Sambalpur News: ମୁକୁଳା ରେଳ ଧାରଣା ନେଇଯିବ ଅମୂଲ୍ୟ ଜୀବନ !
Advertisement

Sambalpur News: ମୁକୁଳା ରେଳ ଧାରଣା ନେଇଯିବ ଅମୂଲ୍ୟ ଜୀବନ !

(ଅଜୟ କୁମାର ନାଥ୍, ସମ୍ବଲପୁର): ବିପଦ ସଙ୍କୁଳ ଅବସ୍ଥାରେ ରେଳ ଧାରଣା ପାର ହେଉଛନ୍ତି ଦେଶର ଭବିଷ୍ୟତ (Student)। ବାଜିରେ ଲାଗିଛି ଜୀବନ । ପାଠ ପଢିବା ପାଇଁ ଭବିଷ୍ୟତ ଗଢିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି ପିଲା । ଛାତ୍ରଛାତ୍ରୀ ନିଜ ଜୀବନକୁ ବାଜି ଲଗାଇ ରେଳ ଧାରଣା (Rail line) ଅତିକ୍ରମ କରୁଥିବାର ଏକ ବିପଦ୍ଜଜନକ ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। 

Sambalpur News: ମୁକୁଳା ରେଳ ଧାରଣା ନେଇଯିବ ଅମୂଲ୍ୟ ଜୀବନ !

(ଅଜୟ କୁମାର ନାଥ୍, ସମ୍ବଲପୁର): ବିପଦ ସଙ୍କୁଳ ଅବସ୍ଥାରେ ରେଳ ଧାରଣା ପାର ହେଉଛନ୍ତି ଦେଶର ଭବିଷ୍ୟତ (Student)। ବାଜିରେ ଲାଗିଛି ଜୀବନ । ପାଠ ପଢିବା ପାଇଁ ଭବିଷ୍ୟତ ଗଢିବା ପାଇଁ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି ପିଲା । ଛାତ୍ରଛାତ୍ରୀ ନିଜ ଜୀବନକୁ ବାଜି ଲଗାଇ ରେଳ ଧାରଣା (Rail line) ଅତିକ୍ରମ କରୁଥିବାର ଏକ ବିପଦ୍ଜଜନକ ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ (ଗୁଡ୍ସ ଟ୍ରେନ) ମାଲବାହୀ ଟ୍ରେନ୍ ଛିଡା ହୋଇଛି । ମଝିରେ ଥିବା ଡବା ସଂଯୋଗୀକରଣ ଠାରେ କଲେଜ ଛାତ୍ରଛାତ୍ରୀମାନେ ତା ମଧ୍ୟ ଦେଇ ପାର ହେଉଛନ୍ତି ।

ଏ ଦୃଶ୍ୟ ହେଉଛି ପଶ୍ଚିମ ଓଡିଶାର ସମ୍ବଲପୁର ସହରର । ସହରର ମଧ୍ୟ ସ୍ଥଳରେ ରହିଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ । ପାଖରେ ରହିଛି ଫାଟକ ରେଳ ଷ୍ଟେସନ । ଏ ବିପଦଜନକ ଦୃଶ୍ୟ ହେଉଛି ସେଇ ଫାଟକ ରେଳ ଷ୍ଟେସନର। ବର୍ତମାନ ସେଇଠାରେ ଚାରି ଲେନ ବିଶିଷ୍ଟ ରେଳ ଲାଇନ ପାଇଁ କାର୍ଯ୍ୟ ଜାରି ରହିଛି । କିନ୍ତୁ ରେଳ ଲାଇନ ପାଇଁ ନାହିଁ ବ୍ୟାରିକେଡ଼ । ଚାରିଆଡେ ଖୋଲା ମେଲା । ଯିଏ ଯେଉଁ ପଟରୁ ଚାହିଁଲା ଯିବା ଆସିବା କରୁଛନ୍ତି। ପ୍ରତ୍ୟେକ ଦିନ ଏହି ରେଳ ଧାରଣାଟିକୁ ପାରି ହୋଇ ଶହଶହ ଛାତ୍ରଛାତ୍ରୀ ଏମିତି ଯାଆସ କରୁଛନ୍ତି। ସେହିଭଳି ଭାବରେ, ଏକ୍ସପ୍ରେସ ଟ୍ରେନ ସହ ମାଲବାହୀ , ପ୍ୟାସେଞ୍ଜର ଓ ଲୋକାଲ ଟ୍ରେନ ମଧ୍ୟ ପ୍ରତ୍ୟେକ ସମୟରେ ଯିବା ଆସିବା କରୁଛି । ସମ୍ବଲପୁର ସହରର କ୍ଷେତରାଜପୁର ଓ ସିଟି ଷ୍ଟେସନ ମଧ୍ୟରେ ରହିଛି ଏହି ଫାଟକ ରେଳ ଷ୍ଟେସନ । ଚାରି ଲେନ ପାଇଁ ପୁରୁଣା ରେଳ ଷ୍ଟେସନକୁ ଭାଙ୍ଗି ଏବେ ନୁଆଁ ରେଳ ଧାରଣା ପାଇଁ କାର୍ଯ୍ୟ ଜାରି ରହିଛି । 

ପୂର୍ବରୁ ପାଦଚଲା ଫୁଟ ଓଭର ବ୍ରିଜ ରହିଥିବା ବେଳେ ଏବେ କିଛି ନାହିଁ । ସମସ୍ତେ ସେଇ ଫାଟକର ମୁକୁଳା ରେଳ ଧାରଣା ଦେଇ ଅତିକ୍ରମ କରୁଛନ୍ତି । କିନ୍ତୁ ଏଭଳି ସ୍ଥିତି ରେ ଯେ, କେତେବେଳେ ଅମୁଲ୍ୟ ଜୀବନ ଚାଲିଯିବ କିଏ କହିପାରିବ ? ଫୁଟ ଓଭରବ୍ରିଜ ରହିଥିବା ବେଳେ ମଧ୍ୟ ଏହି ଫାଟକ ଷ୍ଟେସନ ରେଳ ଧାରଣା ରେ କିଛି ଜୀବନ ଯାଇଥିବା ର ନଜିର ରହିଛି କିନ୍ତୁ ଏଭଳି ସ୍ଥିତି ରେ ଏବେ କେତେବେଳେ ଯେ କେଉଁ ଜୀବନ ଚାଲିଯିବ ତାହା କିଏ କହି ପାରିବ ? ସମ୍ବଲପୁର ଜିଲ୍ଲା ପ୍ରଶାସନ କିମ୍ବା ରେଳ ବିଭାଗ ଏ ଦିଗରେ ଦୃଷ୍ଟି ଦେବେ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । କି ମୁକୁଳା ରେଳ ଧାରଣା ଅତିକ୍ରମ ବା ଛିଡା ହୋଇଥିବା ଗୁଡ୍ସ ଟ୍ରେନ ମଝିରେ ଅତିକ୍ରମ କରୁଥିବା ସମୟରେ ଜୀବନ ଗଲେ ଏମାନେ ଚେତିବେ ବୋଲି କୁହାଯାଉଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଏହି ରାସ୍ତା ଟିକୁ ବନ୍ଦ କରାଯାଉ ନଚେତ ଅସ୍ଥାୟୀ ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଉ ବୋଲି ସାଧାରଣ ରେ ଦାବି ହେଉଛି ।