Period Leave: କିଏ ଏହି ରଞ୍ଜିତା ପ୍ରିୟଦର୍ଶନୀ; ଯିଏ ଚାକିରି ଛାଡ଼ି ଦେଶରେ ଚଳାଇଛନ୍ତି 'ପେଡ୍ ପିରିୟଡ୍ ଲିଭ' ଅଭିଯାନ
Advertisement

Period Leave: କିଏ ଏହି ରଞ୍ଜିତା ପ୍ରିୟଦର୍ଶନୀ; ଯିଏ ଚାକିରି ଛାଡ଼ି ଦେଶରେ ଚଳାଇଛନ୍ତି 'ପେଡ୍ ପିରିୟଡ୍ ଲିଭ' ଅଭିଯାନ

Period Leave: ଆଇନରେ ସ୍ନାତକ ହାସଲ କରିଥିବା ସମ୍ବଲପୁର ନିବାସୀ ରଞ୍ଜିତା ପ୍ରିୟଦର୍ଶିନୀ ନିଜର ଚାକିରୀ ଛାଡି ବେତନ ଯୁକ୍ତ ମାସିକ ଋତୁସ୍ରାବ ଜନିତ ଛୁଟି ନେଇ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ସେ ଓଡିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ହରିୟାନା, ପଶ୍ଚିମବଙ୍ଗ, ମଣିପୁର, ଗୁଜୁରାଟ, ହିମାଚଳ ପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏହି ଛୁଟି କାର୍ଯ୍ୟକାରୀ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। 

ସୌ(ସୋସିଆଲ ମିଡିଆ)

Period Leave: ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ଉପଲକ୍ଷେ ବିହାର ନିବାସରେ ବେତନ ଯୁକ୍ତ ମାସିକ ଋତୁସ୍ରାବ ଜନିତ ଛୁଟି (Paid Period Leave campaign) ଉପରେ ଏକ ବିତର୍କର ଆୟୋଜନ କରାଯାଇଥିଲା। ଏହି ଅବସରରେ ଋତୁସ୍ରାବ (Period) ଜନିତ ଛୁଟିକୁ ନେଇ ଏକ ଗୀତ ମଧ୍ୟ ରିଲିଜ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ସୁମନ୍ତ ଯାଦବ ଏହି ଗୀତର ରଚନା କରିଥିବା ବେଳେ ହୋମେନ୍ଦ୍ର ଭାରତୀ ଓ ଗୀତା ଧନଗର ଏଥିରେ କଣ୍ଠଦାନ କରିଛନ୍ତି।

ସୂଚନାଯୋଗ୍ୟ, ଆଇନରେ ସ୍ନାତକ ହାସଲ କରିଥିବା ସମ୍ବଲପୁର ନିବାସୀ ରଞ୍ଜିତା ପ୍ରିୟଦର୍ଶିନୀ (Ranjeeta Priyadarshini) ନିଜର ଚାକିରୀ ଛାଡି ବେତନ ଯୁକ୍ତ ମାସିକ ଋତୁସ୍ରାବ ଜନିତ ଛୁଟି ନେଇ ଏକ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ସେ ଓଡିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ହରିୟାନା, ପଶ୍ଚିମବଙ୍ଗ, ମଣିପୁର, ଗୁଜୁରାଟ, ହିମାଚଳ ପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏହି ଛୁଟି କାର୍ଯ୍ୟକାରୀ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟରତ ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ଛୁଟିର ସୁବିଧା ଯୋଗାଇବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି।

fallback

ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିହାର ନିବାସରେ ଏକ ସେମିନାରର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଦାୟକ ଲଲନ କୁମାର ଯୋଗଦାନ କରିଥିଲେ। ବିଧାନସଭା ଅଧିବେଶନରେ ବିଧାୟକ ଲଲନ କୁମାର କର୍ମଜୀବୀ ମହିଳା ଓ ଯୁବତୀ ମାନଙ୍କୁ ମାସିକ ଋତୁସ୍ରାବ ଜନିତ ଛୁଟି (Period Leave) ପାଇଁ ଦାବି କରିବା ସହ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମଧ୍ୟ ଏହି ଛୁଟି ଲାଗୁ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଏହାର ଠିକ୍ ପରଦିନ ବିହାରରେ ଚୁକ୍ତି ଭିତ୍ତିକ କାର୍ଯ୍ୟରତ ମହିଳା ମାନଙ୍କୁ ଏହି ଛୁଟି ପ୍ରଦାନ କରିବା ପାଇଁ ସରକାର ମନା କରିଦେଇଥିଲେ। ପରେ ଏହାକୁ ନେଇ ଘୋର ବିରୋଧ ମଧ୍ୟ କରାଯାଇଥିଲା। ଏହି ଗୁରୁତର ବିଷୟ ସମ୍ବନ୍ଧୀୟ ଗୀତ ରିଲିଜ କରିବା ପରେ ଅତିଶୀଘ୍ର ଏକ ଫିଲ୍ମ ରିଲିଜ କରିବା ନେଇ ନିର୍ଦ୍ଦେଶକ ସୁମନ୍ତ ଯାଦବ ଘୋଷଣା କରିଛନ୍ତି।  ଏହି ସେମିନାର ସ୍ତ୍ରୀକାଳର ସମ୍ପାଦକ ସଞ୍ଜୀବ ଚନ୍ଦନ, ଛତିଶଗଡର ସିଆରପିଏଫ ବୋର୍ଡର ସଦସ୍ୟ ଡଃ ଆଶା, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଅନିତା ମହାପାତ୍ର ଏହି ଛୁଟିର ଆବଶ୍ୟକତା ବିଷୟରେ ଆଲୋଚନା କରି ଏହାକୁ ସମର୍ଥନ ଜଣାଇଥିଲେ। ମହିଳାମାନେ ଏହି ଅଭିଯାନକୁ ବ୍ୟକ୍ତିଗତ ଭାବରେ ଗ୍ରହଣ କରିବା ସହ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାର ଆବଶ୍ୟକତା ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ଏହା ମହିଳା ମାନଙ୍କର ଅଧିକାର ।

fallback

ଏହି କାର୍ଯ୍ୟକ୍ରମରେ ଅନେକ ସାହିତ୍ୟିକ, ସଂସ୍କୃତି ପ୍ରେମୀ ଓ ସାମାଜିକ କର୍ମୀ ଅଂଶଗ୍ରହଣ କରିଥିଲେ। ରଞ୍ଜିତା ଅତିଶୀଘ୍ର ଲାଲୁ ପ୍ରସାଦ ଯାଦବ, ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ବିହାରର ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରିବା ନେଇ କହିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବିଭିନ୍ନ ମହିଳା ସଙ୍ଗଠନର ଦାବି ଅନୁଯାୟୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ବିହାରରେ ୨ ଦିନ ଋତୁସ୍ରାବ ଜନିତ ଛୁଟି ମିଳିବା ନେଇ ଘୋଷଣା କରିଥିଲେ।

Also Read-Video: ଭାରତରେ ଗୁପଚୁପ୍ ଖାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ସେୟାର କରି କହିଲେ...

Also Read-Bank Holidays in June 2023: ଜୁନ୍ ରେ ୧୨ ଦିନ ବ୍ୟାଙ୍କ ଛୁଟି! ଜାଣନ୍ତୁ କେବେ ଓ କେଉଁଠି ରହିବ ବନ୍ଦ

Also Read-New Parliament Building: ନୂତନ ସଂସଦ ଭବନ ନିର୍ମାଣରେ ବ୍ୟବହୃତ ହେଉଛି କେଉଁ ରାଜ୍ୟର କେଉଁ ସାମଗ୍ରୀ?