୀ।  ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଧୋବଶିଳା ଗାଁରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀ ହେଉଛନ୍ତି ଦୀପକ ମଲ୍ଲିକ୍ ।

ସୂଚନା ଅନୁସାରେ,ଦୀପକଙ୍କ ସ୍ତ୍ରୀ ମନୀଷା ମଲ୍ଲିକ୍ ରଜ ସଂକ୍ରାନ୍ତି ପାଇଁ ବାପ ଘରକୁ ଯାଇଥିଲେ।  ସେଠାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଦୀପକ ରାଗିଯାଇ ସ୍ତ୍ରୀଙ୍କୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ପରେ ସେଠାରେ ଗୁରୁତର ହୋଇଯାଇଥିଲେ ମନୀଷା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  

ସେପଟେ, ଗତକାଲି ମଧ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗ୍ରାମରେ। ଜାଗା ବାଡିକୁ ନେଇ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ। ଘଟଣା ଅନୁଯାୟୀ, ଉକ୍ତ ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା। ରବିବାର ସକାଳ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିଲା।

Add Zee News as a Preferred Source

ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା ଯେ, ସେ ଏକ ଧାରୁଆ ତରୁଆଲ(ମାରାଣାସ୍ତ୍ର)ରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା କରିବାପରେ ଅରୁଣ ଘରୁ ବାଇକ କାଢି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

About the Author