Odisha News: ଆଜି ଆଶୋକାଷ୍ଟମୀ, ଏହି ସମୟରେ ଟଣା ହେବ ଲିଙ୍ଗରାଜଙ୍କ ରୁକୁଣା ରଥ
Advertisement
Article Detail0/zeeodisha/odisha2206018

Odisha News: ଆଜି ଆଶୋକାଷ୍ଟମୀ, ଏହି ସମୟରେ ଟଣା ହେବ ଲିଙ୍ଗରାଜଙ୍କ ରୁକୁଣା ରଥ

Odisha News: ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀ-ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି। ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚାନ ମିଳିଛି। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News: ଆଜି ପବିତ୍ର ଅଶୋକାଷ୍ଟମୀ ।  ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀ-ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି। ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚାନ ମିଳିଛି। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ଓ କମିସନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଯେପରି ଭକ୍ତମାନେ ରୁକୁଣାରଥରେ ଭଗବାନଙ୍କୁ ଦର୍ଶନ କରିପାରିବେ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ  ଭୁବନେଶ୍ବର ସ୍ଥିତ ମାଉସୀମା ଛକରୁ ଗାଡି ଗୁଡିକ ଡାଇଭର୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି।  ଏହାସହ ପାର୍କିଙ୍ଗ୍ ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି । 

ରଥଯାତ୍ରା ସମୟରେ ଖରା ଓ ହିଟ ୱେଭକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛ। ଏନଜିଓମାନେ ମଧ୍ୟ ପାଣି ବ୍ୟବସ୍ଥା କରିଛନ୍ତି। ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବାର ମଧ୍ୟ ବ୍ୟବସ୍ଥା ହୋଇଛି। ବିଏମସି,ଅଗ୍ନିଶମ ବିଭାଗ,ସେବାୟତ ଓ ଅନ୍ୟ ବିଭାଗମାନଙ୍କ ସହ ସମସ୍ତ ଆଲୋଚନା ହୋଇଛି। କିଭଳି ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହେବ ଓ ସରିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

ଚୈତ୍ରମାସ ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ନାମରେ ପରିଚିତ।  ଏବଂ ଏହି ଦିନର ଯାତ୍ରାର ରଥକୁ ରୁକୁଣା ରଥ ଯାତ୍ରା କହନ୍ତି । ବିଶେଷତଃ ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ । ସେହିପରି ଅଶୋକାଷ୍ଟମୀ ପରଦିନ ରାମ ନବମୀ ପାଳନ କରାଯାଏ । ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ରାମାୟଣର ଅଶୋକବନ କଥା ମନକୁ ଆସେ । ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି ।