ଦାୟିତ୍ବ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ତିଆନ୍
Advertisement
Article Detail0/zeeodisha/odisha1933527

ଦାୟିତ୍ବ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ତିଆନ୍

V.K Pandian: ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ (Jagannath Temple) ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ଭିକେ ପାଣ୍ଡିଆନ୍। 5- ଟିଓ ନବୀନ ଓଡିଶାର ଅଧ୍ଯକ୍ଷ (Chairman 5T and Nabin Odisha) ଭାବେ ଆଜି ପ୍ରଥମ ଥର ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି ପାଣ୍ଡିଆନ୍ (V.K Pandian) । ତେବେ ଭିକେ ପାଣ୍ଡିଆନ୍ ବଡି଼ ଭୋରୁ ଶ୍ରୀମନ୍ଦିରରେ (Jagannath Temple)  ପହଞ୍ଚି ଥିଲେ। 

ସୌ(ସୋସିଆଲ ମିଡିଆ)

V.K Pandian Visit Puri: ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ (Chairman 5T and Nabin Odisha) ଭାବେ ନୂଆ ଦାୟିତ୍ବ ଗ୍ରହଣ ପରେ ଭି.କେ ପାଣ୍ତିଆନ (V.K Pandian) ଆଜି ଭୋର ସମୟରେ ପୁରୀ (Puri) ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ (Jagannath Temple) ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ଭିକେ ପାଣ୍ଡିଆନ୍। 5- ଟିଓ ନବୀନ ଓଡିଶାର ଅଧ୍ଯକ୍ଷ (Chairman 5T and Nabin Odisha) ଭାବେ ଆଜି ପ୍ରଥମ ଥର ରତ୍ନବେଦୀରେ ବିରାଜିତ ମହାପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି ପାଣ୍ଡିଆନ୍ (V.K Pandian) । ତେବେ ଭିକେ ପାଣ୍ଡିଆନ୍ ବଡି଼ ଭୋରୁ ଶ୍ରୀମନ୍ଦିରରେ (Jagannath Temple)  ପହଞ୍ଚି ଥିଲେ। ସେଠାରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରି ଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହାପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ଉପରେ ଟିକନିକ୍ ଅନୁଧ୍ୟାନ କରିଥିଲେ । ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ପରିକ୍ରମା ପ୍ରକଳ୍ପ (Srimandir Parikrama Project) ଅଗ୍ରଗତି ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଠିକା ସଂସ୍ଥା ଟାଟା, ଓବିସିସି ଅଧିକାରୀ, ଏସପିଙ୍କ ସହ ଆଲୋଚନା କରିଥିଲେ। ଓବିସିସି ଓ ଟାଟା ପକ୍ଷରୁ ନକ୍ସା ଜରିଆରେ କାର୍ଯ୍ଯ ଚାଲୁଥିବା ଅବଗତ କରାଯାଇଥିଲା। ପୂର୍ବ ନକ୍ସା ଓ ବର୍ତ୍ତମାନର ନକ୍ସାକୁ ଅନୁଧ୍ୟାନ କରିଥିଲେ 5-ଟି ଅଧ୍ଯକ୍ଷ। କିଭଳି ଭାବେ ପରିକ୍ରମା ପ୍ରକଳ୍ପ ନିର୍ମାଣରେ କୌଣସି ତ୍ରୁଟି ବିଚ୍ଯୁତ୍ ରହିବ ନାହିଁ ସେ ଦିଗରେ ଯତ୍ନବାନ ହେବାକୁ ତାଗିଦ କରିଛନ୍ତି।

ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ (Srimandir Parikrama Project) ସାରିବାକୁ ଠିକା ସଂସ୍ଥା ଟାଟା ଓ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରାୟ ଜାନୁଆରୀ ୧୫ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ହେବାର ଯୋଜନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀସେତୁ ସମ୍ପୂର୍ଣ୍ଣ କରାଯିବା ସହ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ସିଧା ଦୋଳବେଦୀ କୋଣକୁ ଏକ ଆପ୍ରୋଚ ରୋଡ଼ ନିର୍ମାଣ କରାଯିବ। ଏଥିଲାଗି ଆଜି ଦୋଳବେଦୀ କୋଣରେ ଥିବା ବହୁ ପୁରାତନ ଭାଟିଆ ଧର୍ମଶାଳକୁ ଉଚ୍ଛେଦ କରାଯାଉଛି। ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ନିର୍ଦ୍ଦେଶରେ ଉଚ୍ଛେଦ ଆରମ୍ଭ ହୋଇଛି। ଏକାଧିକ ଜେସିପି, ଭାଇବ୍ରେଟର, ଟ୍ରାକ୍ଟର ଉଚ୍ଛେଦ କାର୍ଯ୍ଯରେ ଲାଗିଛନ୍ତି। ତେବେ ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଶ୍ରୀସେତୁ ଉପରେ ଆସି ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ। ସେଠାରୁ ଜଗନ୍ନାଥ ବଲ୍ଲଭରୁ (jagannath ballabh) ଦୋଳବେଦୀକୁ ଲାଗିବାକୁ ଥିବା ଆପ୍ରୋଚ ରୋଡରେ ଚାଲିଚାଲି ଶ୍ରୀମନ୍ଦିର ଆସିବାର କାର୍ଯ୍ଯକ୍ରମ ରହିଥିବା ଜଣାପଡିଛି। ଏଣୁ ଶ୍ରୀସେତୁ ଓ ଜଗନ୍ନାଥ ବଲ୍ଲଭ ଆପ୍ରୋଚ ରୋଡକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି 5-ଟି ଓ ନବୀନ ଓଡିଶା ଅଧ୍ଯକ୍ଷ।

Also Read-Weather Update: ରାଜ୍ୟରେ ଅନୁଭୂତ ହେଲାଣି ଶୀତ, ୧୫ ଡିଗ୍ରୀ ତଳେ ୫ ସହର

Also Read- Puri News: ଆଜି ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି