Gajapati News: ସଫ୍ଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୀନ ଯିବେ ଗଜପତିର ଶ୍ୱେତାସ୍ୱିନୀ
Advertisement
Article Detail0/zeeodisha/odisha1799209

Gajapati News: ସଫ୍ଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୀନ ଯିବେ ଗଜପତିର ଶ୍ୱେତାସ୍ୱିନୀ

ଚୀନର ୱାଙ୍ଗାଝୁରେ ଆଗାମୀ ଦିନରେ ହେବାକୁ ଥିବା ଏସୀୟ କ୍ରୀଡାରେ ପ୍ରଥମ ଥର ଭାରତୀୟ ମହିଳା ସଫ୍ଟବଲ୍ ଦଳରେ ଅଂଶ ଗ୍ରହଣ କରୁଛନ୍ତି ଗଜପତି ଜିଲ୍ଲା ଆଦିବାସୀ ଅଞ୍ଚଳର ଝିଅ। ଓଡିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ୱେତାସିନୀ ଶବର ଙ୍କ ନାମ ସ୍ଥାନ ପାଇବା ସହ ରାଜ୍ୟ ତଥା ଗଜପତି ଜିଲ୍ଲା ପାଇଁ ଅତି ଆନନ୍ଦ ଏବଂ ଗୌରବର ବିଷୟ ପାଲଟିଛି।  ଗ

Gajapati News: ସଫ୍ଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୀନ ଯିବେ ଗଜପତିର ଶ୍ୱେତାସ୍ୱିନୀ

Gajapati News ଗଜପତି: ଚୀନର ୱାଙ୍ଗାଝୁରେ ଆଗାମୀ ଦିନରେ ହେବାକୁ ଥିବା ଏସୀୟ କ୍ରୀଡାରେ ପ୍ରଥମ ଥର ଭାରତୀୟ ମହିଳା ସଫ୍ଟବଲ୍ ଦଳରେ ଅଂଶ ଗ୍ରହଣ କରୁଛନ୍ତି ଗଜପତି ଜିଲ୍ଲା ଆଦିବାସୀ ଅଞ୍ଚଳର ଝିଅ। ଓଡିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ୱେତାସିନୀ ଶବର ଙ୍କ ନାମ ସ୍ଥାନ ପାଇବା ସହ ରାଜ୍ୟ ତଥା ଗଜପତି ଜିଲ୍ଲା ପାଇଁ ଅତି ଆନନ୍ଦ ଏବଂ ଗୌରବର ବିଷୟ ପାଲଟିଛି। 

ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକ ନିବାସୀ ଧର୍ମେନ୍ଦ୍ର ଶବର ଏବଂ ଶାନ୍ତି ଶବର ଙ୍କ ଚାରିଗୋଟି ସନ୍ତାନ ଏବଂ ସନ୍ତତି ମଧ୍ୟରୁ ସୁଶ୍ରୀ ଶ୍ୱେତାସିନୀ ଶବର ବଡ ଝିଅ ଅଟନ୍ତି । ପିଲାଟି ଦିନରୁ ସେ ଖେଳକୁଦ ପ୍ରତି ବିଶେଷ ଆଗ୍ରହ ରଖିଆସିଥୁବା ପରିବାର ଲୋକେ ପକ୍ଷରୁ କୁହାଯାଉଛି । ବର୍ତ୍ତମାନ ସେ କିସ୍ ବିଶ୍ୱବିଦ୍ୟାଳୟରେ ଫିଜୋଲୋଜି ବିଷୟରେ ସ୍ନାତକୋତ୍ତର ପଢୁଛନ୍ତି । ଶ୍ୱେତାସିନୀଙ୍କ ଏଭଳି କୃତୀତ୍ୱ ଏବଂ ବିଦେଶ ମାଟିରେ ଖେଳକୁଦ ପ୍ରଦର୍ଶନ କରିବାକୁ ସମଗ୍ର ଦେଶ ତରଫରୁ ସୁଯୋଗ ପାଇଥିବାରୁ ଏକ ବିରଳ କୃତୀତ୍ୱ ବୋଲି ବିବେଚନା କରାଯାଉଛି । 

ଏପରି ଜଣେ ପ୍ରତିଭାବାନ ଯୁବତୀ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଚୟନ ହେବେ ବୋଲି କେହି ଆଶା ବାନ୍ଧିନଥିଲେ ମଧ୍ୟ ତାହା ଶ୍ବେତସ୍ପିନିଙ୍କ ଅଦମ୍ୟ ଇଚ୍ଛା ଶକ୍ତି କୁ ସଫଳ ପ୍ରମାଣିତ କରିଛି। ହେଲେ ଶ୍ୱେତାସିନୀ ସଫ୍ଟବଲ୍ ଭଳି ଖେଳ ପ୍ରଦର୍ଶନ କରି ବିଶ୍ୱସ୍ତରୟୀ ଏସୀୟ କ୍ରୀଡାରେ ଭାଗ ନେବାର ସୁଯୋଗ ପାଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ ଓ ଶୁଭେଚ୍ଛା ର ସୁଅ ଛୁଟିଛି । ଏନେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରି ଭଲ ଖେଳ ପ୍ରଦର୍ଶନ କରି ଦେଶ ତଥା ରାଜ୍ୟ ତଥା ଜିଲ୍ଲାର ଟେକ ରଖିବା ପାଇଁ ପରାମର୍ଶ ଦେଇ ଥିଲେ । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶ୍ୱେତାସିନୀଙ୍କ ପିତା ଧର୍ମେନ୍ଦ୍ର ଶବର, ବରିଷ୍ଠ ରାଜନେତା ପଲ୍ଲବ ଲିମା ପ୍ରମୁଖ ଉପସ୍ଥିତଥିଲେ । ସେହିପରି ଜିଲ୍ଲାର ସମସ୍ତ ରାଜନୈତିକ ଦଳ ଏବଂ ସମସ୍ତ ମହଲରେ ଶ୍ୱେତାସିନୀଙ୍କୁ ଭୂୟସୀ ପ୍ରଶଂସା କରାଯାଉଥିବା ବେଳେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଛନ୍ତି ।

Also Read: Ind vs WI: ୧୧୬ ରନ ବିଜୟ ଲକ୍ଷ୍ୟ ହାସଲ ପାଇଁ ଭାରତ ହରାଇଲା ୫ ଓ୍ୱିକେଟ, ଦର୍ଶକ ଦେଲେ ଏଭଳି ପ୍ରତିକ୍ରିୟା