Odisha News: ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ SRC
Advertisement
Article Detail0/zeeodisha/odisha2163680

Odisha News: ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ SRC

Heat Wave:  ନିର୍ବାଚନ ସମୟରେ ରାଲି ଓ ରାଜନୈତିକ କାର୍ଯ୍ୟକ୍ରମ ବୃଦ୍ଧି ପାଇବ । ଏନେଇ ବହୁ ଜନସମାଗମ ହେବା ନେଇ ମଧ୍ଯ ସମ୍ଭାବନା ରହିଛି । ଏସବୁ ଦୃଷ୍ଟିରେ ରଖି ଜରୁରିକାଳୀନ ପଦକ୍ଷେପ ନେବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Odisha News: ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ SRC

Heat Wave: ଚଳିତ ସାଧାରଣ ନିର୍ବାଚନ (General Election 2024) ସମୟରେ  ଯେପରି ଅଂଶୁଘାତ ପରିଚାଳନା ସଠିକ୍ ଭାବେ ପରିଚାଳିତ ହେବ ସେନେଇ ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) ସତ୍ୟବ୍ରତ ସାହୁ (Satyabrata Sahu) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛନ୍ତି ।

ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Wave)  ନେଇ ସମ୍ଭାବନା ରହିଛି । ସେପଟେ ନିକଟରେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଆସନ୍ତା ୨ଟି ମାସରେ ନିର୍ବାଚନୀ ପ୍ରଚାର ସରଗରମ ହେବ । ନିର୍ବାଚନ ସମୟରେ ରାଲି ଓ ରାଜନୈତିକ କାର୍ଯ୍ୟକ୍ରମ ବୃଦ୍ଧି ପାଇବ । ଏନେଇ ବହୁ ଜନସମାଗମ ହେବା ନେଇ ମଧ୍ଯ ସମ୍ଭାବନା ରହିଛି । ଏସବୁ ଦୃଷ୍ଟିରେ ରଖି ଜରୁରିକାଳୀନ ପଦକ୍ଷେପ ନେବା ଲାଗି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୋମବାର ଏସଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତର ନିର୍ବାଚନ କମିଶନର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ଆଗୁଆ ଜରୁରିକାଳୀନ ପ୍ରସ୍ତୁତି କରିବାକୁ ଜିଲାପାଳଙ୍କୁ କୁହାଯାଇଛି। ଗ୍ରୀଷ୍ମ ଦାଉରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପାନୀୟ ଜଳ, ଅସ୍ଥାୟୀ ଆଶ୍ରୟସ୍ଥଳ, କାର୍ଯ୍ୟ ସମୟ ନିର୍ଘଣ୍ଟ, ସ୍କୁଲ ସମୟରେ ପରିବର୍ତ୍ତନ, ଉତ୍ତମ ଓ ଜରୁରିକାଳୀନ ଚିକିତ୍ସା ବ୍ୟବସ୍ଥା ଆଦି କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ସମନ୍ବୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତିକୁ ତଦାରଖ କରିବାକୁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ତୁରନ୍ତ ଅବଗତ କରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଥାଉ କି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ଚଳିତ ମାସ ୬ରେ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢେ ୮ରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍ ଜାରି କରାଯିବ । ମାର୍ଚ୍ଚରୁ ମେ ମାସ ମଧ୍ଯରେ ନିର୍ବାଚନ ପ୍ରକ୍ରିୟା ଜାରି ରହୁଥିବାରୁ ଏହି ସମୟ ମଧ୍ଯରେ ପ୍ରବଳ ଉତ୍ତାପ ଅନୁଭୂତ ହେବା ନେଇ ସମ୍ଭବନା ରହିଛି । ଏହାଦ୍ବାରା ସାଧାରଣ ଲୋକେ ଯେଭଳି ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ।