Odisha News: ଆଜିବି ଅବହେଳିତ ପଶ୍ଚିମ ଓଡିଶା!
Advertisement
Article Detail0/zeeodisha/odisha2160659

Odisha News: ଆଜିବି ଅବହେଳିତ ପଶ୍ଚିମ ଓଡିଶା!

Odisha News: ଅବହେଳିତ ପଶ୍ଚିମ ଓଡିଶା । କଟକ ଭୁବନେଶ୍ୱରକୁ ଛାଡି ଦେଲେ ଓଡିଶାର ବାକି ଅଂଚଳ ବିକାଶ ଠାରୁ ବହୁ ଦୂରରେ । କିଛି ବର୍ଷ ମଧ୍ୟ ରେ ୨୦୩୬ ମସିହାରେ ଓଡିଶା ରାଜ୍ୟ ଗଠନ ହେବାର ର ଶହେ ବର୍ଷ ପୂର୍ତ୍ତି ପାଳନ କରାଯିବ । ଶହେ ବର୍ଷ ପୂରିବାକୁ ଥିବା ବେଳେ ଏବେ ମଧ୍ୟ ପଶ୍ଚିମ ଓଡିଶାରେ ବିକାଶର ଦୀପ ଟିଏ ଜଳି ନାହିଁ । ମୌଳିକ ସୁବିଧାରୁ ବଂଚିତ ପଶ୍ଚିମ ଓଡିଶାବାସୀ । ସେଇଟା ଶିକ୍ଷା କୁହନ୍ତୁ, ସ୍ୱାସ୍ଥ୍ୟ କୁହନ୍ତୁ, ଗମନାଗମନ କୁହନ୍ତୁ ସମସ୍ତ କ୍ଷେତ୍ର ରେ ପଶ୍ଚିମ ଓଡିଶା ପଛୁଆ ।

ALSO READ: Petrol Diesel Price Today: ଭୁବନେଶ୍ବରରେ କେତେ ରହିଛି ପେଟ୍ରୋଲ୍-ଡିଜେଲ୍ ଦର, ଚେକ୍ କରନ୍ତୁ

 ତାର ଏକ ଜ୍ୱଳନ୍ତ ଉଦାହରଣ ପ୍ରସନ୍ନ ଆଚାର୍ଯ୍ୟ ଓ ନବ ଦାସଙ୍କ କ୍ଷେତ୍ରରେ ଦେଖାଯାଇଛି । ପଶ୍ଚିମ ଓଡିଶାରେ ନାହିଁ ଗୋଟିଏ ଭଲ ହସ୍ପିଟାଲ । ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ର ଜଳଜଳ ହୋଇ ଦେଖାଯାଉଛି । ରୋଗୀଟିଏ ଗୁରୁତର ହେଲେ ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରକୁ ନେବାକୁ ପଡିଥାଏ । ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ସେବାର ନଗ୍ନ ନମୁନା ଏବେ ଦିନକୁ ଦିନ ଜଳ ଜଳ ହୋଇ ଦେଖାଯାଉଛି । ପୂର୍ବରୁ ତ ଯାହା ଥିଲା ଥିଲା, ଏବେ ଏତେ ଗୁଡିଏ ମେଡିକାଲ କଲେଜ ହେଲା ପରେ ମଧ୍ୟ ସ୍ୱାସ୍ଥ୍ୟ ସେବା ରେ ସୁଧାର ଆସି ନାହିଁ । ପଶ୍ଚିମ ଓଡିଶାର ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି କିନ୍ତୁ ଲୋକଙ୍କୁ ବଂଚେଇ ହେବା ଭଳି ସ୍ୱାସ୍ଥ୍ୟ ସୁବିଧା ନାହିଁ । ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କ୍ଷେତ୍ରରେ ।

 ୧୪ ମାର୍ଚ୍ଚ ରାତି ରେ ତାଙ୍କର ଗାଡିଟି ରେଢ଼ାଖୋଲ ଅଂଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାରୁ ସେ ଓ ତାଙ୍କର pso ଗୁରୁତର ଆହତ ହୋଇଥିଲେ । ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକତ୍ସା ପରେ ସମ୍ବଲପୁର ର ଏକ ଘରୋଇ ନର୍ସିଙ୍ଗ ହୋମ କୁ ସ୍ଥାନାନ୍ତର ଯାଇଥିଲା |ସେଠାରେ ତାଙ୍କର କପାଳ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ପାଖାପାଖି ୩୫ ଟି ଷ୍ଟିଚ ପଡିଥିଲା । କିନ୍ତୁ ସେଇଠି ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ସ୍ଥିର କିମ୍ବା ଉନ୍ନତି ନ ହୋଇ ଗୁରୁତର ହେବାରୁ ତାଙ୍କୁ ଏଆର ଲିଫ୍ଟ କରି ଭୁବନେଶ୍ୱର କୁ ସ୍ଥାନାନ୍ତର କରାଗଲା । ଏଇଠୁ ସହଜେ ଅନୁମାନ କରାଯାଇ ପାରେ ଯେ, ପଶ୍ଚିମ ଓଡିଶାରେ ଉନ୍ନତ ମାନର ଡାକ୍ତର କିମ୍ବା ଡାକ୍ତରଖାନା ନାହିଁ । ଯେଉଁଠି କି ଜଣଙ୍କ ଜୀବନ ବଞ୍ଚି ଯାଇ ପାରିବ । ବୁର୍ଲା ବଡ଼ ହସ୍ପିଟାଲ ଭୀମସାର ଥାଇ ମଧ୍ୟ ସେଠାକୁ ନ ନେଇ ନର୍ସିଂ ଘରୋଇ ହୋମ କୁ ସ୍ଥାନାନ୍ତର କରାଯାଉଛି ।

 ଏଇଠି କୁହାଯାଇପାରେ ଯେ ବୁର୍ଲା କିମ୍ବା ବଲାଙ୍ଗୀର ଭରସା ଯୋଗ୍ୟ ହସ୍ପିଟାଲ ନୁହେଁ । ଗୋଟିଏ ନୁହେଁ ଦୁଇ ଦୁଇଟି ଉଦାହରଣ ଏଇଠି ଦିଆଯାଇ ପାରେ । ତାହା ପୁଣି ରାଜ୍ୟ ସରକାର ଙ୍କର ଜଣେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହୋଇଥିବା ବେଳେ ଆଉ ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରହିଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେହି ସମୟରେ ମଧ୍ୟ ପଶ୍ଚିମ ଓଡିଶାର ଲାଇଫ ଲାଇନ କୁହାଯାଉଥିବା ବୁର୍ଲା ଭୀମସାର ବଦଳରେ ତାଙ୍କୁ ଭୁବନେଶ୍ୱର କୁ ଏଆର ଲିଫ୍ଟ କରାଯାଇଥିଲା । ଯଦି ଏତେ ବଡବଡିଆଙ୍କ କ୍ଷେତ୍ରରେ ଏଭଳି ଅବସ୍ଥା ହେଉଛି ତା ହେଲେ ସାଧାରଣ ଲୋକଙ୍କ କଥା କିଏ ପଚାରେ ବୋଲି କୁହାଯାଉଛି ।