Odisha Weather:ରାଜ୍ୟରେ ଆହୁରି ୩ ଦିନ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ..
Advertisement
Article Detail0/zeeodisha/odisha1812291

Odisha Weather:ରାଜ୍ୟରେ ଆହୁରି ୩ ଦିନ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ..

Odisha Weather: ଲଗାତାର କିଛି ଦିନ ଧରି ରାଜ୍ୟରେ ମାତ୍ରାଧିକ ବର୍ଷା(Rain) ଯୋଗୁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏମିତି କି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା(Flood) ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।ତେବେ ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା କାଲି ଅର୍ଥାତ ୭ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ(Bhadrak) ଓ ବାଲେଶ୍ୱର ଜିଲ୍ଲାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୮ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ ଓ ଢେଙ୍କାନାଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ସବିଭାଗ। ଏଥି ସହ ୯ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର(Keonjhar), ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ(IMD) କେନ୍ଦ୍ର।

ସେପଟେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ସ୍ପର୍ଶ କରିଥିଲେ ସୁଦ୍ଧା ଗତ ଦିନ ମାନଙ୍କରେ ହୋଇଥିବା ବର୍ଷା ହେତୁ ରାଜ୍ୟରେ ୩% ଅଧିକ ବର୍ଷା ରେକର୍ଡ କରାଯାଇଛି। ଚଳିତ ଥର ରାଜ୍ୟରେ ଜୁନ୍ ମାସରେ ୩୫% ନିଅଣ୍ଟ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁଲାଇରେ ମଧ୍ୟ ବର୍ଷାର ପରିମାଣ ୧୨% ନିଅଣ୍ଟିଆ ହୋଇଥିଲା।ମାତ୍ର ଗତ ୫ ଦିନ ଧରି ଚାଲିଥିବା ଲଗାଣ ବର୍ଷା ନିଅଣ୍ଟିଆ ସ୍ଥିତିକୁ ଭରଣା କରିବା ସହ ୩% ଅଧିକ ବର୍ଷା ରାଜ୍ୟରେ ରେକର୍ଡ ହୋଇଥିବା କହିଛି ପାଣିପାଗ ବିଭାଗ।

ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୦୮ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକଠାରୁ ୬୫% ଅଧିକ ଥିବା କହିଛି ପାଣିପାଗ କେନ୍ଦ୍ର। ସେହିଭଳି ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ଅନୁଗୁଳ(Anugul), କନ୍ଧମାଳ, ଢେଙ୍କାନାଳ ଓ ମାଲକାନଗିରି ଆଦି ୮ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପଟରେ ରାଜ୍ୟର ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଭାବୀ ବର୍ଷା ଦେଖିବାକୁ ମିଳିଛି। ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।

Also Read: Ileana D'Cruz Baby Boy: ମାଆ ହେଲେ ଇଲିଆନା ଡି’କ୍ରୁଜ୍, ଫଟୋ ସହ କ୍ୟାପସନରେ ଲେଖିଲେ ପୁଅର ନାଁ

QR Code: ଏଣିକି ସ୍କାନ୍ କରି ଜାଣିପାରିବେ ଆପଣ ଖାଉଥିବା ମେଡ଼ିସିନ ଅସଲି ନା ନକଲି?