Odisha News: ବାପା ସହ ଯାଇଥିଲେ ଫସଲ ଜଗିବାକୁ , ହେଲେ ଫେରିବା ବାଟରେ ...
Advertisement
Article Detail0/zeeodisha/odisha2003410

Odisha News: ବାପା ସହ ଯାଇଥିଲେ ଫସଲ ଜଗିବାକୁ , ହେଲେ ଫେରିବା ବାଟରେ ...

Odisha News: ଅଶୁଭ ରବିବାର!  ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ବାରହା ଫାସ ନେଲା ଦୁଇ ନିରୀହ ଜୀବନ(minor died in electric shock) । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । 

Odisha News: ବାପା ସହ ଯାଇଥିଲେ ଫସଲ ଜଗିବାକୁ , ହେଲେ ଫେରିବା ବାଟରେ ...

(ଅଜୟ ନାଥ,ସୁବର୍ଣ୍ଣପୁର ) Odisha News: ଅଶୁଭ ରବିବାର!  ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ବାରହା ଫାସ ନେଲା ଦୁଇ ନିରୀହ ଜୀବନ(minor died in electric shock) । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସିଂହପାଲି ଗାଁ ନିକଟ ଜଙ୍ଗଲରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। 

ଏହାବି ପଢନ୍ତୁ : Road Accident: କାଳ ସାଜିଲା ବରଯାତ୍ରୀ ! ବାହାଘର ଭୋଜିରୁ ଫେରୁଥିବା ବେଳେ...

ସୂଚନା ଅନୁସାରେ, ଉଲୁଣ୍ତା ଅଞ୍ଚଳର ଦୁଇ ଜଣ ନାବାଳକ ସେମାନଙ୍କ ବାପାଙ୍କ ସହିତ ଜଙ୍ଗଲ ନିକଟରେ ଥିବା କ୍ଷେତକୁ ଧାନ ଜଗିବାକୁ ଶନିବାର ରାତିରେ ଯାଇଥିଲେ । ହେଲେ ଫେରିବା ବେଳେ ବାରହା ପାଇଁ ଲଗାଯାଇଥିବା ବିଦ୍ୟୁତ୍ ଫାସରେ ତାଙ୍କ ଗୋଡ ଲାଗିଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଦୁଇ ନାବାଳକ ହେଲେ ହାତିଲିମୁଣ୍ଡା ଗାଁର ଜିତ୍ ଡୁଙ୍ଗଡୁଙ୍ଗ ଓ ରମେଶ। ଏବଂ ଗୁରୁତର ବ୍ୟକ୍ତି ଜଣକ ହେଲେ ଜିତଙ୍କ ପିତା ନବୀନ ଡୁଙ୍ଗଡ଼ୁଙ୍ଗ । ତେବେ, ଦୁଇ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ, ବାରମ୍ବାର ଏଭଳି ଅବାଧ ଜନ୍ତୁ ଶିକାର କରା ଯାଉଥିବା ବେଳେ ବନ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି ।