Plus 2 Exam 2024: ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା
Advertisement
Article Detail0/zeeodisha/odisha1988359

Plus 2 Exam 2024: ରାଜ୍ୟରେ ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‍ ପରୀକ୍ଷା

Plus 2 Exam: ଆସନ୍ତା ଫେବୃୟାରୀ ମାସରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ କଲେଜରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଶେଷ କରାଯିବ ନେଇ ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୌ(ସୋସିଆଲ ମିଡିଆ)

Plus 2 Practical  Exam 2024: ଆସନ୍ତା ଫେବୃୟାରୀ ମାସରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ କଲେଜରେ ପ୍ରାକ୍ଟିକାଲ୍‍ ପରୀକ୍ଷା ଶେଷ କରାଯିବ। ଜାନୁୟାରୀ ୨ ତାରିଖରୁ ଫେବୃୟାରୀ ୧୨ ମଧ୍ୟରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ସମସ୍ତ ପ୍ରାକ୍ଟିକାଲ୍‍ ପରୀକ୍ଷା ଶେଷ (Practical Exam) କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଥିଓରୀ ପରୀକ୍ଷାର ତାରିଖ ପରେ ଘୋଷଣା ହେବ । ଫେବୃଆରୀ ୧୬ରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ସିଏଚଏସଇ (CHSE) ପକ୍ଷରୁ ସୂଚନା ଦିଆଯାଇଛି । ଯୁକ୍ତ ଦୁଇ (Plus 2 exam date 2024) ଥିଓରୀ ପରୀକ୍ଷାକୁ (Theory Exam) ସ୍ବଚ୍ଛ କରିବାକୁ ପଦକ୍ଷେପ ନିଆଯାଉଛି । ରାଜ୍ୟର ପ୍ରତି ପରୀକ୍ଷା କେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବକୁ ଲାଇଭ ଷ୍ଟ୍ରିମିଂ (live streaming) ମାଧ୍ୟମରେ ମନିଟରିଂ କରାଯିବ । ପ୍ରଥମ ଥର ଯୁକ୍ତଦୁଇ ବୋର୍ଡ଼ ପରୀକ୍ଷାରେ ଲାଇଭ ଷ୍ଟ୍ରିମିଂ କରାଯିବ । ଭୁବନେଶ୍ବରରେ ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଏହି ଲାଇଭ ଷ୍ଟ୍ରିମିଂର ଲିଙ୍କ ଦିଆଯିବ । ପ୍ରତିବର୍ଷ ପରୀକ୍ଷା କେନ୍ଦ୍ରରେ ସିସିଟିଭି (CCTV) ଲଗାଯାଉଛି । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ସିସିଟିଭି ସ୍ଥାପନା ନେଇ ସ୍ଥିତି କ’ଣ ରହିଛି ତାହା ଡିସେମ୍ବର ୧୫ ସୁଦ୍ଧା ପରିଷଦକୁ ଜଣାଇବା ଲାଗି ସମସ୍ତ ଜୁନିୟର କଲେଜ ଅଧ୍ଯକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଥାଉ କି, ପରୀକ୍ଷା ସରିବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଫଳାଫଳ ପ୍ରକାଶ (12th exam result 2024) କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପଟେ ଆବଶ୍ୟକ ପଡ଼ିଲେ ସାଧାରଣ ନିର୍ବାଚନ (General Election 2024) ପରେ ରେଜଲ୍ଟ ପ୍ରକାଶ କରାଯିବ । ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଶୀଘ୍ର ପରୀକ୍ଷା କରାଯାଉଛି । ନିର୍ବାଚନ ଲାଗି ରାଜ୍ୟର ଅନେକ କଲେଜରେ ବ୍ୟବସ୍ଥା କରାଯିବା ସହ ଅନେକ ଅଧ୍ଯାପକ, ଅଧ୍ଯାପିକା ଓ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବରେ ସାମିଲ କରାଯିବ । ତେଣୁ ନିର୍ବାଚନ ପୂର୍ବରୁ ଯୁକ୍ତ ୨ ପରୀକ୍ଷା ଶେଷ କରିବା ସହ ଫଳାଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।