Guru Vakri 2023: ଏହି ତିନି ରାଶି ଉପରେ ଧନର ବର୍ଷା କରିବେ ବୃହସ୍ପତି, ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୁଭଦିନ
Advertisement
Article Detail0/zeeodisha/odisha1901374

Guru Vakri 2023: ଏହି ତିନି ରାଶି ଉପରେ ଧନର ବର୍ଷା କରିବେ ବୃହସ୍ପତି, ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୁଭଦିନ

Guru Vakri 2023: ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବୃହସ୍ପତି (jupiter) ଧନୁ ଓ ମୀନ ରାଶିର ପ୍ରଭୁ ଅଟନ୍ତି। ବୃହସ୍ପତି, ମେଷ ରାଶିକୁ ଆସନ୍ତାକାଲି ରାତି( ୮ଟା ୪୦ ମିନିଟ୍) ସମୟରେ ଚଳନ କରିବେ।   ତେବେ, ବୃହସ୍ପତି ଏହି ରାଶିରେ (zodiac signs) ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିଦେବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ସୌଜନ୍ୟ- ସୋସିଆଲ ମିଡି଼ଆ

Guru Vakri 2023: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି ବା ରାଶି ପରିବର୍ତ୍ତନ (gochar 2023) କରିଥାଆନ୍ତି । ଗ୍ରହମାନଙ୍କ ଆଗମନ ବା ପ୍ରତ୍ୟାବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ହୋଇଥାଏ (Guru Vakri 2023) । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ବୃହସ୍ପତି (jupiter) ଧନୁ ଓ ମୀନ ରାଶିର ପ୍ରଭୁ ଅଟନ୍ତି। ବୃହସ୍ପତି, ମେଷ ରାଶିକୁ ଆସନ୍ତାକାଲି ରାତି( ୮ଟା ୪୦ ମିନିଟ୍) ସମୟରେ ଚଳନ କରିବେ।   ତେବେ, ବୃହସ୍ପତି ଏହି ରାଶିରେ (zodiac signs) ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶିର ବ୍ୟକ୍ତିଙ୍କୁ ମାଲେମାଲ୍ କରିଦେବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

Also Read: Puri News: ପଦକ ବିଜେତା କିଶୋରଙ୍କ ଘରେ କାହିଁକି ରାତି ଅଧରେ ପହଞ୍ଚିଲା ପୋଲିସ? କାରଣ ଜାଣନ୍ତୁ...

ଧନବାନ୍ ହେବେ ଏହି ସବୁ ରାଶି:

ମେଷ: ବୃହସ୍ପତିଙ୍କ କୃପାରୁ ଆସନ୍ତାକାଲି ଠାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକି ଉଠିବ। ଅଧା ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ଚାକିରିରେ ଆପଣଙ୍କୁ ପଦୋନ୍ନତି ମିଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ମାନ ଦୂର ହେବ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଦୂରଯାତ୍ରା ମଙ୍ଗଳମୟ ରହିବ। ହସଖୁସିରେ ସମୟ ଅତିବାହିତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସନ୍ତାନ ସନ୍ତତିଙ୍କ ଠାରୁ ଖୁସି ଖବର ମିଳିବ। ବିଦେଶ ଭଦ୍ରମଣର ଯୋଗ ମଧ୍ୟ ରହିଛି। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ଆକସ୍ମିକ ଧନଲାଭର ଯୋଗ ମଧ୍ୟ ରହିଛି। 

ସିଂହ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ବ୍ୟବସାୟ କରୁଥିବା ଲୋକେ ବକେୟା ଟଙ୍କା ପାଇବେ । ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଦୀର୍ଘ ଦିନରୁ ବ୍ୟବସାୟକୁ ନେଇ ଥିବା ଆଶା ପୂରଣ ହେବ । ଯଦି ଆପଣ ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କରନ୍ତି । ତେବେ, ସେଥିରୁ ଆପଣଙ୍କୁ ଅଧିକ ଲାଭ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

ମୀନ : ବୃହସ୍ପତିଙ୍କ କୃପା ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିବ। ଏହି ଅବଧି ମଧ୍ୟରେ, ଅନେକ ନୂତନ ଆୟର ଉତ୍ସ ସୃଷ୍ଟି ହେବାର ସମ୍ଭାବନା ରହିଛି । କମ୍ପିଟେଟିଭ ପରୀକ୍ଷା ଦେଉଥିବା ଆଶାୟୀମାନେ ଏହି ସମୟ ଶୁଭଫଳ ପାଇବେ। ଖାସ୍ କରି, ଏହି ସମୟରେ ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଆପଣଙ୍କୁ ଏହି ସମୟରେ ନୂଆ ଚାକିରି ପାଇଁ ଅଫର ବି ମିଳିପାରେ। ଖାସ୍ କରି,  ରିଅଲ୍ ଇଷ୍ଟେଟ୍ କାର୍ଯ୍ୟରୁ ଲାଭ ମିଳିବ । ହଠାତ୍ ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)