Odisha News: ରାଜ ରାସ୍ତା ପ୍ରଶସ୍ତିକରଣ କରଣ ହେଉଛି, ହେଲେ କମୁନି ଦୁର୍ଘଟଣା
Advertisement
Article Detail0/zeeodisha/odisha2287207

Odisha News: ରାଜ ରାସ୍ତା ପ୍ରଶସ୍ତିକରଣ କରଣ ହେଉଛି, ହେଲେ କମୁନି ଦୁର୍ଘଟଣା

Odisha News: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଠାରୁ ଚାନ୍ଦିପୁଟ ଦେଇ ସଂଯୋଗ କରୁଥିବା ବ୍ରହ୍ମପୁର ପାରଳାଖେମୁଣ୍ଡି ପୁର୍ତ୍ତବିଭାଗ ରାଜରାସ୍ତାର ପ୍ରସସ୍ଥିକରଣ ଚାଲିଛି । ଦୀର୍ଘ ବର୍ଷ ବର୍ଷ ଧରି ଖାଲଖମା ଓ ଅଣ ଓସାରିଆ ଭାବେ ପଡି ରହିଥିବା ୧୩ କିମି ର ଉକ୍ତ ରାସ୍ତା ରେ ଅନେକଙ୍କ ଦୁର୍ଘଟଣା ର‌ ଶିକାର ହୋଇ ବହୁ ଧନଜୀବନ ହାନି ଘଟିଚାଲିଛି । 

 Odisha News: ରାଜ ରାସ୍ତା ପ୍ରଶସ୍ତିକରଣ କରଣ ହେଉଛି, ହେଲେ କମୁନି ଦୁର୍ଘଟଣା

Odisha News: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ଠାରୁ ଚାନ୍ଦିପୁଟ ଦେଇ ସଂଯୋଗ କରୁଥିବା ବ୍ରହ୍ମପୁର ପାରଳାଖେମୁଣ୍ଡି ପୁର୍ତ୍ତବିଭାଗ ରାଜରାସ୍ତାର ପ୍ରସସ୍ଥିକରଣ ଚାଲିଛି । ଦୀର୍ଘ ବର୍ଷ ବର୍ଷ ଧରି ଖାଲଖମା ଓ ଅଣ ଓସାରିଆ ଭାବେ ପଡି ରହିଥିବା ୧୩ କିମି ର ଉକ୍ତ ରାସ୍ତା ରେ ଅନେକଙ୍କ ଦୁର୍ଘଟଣା ର‌ ଶିକାର ହୋଇ ବହୁ ଧନଜୀବନ ହାନି ଘଟିଚାଲିଛି । ପୁର୍ବରୁ ଏହି ରାସ୍ତା ୫.୫ ମିଟର ଓସାର ରହିଥିବା ସ୍ଥଳେ ଏହାର ଦୁଇ ପାର୍ଶ୍ବରେ ପ୍ରସସ୍ଥିକରଣ କରାଯାଇ ସମୂଦାୟ ୧୦ ମିଟର ଓସାର ନିର୍ମାଣ ଚାଲିଛି । 

ରାସ୍ତା ପାର୍ଶ୍ୱରେ ଥିବା ବହୁ ମୂଲ୍ୟବାନ ଗଛ କୁ କାଟି ସଫା କରାଯାଇଛି। ଏ-ହି ରାଜ ରାସ୍ତା ର ଉନ୍ନତି କରଣ ପାଇଁ ରାଜ୍ୟ ରାଜ କୋଷରୁ ପ୍ରାୟ ୧୮କୋଟି ଟଙ୍କା ବ୍ୟୟବରାଦ କରାଯାଇ ନିର୍ମାଣ ଚାଲିଥିବା ଜଣାପଡିଛି। ହେଲେ ରାସ୍ତା ମଧ୍ୟରେ ଥିବା ଅନେକ ଦୁର୍ଘଟଣା ପ୍ରବଣ କେନ୍ଦ୍ର ସ୍ଥଳି ତଥା ବୁଲାଣି ରାସ୍ତା କୁ ପୁର୍ବ ଭଳି ହିଁ ନିର୍ମାଣ କରାଯାଉଥିବା ହେତୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଅଣ ଓସାରିଆ ଓ ଅଙ୍କା ବଙ୍କା ରାସ୍ତା କୁ ସଳଖ କରିବା ପାଇଁ ଅଞ୍ଚଳବାସୀ ତରଫରୁ ଦାବୀ ହେଉଥିଲେ ମଧ୍ୟ ଗୁହାରୀ ଶୁଣିବାକୁ କିଏ ନାହିଁ। 

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିର୍ମାଣାଧିନ ରାସ୍ତାରେ କୈାଣସି ସତର୍କ ସୁଚନା ଲଗାଯାଇନାହିଁ। ଆଜକୁ ଦୀର୍ଘ ଛଅ ମାସରୁ ଊର୍ଦ୍ଧ୍ବ ହେବ ଏହି ରାସ୍ତା ନିର୍ମାଣ ଚାଲିଥିଲେ ମଧ୍ୟ ପ୍ରକୃତ କେତେ ଟଙ୍କା ବ୍ୟୟ ଅଟକଳ ରହିଛି , କାମ କେବେ ଆରମ୍ଭ ଓ ଧାର୍ଯ୍ୟ ଶେଷତାରିଖ କେଉଁଠି ମଧ୍ୟ ଦର୍ଶାଯାଇନାହିଁ । ସରକାରୀ ନିୟମର ଅନୁସାରେ କାର୍ଯ୍ୟ ଆରମ୍ଭ ପୁର୍ବରୁ ସୂଚନା ଫଳକ ଲଗାଇବା ପ୍ରାବିଧାନ ରହିଥିବା ବେଳେ କୋଟି କୋଟି ଟଙ୍କାରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର କୈାଣସି ସୁଚନା ଫଳକ ନଥିବାରୁ ଜନସାଧାରଣଙ୍କୁ ଅଜ୍ଞାତରେ ରଖାଯାଉଛି । 

ଚାନ୍ଦିପୁଟ ଇନ୍ଦିରା ସୃତି ମହାବିଦ୍ୟାଳୟ ନିକଟସ୍ଥ ବୁଲାଣି ରାସ୍ତା ରେ କଲଭର୍ଟ କାମ ପାଇଁ ଖୋଳାଯାଇ ଥିବା ବେଳେ ତାହା ମୁକୁଳା ପଡ଼ିଛି । ଠିକ୍ ତାର ୨୦୦ମିଟର ପରେ ଆଉ ଏକ କଲଭର୍ଟ ତିଆରି ପାଇଁ ଡାରଭରସନ କରାଯାଇଛି ତାହା ବି କୌଣସି ସତର୍କତା ସୁଚନା ନାହିଁ । ଏହିଭଳି ତରାମାଳ , ଧନୁପୋତା, ଓ ପଥରଗଡ , କାମ୍ପଗୁଡା ଗ୍ରାମ ନିକଟରେ ନିର୍ମାଣାଧିନ କଲଭର୍ଟ ପାଇଁ ହୋଇଥିବା ଅସ୍ଥାୟୀ ରାସ୍ତା ବର୍ଷାରେ ଧୋଇ ହୋଇ ଖାଲଖମା ହୋଇ ଯାଇଥିଲେ ମଧ୍ୟ ମରାମତି କରାଯାଉନାହିଁ । ଫଳରେ ଉକ୍ତ ରାସ୍ତା ଖାଲ ଖମା ରହିଥିବା ବେଳେ ରାସ୍ତା ଦେଇ ଯାତାୟତ ବେଳେ ଭାରସାମ୍ୟ ହରାଇ ଅନେକ ବ୍ୟକ୍ତି ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କାମ ହେବ ହେବ କହି ଦିନ ପରେ ଦିନ ବିତାଇ ଚାଲିଛନ୍ତି । 

ଏ ସମ୍ପର୍କରେ ମୋହନା ପୁତ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପାର୍ଥ ସାରଥି ସେନାପତିଙ୍କୁ ପଚାରିବାରେ ନିର୍ବାଚନ ସମୟ ଲାଗି କାର୍ଯ୍ୟ ରେ ମନ୍ଥର ଗତି ହୋଇଥିଲା , ବର୍ତମାନ ଖୋଳାଯାଇଥିବା ରାସ୍ତା ଦୁଇ ପାର୍ଶ୍ୱରେ ପିଚୁ କାମ ଆରମ୍ଭ ହୋଇସାରିଲାଣି। ଉନ୍ନୟନ କାମରେ ଫଳକ ନଲଗାଯିବା ଓ ଦୁର୍ଘଟଣା ପ୍ରବଣ ସ୍ଥାନ କୁ ସ୍ବତନ୍ତ୍ର ଦୃଷ୍ଟି ଦେବା ସମ୍ପର୍କରେ ମୋହନା ପୁର୍ଣ୍ଣ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀ ପଚାରିବାରେ ରାସ୍ତା ନିର୍ମାଣ ପାଇଁ ତିନୋଟି ଫଳକ ଲଗାଯାଇଥିଲା , କିନ୍ତୁ ନିର୍ବାଚନ ଆଚରଣବିଧି ସମୟରେ ସେ ସବୁ କୁ ହଟାଯାଇଥିବା କହିଛନ୍ତି ‌। ଏ-ବଂ ସ୍ଥାନୀୟ ଦୁର୍ଘଟଣା ପ୍ରବଣ ବୁଲାଣି ରାସ୍ତା କୁ କିଭଳି ସଠିକ୍ ଭାବେ ନିର୍ମାଣ କରାଯାଇପାରିବ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।