ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ
Advertisement
Article Detail0/zeeodisha/odisha2420773

ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ

ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ । ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହାସହ ଏଠାରେ ସୁଲଭ ମୂଲ୍ୟରେ  ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି । ସେହିଭଳି ଭାରତ ବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସିତ କରାଯାଇଥାଏ ।

ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ, ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବ

ଭୁବନେଶ୍ୱର : ପାତ୍ରପଡା ଆଦର୍ଶ ହୋମ ଠାରେ ଆଜି ଓଡ଼ିଶାର ପ୍ରଥମ ମାନସିକ ୱେଲନେସ କେନ୍ଦ୍ର ଉଦଘାଟନ ହୋଇଯାଇଛି । ଏହି ଆଦର୍ଶ ହୋମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନସିକ ରୋଗୀଙ୍କୁ କିଭଳି ଚିକିତ୍ସିତ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ । ଆଗାମୀ ଦିନରେ କିଭଳି ଭାବେ ଏହି ଆଦର୍ଶ ହୋମକୁ  ସାରା ଭାରତ ବର୍ଷରେ ଲୋକା ଦୃତ କରାଯାଇପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଠାରେ ମାନସିକ ରୋଗୀଙ୍କୁ ମେଡ଼ିସିନ ପ୍ରଦାନ ସହ ଥେରା ପ୍ରେଟିକ ଟ୍ରିଟମେଣ୍ଟ ଏବଂ କାଉନସେଲିଂ ଦିଆଯାଇଥାଏ । ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହାସହ ଏଠାରେ ସୁଲଭ ମୂଲ୍ୟରେ  ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା ରହିଛି । ସେହିଭଳି ଭାରତ ବର୍ଷର ସର୍ବ ପୁରାତନ ଆୟୁର୍ବେଦର ଶୈଳୀ ମାଧ୍ୟମରେ ଚିକିତ୍ସିତ କରାଯାଇଥାଏ ।

ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅମ୍ରିତ ପଟ୍ଟଯୋଶୀ, ନ୍ୟୁରୋ ସାଇକ ଆର୍ଟିଷ୍ଟ, ସମ୍ମାନିତ ଅତିଥି ଅଭିନେତା ବାବୁ ସାନ, ନ୍ୟୁରୋ ସାଇକ ଆର୍ଟିଷ୍ଟ ଡ. ଶୁଭେନ୍ଦୁ ନାରାୟଣ ମିଶ୍ର, ପ୍ରତିଷ୍ଠାତା  ଗୁରୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ପ୍ରଫେସର ଶ୍ରୀ ପଟ୍ଟଯୋଶୀ କହିଥିଲେ, ମଣିଷ ଜୀବନରେ ସୁରକ୍ଷା ପ୍ରଥମ । ବିଶେଷ କରି ମାନସିକ ରୋଗୀଙ୍କୁ ଏହା ଏକ ସୁରକ୍ଷା ଜୋନ ଭାବେ କାମ କରିବ । ଆମେ ଜାଣିଛୁ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା କେତେ କଷ୍ଟ । ପରିବାରରେ ବିଶେଷ କରି ଏ ସବୁ ଘଟଣା ଦେଖିବାକୁ ମିଳେ । ଏଣୁ ଆମକୁ ତାଙ୍କୁ ବୁଝାଇ ଆଣିବା କଷ୍ଟ । ମାନସିକ ରୋଗୀଙ୍କ ସହ ଉତ୍ତମ ଚିକିତ୍ସା ହେବା ଆବଶ୍ୟକ । ଆମେ ଜୀବନରେ ବଡ଼ ସ୍ବପ୍ନ ଦେଖିବା ଆବଶ୍ୟକ ।

ସେହିଭଳି ସମ୍ମାନିତ ଏଥିଭାବେ ଯୋଗଦେଇଥିବା ବାବୁସାନ ମହାନ୍ତି କହିଥିଲେ, ଏହା ଏଭଳି ଏକ ଅସୁବିଧା ଏହା ସମାଜର କୌଣସି ଗୋଷ୍ଠୀ ଦେଖେନି । ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ଏଭଳି ଏକ ଜାଗା ନିହାତି ଆବଶ୍ୟକ । ମୁଁ ବହୁତ ଖୁସି ଏଭଳି ଏକ ସେଣ୍ଟର ସହ ମୁଁ ଯୋଡି ହୋଇଥିବାରୁ । ଏହା ବିଶେଷ କରି ଯୁବପୀଢ଼ିଙ୍କୁ ସାହାଯ୍ୟ ହେବ ।

ଅନ୍ୟପଟେ ଡ. ଶ୍ରୀ ମିଶ୍ର କହିଥିଲେ ଯେ, ଆମର ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ରହିବ କିଭଳି ଉତ୍ତମ ଚିକିତ୍ସା ଦେଇପାରିବା ।  ଆପଣମାନଙ୍କ ପାଖରେ କେହି ନଥିଲେ ଏହି ଆଦର୍ଶ ହୋମ ଆପଣଙ୍କ ସାହାଯ୍ୟ ହେବ । ଏହାର ପ୍ରଚାର ପ୍ରସାର ଦାୟିତ୍ୱରେ ରହିଛନ୍ତି ମିଡ଼ିଆ ପ୍ଲାନର ମାର୍କେଟିଂ ହେଡ଼ ପ୍ରଣୟ ଜେଠୀ ।

Also Read- ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅରିନ୍ଦମ ସିଲ DAEIରୁ ନିଲମ୍ବିତ

Also Read- ନବ ଦମ୍ପତ୍ତି ମନୋଜ ମିଶ୍ର ଏବଂ ମମତାଙ୍କୁ ଚରିତ୍ରହୀନ କହିଲେ ପ୍ରଥମ ପତ୍ନୀ