Bareilly Accident News: ଏ-ମିତି ବି ଆସେ ମୃତ୍ୟୁ। ବିବାହ ଭୋଜିରୁ ଫେରୁଥିବା ବେଳେ ଟାଣିନେଲା ଜମ । ରାସ୍ତାରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ଚାହୁଁଚାହୁଁ ଘଟିଗଲା ଭୟଙ୍କର ଦୁର୍ଘଟଣା। ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ (Bareilly Accident)। ଆଉ ଏହି ବରଯାତ୍ରୀଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Trending Photos
Bareilly Accident News: ଏ-ମିତି ବି ଆସେ ମୃତ୍ୟୁ। ବିବାହ ଭୋଜିରୁ ଫେରୁଥିବା ବେଳେ ଟାଣିନେଲା ଜମ । ରାସ୍ତାରେ ଛକି ବସିଥିଲା ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ଚାହୁଁଚାହୁଁ ଘଟିଗଲା ଭୟଙ୍କର ଦୁର୍ଘଟଣା। ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ (Bareilly Accident)। ଆଉ ଏହି ବରଯାତ୍ରୀଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭିଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍। ଉତ୍ତର ପ୍ରଦେଶ ବରେଲୀରେ ଘଟିଛି ଏହି ଅଘଟଣ। ...
Also Read: Budh Margi 2024: ବୁଧଙ୍କ ଚଳନ ଫିଟାଇବ ଏହି ତିନି ରାଶିଙ୍କ ଭାଗ୍ୟ
ସୂଚନା ଅନୁସାରେ, ଉତ୍ତରପ୍ରଦେଶ (UP) ଭୋଜିପୁର ଥାନା ଅଞ୍ଚଳରେ ଶନିବାର ଦିନ ବିଳମ୍ବିତ ରାତିରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଏକ ବିବାହ ଭୋଜିରୁ ଏକ କାରରେ ପାଖାପାଖି ୯ ଜଣ ଲୋକେ ଘରକୁ ଫେରୁଥିଲେ। କିନ୍ତୁ କାରଟି ନୈନିତାଲ ନ୍ୟାସନାଲ ହାଇଓ୍ବେରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଅନ୍ୟ ପାର୍ଶ୍ୱକୁ ମାଡି଼ ଯାଇଥିଲା। ଫଳରେ ସେପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଉଭୟ ଗାଡି଼ ଧକ୍କା ହେବାରୁ କାରଟିରେ ନିଆଁ ଲାଗିଯାଇଥିଲା । କାରରେ ନିଆଁ ଲାଗିବା ପରେ କାରରେ ବସିଥିବା ଲୋକେମାନେ ଚିକ୍କାର କରିଥିଲେ। କିନ୍ତୁ ବିଳମ୍ବିତ ରାତି ହୋଇଥିବାରୁ ଏମାନଙ୍କ ଚିକ୍କାର କାହାରି କାନରେ ପଡି଼ ନଥିଲା କି କାରର ଡୋର୍ ଖୋଲି ନଥିଲା। ଫଳରେ କାରଟି ବିସ୍ଫୋରଣ ହେବା ପରେ ପ୍ରଚଣ୍ତ ଶଦ୍ଧ ହୋଇଥିଲା।
ଏହି ଶଦ୍ଧ ଶୁଣି ସେଠାରେ ପହଞ୍ଚିଥିଲେ ସ୍ଥାନୀୟ ଲୋକେ । ପୋଲିସ୍ ଓ ଦମକଳ ବାହୀନିକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ସବୁକିଛି ସରିଯାଇଥିଲା। କାର ଭିତରେ ବସିଥିବା ସମସ୍ତ ଆଠ ଜଣ ନିଆଁରେ ପୋଡ଼ି ହୋଇ ଜୀବନ ହରାଇଥିଲା ବେଳେ ଡ୍ରାଇଭର ଜଣକ ଏଥିରୁ ବର୍ତ୍ତି ଯାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି ଚଳାଇବା ସମୟରେ ଡ୍ରାଇଭରର ଆଖି ଲାଗି ଯାଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ, ୮ ଜଣଙ୍କ ଶରୀର ସମ୍ପୁର୍ଣ୍ଣ ଜଳି ଯାଇଥିବାରୁ ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ପୋଲିସ୍ କହିଛି। ଘଟଣାସ୍ଥଳରେ ଏସପି ପହଞ୍ଚିଛନ୍ତି। ସେପଟେ, ସିଟି ମାଜିଷ୍ଟ୍ରେଟ୍ ଓ ଏସପି କ୍ରାଇମବ୍ରାଞ୍ଚ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।