Paradeep: କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଦାବିପତ୍ର ପ୍ରଦାନ, ଆଗକୁ ଆନ୍ଦୋଳନ ଚେତାବନୀ
Advertisement
Article Detail0/zeeodisha/odisha2133735

Paradeep: କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଦାବିପତ୍ର ପ୍ରଦାନ, ଆଗକୁ ଆନ୍ଦୋଳନ ଚେତାବନୀ

Paradeep: ଥମୁନି ଏନ୍ଏସି ବିବାଦ । କୁଜଙ୍ଗକୁ ଏନ୍ଏସି ମାନ୍ୟତା ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଜଙ୍ଗ ବନ୍ଦ ଡାକରା ଦେଇଛନ୍ତି ଅଞ୍ଚଳବାସୀ ।ରାଜ୍ୟ ସରକାର ୩୫ଟି ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଏଥିରୁ ବାଦ ପଡ଼ିଥିଲା ।

କୁଜଙ୍ଗ ପରି ଐତିହ୍ୟ ସମ୍ପନ୍ନ ତଥା ଗ୍ରାମୀଣ ସହର ଏନ୍ଏସି ତାଲିକାରୁ ବାଦ ପଡ଼ିବା ଘଟଣା ସହଜରେ ଗ୍ରହଣ କରିପାରିନାହାନ୍ତି କୁଜଙ୍ଗବାସୀ । ଏଠାରେ ଜିଲ୍ଲାର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ସହ ଏକାଧିକ ସରକାରୀ କାର୍ଯ୍ୟାଳୟ ମଧ୍ଯ ରହିଛି । ଶହେ ବର୍ଷର ଐତିହ୍ୟ ସମ୍ପନ୍ନ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ, ଚିକିତ୍ସା କେନ୍ଦ୍ର,ବଡ଼ବଜାର ପୁରୁଣା ହାଟ ବହୁ ସାଂସ୍କୃତିକ ଓ ଐତିହାସିକ ଘଟଣାବଳୀର ମୂକସାକ୍ଷୀ କୁଜଙ୍ଗକୁ ଉପେକ୍ଷା କରାଯିବା ନେଇ ଦଳ ମତରୁ ଉର୍ଦ୍ଧ୍ବରେ ରହି କୁଜଙ୍ଗବାସୀ ଏହି ପ୍ରତିବାଦରେ ସାମିଲ ହୋଇ ହନୁମାନ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। କୁଜଙ୍ଗକୁ ଏନ୍‌ଏସି ମାନ୍ୟତା ପ୍ରଦାନ ନ କରାଗଲେ ଆସନ୍ତା ଶନିବାର ଠାରୁ ଆନ୍ଦୋଳନକୁ ତୀବ୍ର କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁଜଙ୍ଗ ବନ୍ଦ ରହିବା ନେଇ ଚେତାବନୀ ଦିଆଯାଇଛି।

Also Read- Odisha News: DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ବଦଳିଲା ଠିକଣା