V. K. Pandian: ଅନ୍‌ଏକାଡେମୀରେ ଓଡ଼ିଶା ନିର୍ବାଚନ: ପାଣ୍ଡିଆନ୍‍ଙ୍କୁ କାହିଁକି ମିଳିଲା ‘ଗୁଡ୍‍ବାଏ’
Advertisement
Article Detail0/zeeodisha/odisha2344415

V. K. Pandian: ଅନ୍‌ଏକାଡେମୀରେ ଓଡ଼ିଶା ନିର୍ବାଚନ: ପାଣ୍ଡିଆନ୍‍ଙ୍କୁ କାହିଁକି ମିଳିଲା ‘ଗୁଡ୍‍ବାଏ’

V. K. Pandian: ଅନ୍‍ ଲାଇନ୍‍ କଣ୍ଟେଣ୍ଟ ପ୍ଲାଟଫର୍ମ ଅନଏକାଡେମୀରେ ଓଡ଼ିଶା ନିର୍ବାଚନ ପ୍ରସଙ୍ଗକୁ ନେଇ ଏକ ଭିଡିଓ ଚର୍ଚ୍ଚାକୁ ଆସିଛି। ରଥଯାତ୍ରା ପରେ ପରେ ଅର୍ଥାତ୍‍ ଆଜିକୁ ମାତ୍ର ଆଠଦିନ ହେଲା ଏହି ଭିଡିଓ ଅପଲୋଡ୍‍ ହୋଇଛି ଯାହାକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ୟୁଟ୍ୟୁବରେ ଦେଖିଥିବା ଦର୍ଶାଯାଇଛି। 

 V. K. Pandian: ଅନ୍‌ଏକାଡେମୀରେ ଓଡ଼ିଶା ନିର୍ବାଚନ: ପାଣ୍ଡିଆନ୍‍ଙ୍କୁ କାହିଁକି ମିଳିଲା ‘ଗୁଡ୍‍ବାଏ’

V. K. Pandian: ଅନ୍‍ ଲାଇନ୍‍ କଣ୍ଟେଣ୍ଟ ପ୍ଲାଟଫର୍ମ ଅନଏକାଡେମୀରେ ଓଡ଼ିଶା ନିର୍ବାଚନ ପ୍ରସଙ୍ଗକୁ ନେଇ ଏକ ଭିଡିଓ ଚର୍ଚ୍ଚାକୁ ଆସିଛି। ରଥଯାତ୍ରା ପରେ ପରେ ଅର୍ଥାତ୍‍ ଆଜିକୁ ମାତ୍ର ଆଠଦିନ ହେଲା ଏହି ଭିଡିଓ ଅପଲୋଡ୍‍ ହୋଇଛି ଯାହାକୁ ଦେଢ଼ ଲକ୍ଷରୁ ଅଧିକ ଲୋକ ୟୁଟ୍ୟୁବରେ ଦେଖିଥିବା ଦର୍ଶାଯାଇଛି। ବିଶେଷକରି ୨୦୨୪ ନିର୍ବାଚନକୁ ଏକ ପ୍ରସଙ୍ଗ ଭାବେ ନିଆଯାଇ କାହିଁକି ଓଡ଼ିଶା ପାଣ୍ଡିଆନ୍‍ଙ୍କୁ ‘ଗୁଡବାଏ’ କହିଲା ସେ ବିଷୟରେ ଉପସ୍ଥାପନ କରାଯାଇଛି। ଏହି ସମ୍ପୂର୍ଣ୍ଣ ଭିଡିଓରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ନାୟକ ଭୂମିକା ତୁଲାଇଥିବାବେଳେ ଆଇଏଏସ୍‌ରୁ ରାଜନେତା ପାଲଟିଥିବା ଭୈରବ କାର୍ତ୍ତିକେୟ ପାଣ୍ଡିଆନ ଖଳନାୟକ ପାଲଟିଛନ୍ତି ।

‘ଓ୍ୱର୍ଲଡ ଆଫେୟାର୍ସ ଅନଏକାଡେମୀ’ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ କରାଯାଇଛି। ଏହି ଭିଡିଓର କଣ୍ଟେଣ୍ଟ କହୁଛି,  ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବିଜେପି ପାଇଁ ଆର୍‌ଏସ୍‌ଏସ୍ ବଡ଼ ଭୂମିକା ନିର୍ବାହ କରିଛି । ନିର୍ବାଚନ ପୂର୍ବରୁ ବିଜେପି ପ୍ରତି ଜନମତ ସୃଷ୍ଟି କରିବା ପାଇଁ ଆର୍‌ଏସ୍‌ଏସ୍ ୧ଲକ୍ଷ ୨୫ ହଜାରରୁ ଅଧିକ ଜନସଭା କରିଛି । ଏପରିକି ଭାଜପା କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ଲଢ଼ିବ ତାହା ଆର୍‌ଏସ୍‌ଏସ୍ ସ୍ଥିର କରିଛି । ବିଜେପି ଯେଉଁ ଧର୍ମ ଓ ଜାତିଗତ ରାଜନୀତି କରି ଅନ୍ୟାନ୍ୟ ପ୍ରଦେଶରେ ସଫଳତା ପାଇଥିଲେ ହେଁ ଓଡ଼ିଶାରେ ପାରୁନଥିଲା।

କାରଣ ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମତଦାତାଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ତେଣୁ ନବୀନ ପଟ୍ଟନାୟକ ୨୪ ବର୍ଷ ୯୮ ଦିନଧରି ମୁଖ୍ୟମନ୍ତ୍ରୀ ଥିଲେ । ଯଦି ସେ ଏହି ନିର୍ବାଚନରେ ବିଜୟୀ ହୋଇଥାନ୍ତେ, ତେବେ ସେ ସମଗ୍ର ଭାରତର ସବୁଠାରୁ ଲମ୍ବା ସମୟ ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଥାନ୍ତେ କିନ୍ତୁ ସେ ଏଥିରେ ବିଫଳ ହେଲେ ।

ଓଡ଼ିଶାକୁ ବିଜୁ ଜନତା ଦଳର ଦୁର୍ଗ କୁହାଯାଉଥିଲା ଏବଂ ବିଗତ ୨୦ବର୍ଷ ହେଲା କୌଣସି ଦଳ ଏହି ଦୁର୍ଗରେ ପ୍ରବେଶ କରିବାରେ ସକ୍ଷମ ହୋଇନଥିଲେ । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ଦୁର୍ଗରେ ପ୍ରବେଶ କରିବାରେ ବିଜେପି ସଫଳ ହୋଇଛି ।

ନବୀନ ପଟ୍ଟନାୟକ ଏପରି ମୁଖ୍ୟମନ୍ତ୍ରୀ ଯିଏ ଉପଯୁକ୍ତ ଓଡ଼ିଆ ମଧ୍ୟ କହି ଜାଣନ୍ତି ନାହିଁ ତାହା ସତ, ତାଙ୍କ ଭାଷଣ ଶୁଣିଲେ ଆପଣ ଦେଖିବେ ଯେ ସେ ଓଡ଼ିଆକୁ ଭଲ ଭାବରେ କହି ଜାଣନ୍ତି ନାହିଁ କିନ୍ତୁ ତଥାପି ତାଙ୍କର ବହୁତ ଲୋକପ୍ରିୟତା ଥିଲା । ତାଙ୍କ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିଲା ଯାହା ସିଧାସଳଖ ୪ କୋଟି ଲୋକଙ୍କୁ ଉପକୃତ କରିଥିଲା । ଏପରିକି ମିଶନ ଶକ୍ତି ଯୋଜନାରେ ୭୦ ଲକ୍ଷ ମହିଳା ସ୍ୱାବଲମ୍ବୀ ହୋଇଥିଲେ । ଏହାପରେ କାଳିଆ ଯୋଜନାରେ ସିଧାସଳଖ ୬୪ ଲକ୍ଷ କୃଷକ ଉପକୃତ ହୋଇଥିଲେ ଏବଂ ପରେ ମଧୁବାବୁ ପେନସନ ଯୋଜନା ଥିଲା ଯାହା ବୃଦ୍ଧମାନଙ୍କ ପାଇଁ ଥିଲା । ମତଦାତାମାନେ ନବୀନ ପଟ୍ଟନାୟକଙ୍କୁ ଭୋଟ୍‍ ଦେଉଥିଲେ କାରଣ ସେମାନେ ଜାଣନ୍ତି ଯେ ସେ ଓଡ଼ିଆ କହୁନାହାନ୍ତି ସତ କିନ୍ତୁ ଓଡ଼ିଶାର ମର୍ଯ୍ୟାଦା ବଜାୟ ରଖନ୍ତି। କିନ୍ତୁ ରେ ଭିକେ ପାଣ୍ଡିଆନ୍‍ ଉତ୍‌ଥାନ ସହିତ ଏକଚାଟିଆ କାରବାର ଓ ତାଙ୍କର ନକାରାତ୍ମକ ଛବି ବିଜଦକୁ ନିର୍ବାଚନରେ ପରାସ୍ତ କରିଛି ।

 

୨୦୧୪ ପରେ ପାଣ୍ଡିଆନ ଏତେ କ୍ଷମତାଶାଳୀ ହେଲେ ଯେ ଦଳର କୌଣସି ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କ ଅନୁମତି ବିନା ନବୀନଙ୍କୁ ଭେଟି ପାରୁନଥିଲେ । ଦଳରେ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା । ଦଳ ଓ ସରକାରରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରସଙ୍ଗ ବଢ଼ିବାରେ ଲାଗିଲା ଆଉ ଏହା ନିର୍ବାଚନ ପରାଜୟର ଗୋଟିଏ ଗୋଟିଏ କାରଣ ହୋଇଥିଲା। 

ବଜେଡି ଭିତରେ ଏପରି ଅସନ୍ତୋଷକୁ  ବିଜେପି ନିର୍ବାଚନୀ ଅସ୍ତ୍ର ଭାବରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମତଦାତାମାନଙ୍କୁ ପ୍ରଭାବିତ କରିପାରିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର, ରାଜ୍ୟ ନେତା ତଥା ଆର୍‌ଏସ୍‌ଏସ୍ କର୍ମୀମାନେ ଏହାକୁ ପ୍ରମୁଖ ପ୍ରସଙ୍ଗରେ ପରିଣତ କଲେ । ଏପରିକି ଓଡ଼ିଆଙ୍କ ଭାବାବେଗ ଥିବା ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ । ଯାହା ଫଳରେ ସମଗ୍ର ଓଡ଼ିଶାରେ ଭାଜପା ବିଜେଡି ବିରୋଧରେ ଜନମତ ସୃଷ୍ଟି କରି କ୍ଷମତାକୁ ଆସିଥିବାବେଳେ ବିଜେଡି ପାଣ୍ଡିଆନଙ୍କ ଯୋଗୁ କ୍ଷମତାଚ୍ୟୁତ ହୋଇଛି ବୋଲି ଅନ୍‌ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଉଛି ।