Bahanaga Train Tragedy: ପରିଚୟ ପାଇଲେନି ୨୮ ମୃତଦେହ! ଅନ୍ତିମ ସଂସ୍କାର କଲା ବିଏମସି
Advertisement

Bahanaga Train Tragedy: ପରିଚୟ ପାଇଲେନି ୨୮ ମୃତଦେହ! ଅନ୍ତିମ ସଂସ୍କାର କଲା ବିଏମସି

Odisha Train Accident: ସରିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ (Odisha Train Accident) ପ୍ରାଣ ହରାଇଥିବା ୨୮ ଅପରିଚିତ ମୃତଦେହର ଅନ୍ତିମ ସଂସ୍କାର । ଦୀର୍ଘ ସାଢ଼େ ୪ ମାସ ଧରି ପରିଚୟର ଅପେକ୍ଷାରେ ଏମ୍‌ସ ଶବ ସଂରକ୍ଷଣ ଗୃହରେ ପଡ଼ି ରହିଥିବା ୨୮ ପରିଚୟହୀନ ମୃତଦେହକୁ ମୁକ୍ତି ଦେଲା ବିଏମସି (BMC)  ।

ସୌ(ସୋସିଆଲ ମିଡିଆ)

Odisha Train Accident: ସରିଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ (Odisha Train Accident) ପ୍ରାଣ ହରାଇଥିବା ୨୮ ଅପରିଚିତ ମୃତଦେହର ଅନ୍ତିମ ସଂସ୍କାର । ଦୀର୍ଘ ସାଢ଼େ ୪ ମାସ ଧରି ପରିଚୟର ଅପେକ୍ଷାରେ ଏମ୍‌ସ ଶବ ସଂରକ୍ଷଣ ଗୃହରେ ପଡ଼ି ରହିଥିବା ୨୮ ପରିଚୟହୀନ ମୃତଦେହକୁ ମୁକ୍ତି ଦେଲା ବିଏମସି (BMC)  ।

ସୂଚନା ଅନୁଯାୟୀ, ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାର (Bahanaga Train tragedy) ଦୀର୍ଘ ମାସ ପରେ ବି ଚିହ୍ନଟ ହୋଇପାରିନଥିଲା ୨୮ ଟି ମୃତଦେହ । ଚିହ୍ନଟ ହୋଇନଥିବା ମୃତଦେହ ଗୁଡ଼କର ଅନ୍ତିମ ସଂସ୍କାର ପାଇଁ ଜିଲ୍ଲାପାଳଙ୍କୁ ସିବିଆଇ ପକ୍ଷରୁ ଚିଠି ଲେଖାଯାଇଥିଲା । ସିବିଆଇର (CBI) ଏହି ଚିଠି ପରେ ମୃତଦେହର ଅନ୍ତିମ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ବିଏମସି । ବଡ଼ି ଡିସପୋଜ (Body Dispose) ପାଇଁ ଗତ ଅଗଷ୍ଟ ୨୫ ତାରିଖରେ ସିବିଆଇ (CBI) ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଅକ୍ଟୋବର ୭ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ (khordha Collector) ଚିଠି ଲେଖିବା ପରେ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ବିଏମସି (BMC) । ଡିଏନଏ (DNA) ଟେଷ୍ଟ ପରେ ବି ମୃତଦେହ ଗୁଡିକର ପରିଚୟ ଚିହ୍ନଟ ହୋଇ ନ ପାରିନବାରୁ ସେଗୁଡ଼ିକୁ ଏମ୍ସ (AIIMS) ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲା । ତେବେ ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ଟା ବାଜି ୩୦ ମିନିଟରେ ବିଏମ୍‌ସି କଣ୍ଟେନରେ ପ୍ରଥମ ୩ଟି ମୃତଦେହକୁ ଏମ୍ସରୁ ଭରତପୁର ମଶାଣିକୁ ନିଆ ଯାଇଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜୁଇରେ ଶବ ରଖାଯାଇ ବିଧି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା । ଏହାପରେ ଶବ ବାହକ ଗାଡ଼ିରେ ଏମ୍‌ଏସରୁ ଭରତପୁର ମଣାଶିକୁ ଆସିଥିଲା ଗୋଟିଏ ପରେ ଗୋଟିଏ ମୃତଦେହ । ବହୁଦିନ ଧରି ଫ୍ରିଜର୍‌ରେ ରହିଥିବାରୁ ମୃତଦେହରେ ସହଜରେ ନିଆଁ ଧରିନଥିଲା ଫଳରେ ସେଥିରେ ଲୁଣ ଓ କିରୋସିନ ବ୍ୟବହାର କରାଯାଇଥିଲା । ତେବେ ବର୍ତ୍ତମାନେ ଏମ୍ସରେ କୌଣସି ମୃତଦେହ ନାହିଁ । ଦୁର୍ଘଟଣା ପରେ ଏମ୍ସକୁ ପ୍ରାୟ ୧୬୨ଟି ମୃତଦେହ ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବଳକା ମୃତଦେହର ଏକାଧିକ ଦାବିଦାର ଓ ଅନ୍ୟାନ୍ୟ ସମସ୍ୟା ହେତୁ ଡ଼ିଏନଏ ଟେଷ୍ଟ ତଥା ଦାବିଦାରଙ୍କୁ ମେଳ ପାଇଁ ଦିଲ୍ଲୀ ପଠାଯାଇଥିଲା । ତେବେ ଦ୍ବିତୀୟ ପର୍ଯ୍ୟାୟରେ ମୃତଦେହ ହସ୍ତାରନ୍ତର ପ୍ରକ୍ରିୟାରେ ଏମ୍ସରେ ୨୮ଟି ମୃତଦେହକୁ ସଂରକ୍ଷିତ ରଖାଯାଇଥିଲା ।

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ପ୍ରକାଶ ଥାଉ, ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ (Coromandel Express) ବାହାନଗାଠାରେ ଏକ ମାଲ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ୨ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ପରେ ସେହି ରୁଟ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।