konark sun temple: ସୂର୍ଯ୍ୟ ମନ୍ଦିରରୁ କଢା ଯାଉଛି ବାଲି, ସେପଟେ ଭାଇରାଲ ହେଉଛି ଭିତର ଫଟୋ
Advertisement
Article Detail0/zeeodisha/odisha1846744

konark sun temple: ସୂର୍ଯ୍ୟ ମନ୍ଦିରରୁ କଢା ଯାଉଛି ବାଲି, ସେପଟେ ଭାଇରାଲ ହେଉଛି ଭିତର ଫଟୋ

konark: ଗତ ସେପ୍ଚେମ୍ବର ୮ତାରିଖରୁ ଏଏସଆଇ ଓ ବିଡ଼ିଆର ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କିଛିଦିନ ପାଇଁ କାମ ବନ୍ଦ ରହିଥିଲା । ଉନ୍ନତମାନ ଯନ୍ତ୍ର ବ୍ୟବହାର କରି ଶୀଘ୍ର ଜଗମୋହନରୁ ବାଲି କାଢିବା ନେଇ ବ୍ୟବସ୍ଥା କରାଯାଉଛି ।

ସୌ(ସୋସିଆଲ ମିଡିଆ)

konark sun temple: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର (konark sun temple) ଗର୍ଭ ଗୃହରୁ ବାଲି କଢ଼ାଯିବା ନେଇ ଆଜି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି । ଗତ ସେପ୍ଚେମ୍ବର ୮ତାରିଖରୁ ଏଏସଆଇ ଓ ବିଡ଼ିଆର ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କିଛିଦିନ ପାଇଁ କାମ ବନ୍ଦ ରହିଥିଲା । ଉନ୍ନତମାନ ଯନ୍ତ୍ର ବ୍ୟବହାର କରି ଶୀଘ୍ର ଜଗମୋହନରୁ ବାଲି କାଢିବା ନେଇ ବ୍ୟବସ୍ଥା କରାଯାଉଛି ।

ସୂଚନା ଅନୁଯାୟୀ, ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭ ଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ଵାରକୁ ବନ୍ଦ କରାଯାଇଥିଲା । ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତି ନିଆଯିବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରୁ ଏଏସଆଇ (ASI ) ଓ ବିଡିଆର (BDR) ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଉତ୍ତର ପଶ୍ଚିମ କୋଣରେ ଲାଗିଥିବା ଲିଫ୍ଟ ଦ୍ବାରା ଜଗମୋହନରୁ ବାଲି କଢାଯିବ । ଦ୍ବିତୀୟ ପର୍ଯ୍ୟାୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ୍ ସାହାଯ୍ୟରେ ଲୁହା ଵିମ୍ ଲଗାଯାଇଛି । ଏହିଭଳି ଆଉ ତିନୋଟି ଲୁହା ଵିମ୍ ଲାଗିବ । ଅନ୍ୟପଟେ ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ଚାଲିଛି । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ସତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡା ଦେଇ ଗର୍ଭଗୃହରେ ରହିଥିବା ବାଲି ମନ୍ଦିର ପାଦଦେଶକୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ଏକ ପାଇପ ଯୋଗେ ଏହି ବାଲିକୁ ଉତ୍ତର କୋଣରେ ରଖାଯିବ । ଏଥିପାଇଁ ପ୍ରାୟ ୩ ବର୍ଷ ସମୟ ଲାଗିବ । ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ । ତେବେ ବାଲି କାଢିବା ସମୟରେ ପର୍ଯ୍ୟଟକଙ୍କୁ କିପରି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାଲି କାଢ଼ିବା ପ୍ରକ୍ରିୟା କାହିଁକି ବିଳମ୍ବ ତାହା ସାର୍ବଜନିକ କରିବା ନେଇ କୋଣାର୍କ ସୁରକ୍ଷା ସମିତି ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଦାବି କରାଯାଇଛି  ।

fallback

ପ୍ରକାଶ ଥାଉ କି, ଗୋଟେ ପଟେ ଗର୍ଭ ଗୃହରୁ ବାଲି କଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ ସାମ୍ନାକୁ ଆସିଛି । ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଝୁଲି ରହିଛି ପଥର ଓ ବିମ୍। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି। 

Also Read-Lingaraj Temple: ପୂଜାପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ଟଣାଓଟରା, ଉପାସରେ ପ୍ରଭୁ ଲିଙ୍ଗରାଜ