Puri News: ଏହିଦିନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା
Advertisement
Article Detail0/zeeodisha/odisha1942490

Puri News: ଏହିଦିନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା

Puri News: ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ (Sri Mandir Parikrama project)। ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ଟାରେ ଗଜପତିଙ୍କ ଅଧ୍ୟକ୍ଷତାରେ (Puri Gajapati Maharaja Dibyasingha Deba) ବସିବ ବୈଠକ । ତା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ମହାରାଜ (Puri Gajapati Maharaja Dibyasingha Deba)। 

Puri News: ଏହିଦିନ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା

Puri News: ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ (Sri Mandir Parikrama project)। ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୧ଟାରେ ଗଜପତିଙ୍କ ଅଧ୍ୟକ୍ଷତାରେ (Puri Gajapati Maharaja Dibyasingha Deba) ବସିବ ବୈଠକ । ତା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି ମହାରାଜ (Puri Gajapati Maharaja Dibyasingha Deba)। ଆଜି ସକାଳେ ପ୍ରଥମେ ଜଗନ୍ନାଥ ବଲ୍ଲଭରେ ହେଉଥିବା ମଲ୍ଟି ଲେଭଲ ପାର୍କିଂ ,ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ ,୩୭୦୦ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର ,୧୮୫ଟି ଦୋକାନ ,୧୪୨୦ କାର ପାର୍କିଂ,୨୦୦ ଦୁଇ ଚକିଆ ଯାନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତେବେ ପ୍ରକଳ୍ପ ପ୍ରତିଷ୍ଠା ,ପୂଜା ଓ ଲୋକାର୍ପଣ ନେଇ ବୈଠକରେ ଆଲୋଚନା ଥିବାରୁ ତା ପୂର୍ବରୁ କାର୍ଯ୍ୟର ସମୀକ୍ଷା କରିଛନ୍ତି ଗଜପତି । ତା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସି ଅଧିକାରୀ ମାନଙ୍କ ସହ ବହୁ ପଦାଧିକାରୀ ଉପସ୍ଥିତ।

Also Read: Somalika Das: ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପୂର୍ବରୁ ପୂର୍ବତନ ପ୍ରେମିକା ସୋମାଲିକାଙ୍କୁ ଝଟକା

ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର  ପ୍ରତିଷ୍ଠା ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବାକୁ ଥିବା ବେଳେ ଜାନୁଆରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ। ୫ ଦିନ ହୋମଯଜ୍ଞ ହେବା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବ । ୫ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଜଣାପଡିଛି।  ଏନେଇ ଆଜି ସଂଧ୍ୟାରେ ନୀତି ସବ କମିଟି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହି ନୀତି ସବ କମିଟି ବୈଠକରେ,  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଦିବସ କେବେ ହେବ, କିଭଳି ପୂଜା ବିଧି କରାଯିବ, କେତେ ଦିନ ଧରି ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହେବ, କେଉଁ ଯାଗାରେ ପୂଜା ବିଧି ସମ୍ପନ୍ନ ହେବ ସେନେଇ ଆଲୋଚନା ହେବ। ଆଉ ଏହି ବୈଠକରେ ନୀତି ସବ କମିଟିର ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଓ ପଣ୍ଡିତ ମାନେ ସାମିଲ ହେବେ।  ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। 

ସେହିପରି ନିକଟରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବାକୁ ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ନୂଆବର୍ଷରେ ଭକ୍ତଙ୍କୁ ଏକ ନୂଆ ଅନୁଭବ ଦେବ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀକ୍ଷେତ୍ରରେ ରହିଥିବା ବିଭିନ୍ନ ମଠର ପୁନଃରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ। ପରିକ୍ରମା ପ୍ରକଳ୍ପ କାମରେ ଜଗନ୍ନାଥ ସଂସ୍କୃତି  ସହ  ଜଡିତ  ବିଭିନ୍ନ ଦେଶୀୟ ବୃକ୍ଷ ତଥା ଗଛ ଲତା ଲଗାଇବାକୁ ପରାମର୍ଶ ଦେଇଥିଲେ। ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିରର ଚାରି ଦ୍ଵାର କାମ  ମଧ୍ୟ ବୁଲି ଦେଖିଥିଲେ ୫ଟି ଅଧ୍ୟକ୍ଷ। ନିର୍ଦ୍ଧାରିତ ସମୟରେ କାମ ଶେଷ  କରିବାକୁ ନିର୍ଦେଶ ଦେଇଥିଲେ।