Odisha News: ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ, ଲୁହରେ ଭାସୁଛି କେନ୍ଦୁଢିପ ଗାଁ
Advertisement
Article Detail0/zeeodisha/odisha1901660

Odisha News: ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ, ଲୁହରେ ଭାସୁଛି କେନ୍ଦୁଢିପ ଗାଁ

Odisha News: ମାଆ କୋଳ ଖାଲି କରିଦେଲା ସିକିମ୍ ପ୍ରଳୟଙ୍କରୀ ବନ୍ୟା (Sikkim flash flood )। ଉଜାଡି ଦେଲା ସଂସାର । ଆଉ ଲିଭେଇ ଦେଲା ସ୍ତ୍ରୀ ମଥାରୁ ସିନ୍ଦୁର ଭାଙ୍ଗିଦେଲା ଚୁଡି। ଭେଣ୍ତିଆ ପୁଅକୁ ହରାଇ ଗାଁ ଦାଣ୍ତରେ ମାଡିରେ ଲୋଟି ପଡୁଛନ୍ତି ସରୋଜଙ୍କ ବାପା ମାଆ । କାହିଁକିନା ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ସବୁଦିନ ପାଇଁ ସହିଦ୍ ହୋଇଯାଇଛି ପୁଅ ସରୋଜ (Odia Jawan Saroj Kumar Das Martyred) । 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News: ମାଆ କୋଳ ଖାଲି କରିଦେଲା ସିକିମ୍ ପ୍ରଳୟଙ୍କରୀ ବନ୍ୟା (Sikkim flash flood )। ଉଜାଡି ଦେଲା ସଂସାର । ଆଉ ଲିଭେଇ ଦେଲା ସ୍ତ୍ରୀ ମଥାରୁ ସିନ୍ଦୁର ଭାଙ୍ଗିଦେଲା ଚୁଡି। ଭେଣ୍ତିଆ ପୁଅକୁ ହରାଇ ଗାଁ ଦାଣ୍ତରେ ମାଡିରେ ଲୋଟି ପଡୁଛନ୍ତି ସରୋଜଙ୍କ ବାପା ମାଆ । କାହିଁକିନା ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ସବୁଦିନ ପାଇଁ ସହିଦ୍ ହୋଇଯାଇଛି ପୁଅ ସରୋଜ (Odia Jawan Saroj Kumar Das Martyred) । (Odia Jawan martyred) ପୁଅର ସହିଦ ଖବର ପାଇଲା ପରେ ଘରେ ଚୁଲି ଜଳୁନି।  ନୂଆ କରି ବୋହୁ ହୋଇ ଆସିଥିବା ସରୋଜଙ୍କ ସ୍ତ୍ରୀ ସ୍ବାମୀର ସହିଦ୍ ଖବର ପାଇବା ପରେ ଚେତା ଶୂନ୍ୟ ହୋଇ ପଡିଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗାଁ କାନ୍ଦ ବୋବାଳିରେ ଫାଟି ପଡୁଛି। 

Also Read: Gold Rate: ୩୫ ହଜାର ତଳେ ସୁନା ଭରି, ଭୁବନେଶ୍ବରରେ ରହିଛି ଏତିକି ଟଙ୍କା

Also Read: Guru Vakri 2023: ଏହି ତିନି ରାଶି ଉପରେ ଧନର ବର୍ଷା କରିବେ ବୃହସ୍ପତି, ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୁଭଦିନ

ସୂଚନା ଅନୁସାରେ,  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ସରୋଜ କୁମାର ଦାସ୍ ।   ୨୦୧୨ ମସିହାରେ ସେନାରେ  ଇଏମଇ ଭାବରେ ନିଯୁକ୍ତି ପାଇଥିଲେ। ସେନାରେ ଚାକିରି କରିଥିବାରୁ ଖୁସ୍ ଖୁସିଥିଲେ ସରୋଜ୍।  ଏପରିକି ଗତ ୭ ମାସତଳେ ସରୋଜଙ୍କ ବିବାହ ହୋଇଥିଲା। କିନ୍ତୁ ତାଙ୍କର ଏହି ଖୁସି ବେଶି ଦିନ ରହି ନଥିଲା। ମଙ୍ଗଳବାର ରାତି ୧୦ଟାରେ ହାବିଲଦାର୍ ସରୋଜଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ ପରିବାର ଲୋକେ।  ଏଠି ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ପରଦିନ ସକାଳେ ଟିଭିରେ ସିକିମ ବନ୍ୟାରେ ଯବାନ ଭାସିଯାଇଥିବା ଖବର ଦେଖିଥିଲେ ପରିବାର ଲୋକେ।

ପରେ ସେ ସରୋଜଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଫୋନ୍ ବନ୍ଦ ଆସିଥିଲା । ଏନେଇ ପରିବାର ଲୋକେ ତାଙ୍କ ୟୁନିଟକୁ ଯୋଗାଯୋଗ କରିଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ, ସରୋଜ୍ ସିକିମ୍ ବନ୍ୟାରେ ନିଖୋଜ ହୋଇଯାଇଛି।  ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ପରିବାର । କେବଳ ସେତିକି ନୁହେଁ, ସରୋଜ୍ ଙ୍କ ପାଇଁ ଗାଁରେ ସଂକିର୍ତ୍ତନ ମଧ୍ୟ କରାଯାଇଥିଲା। କିନ୍ତୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭିଡିଓ କଲ୍ ଯୋଗେ ପରିବାର ତାଙ୍କ ମୃତଦେହକୁ ମଧ୍ୟ ଚିହ୍ନଟ କରିଛନ୍ତି। ତେବେ, ଆମେ ଏଠାର ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,ସିକ୍କିମ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ହାବିଲଦାର ସରୋଜ କୁମାର ଦାସ ଥିଲେ।