Oil Pipeline: ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପଲାଇନରୁ ତେଲ ଲିକ୍
Advertisement
Article Detail0/zeeodisha/odisha2417770

Oil Pipeline: ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପଲାଇନରୁ ତେଲ ଲିକ୍

Oil Pipeline: ଘଟଣା ସ୍ଥଳରେ ତେଲ ବ୍ୟାରେଲ ସହିତ କିଛି ପାଇପ ପଡିଥିବାର ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କିଛି ଅସାଧୁ ବ୍ୟବସାୟୀ ଏଭଳି କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। ଏଭଳି ବାରମ୍ବାର ଘଟୁଥିଲେ ବିନା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଏହା ଉପରେ ଗୁରୁତ୍ବ ଦେଉନାହାନ୍ତି, କେବଳ ତେଲ ଲିକ୍ ସ୍ଥାନକୁ ମରାମତି କରି ଚୁପ୍ ହୋଇ ରହିଯାଉଛନ୍ତି।

Oil Pipeline: ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପଲାଇନରୁ ତେଲ ଲିକ୍

Oil Pipeline:(ନାରାୟଣ ବେହେରା) ପାରାଦୀପରେ ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପଲାଇନରୁ ତେଲ ଲିକ୍ ହୋଇଥିବା ସୂଚନା। ଶହ ଶହ ଲିଟର ତେଲ ନଷ୍ଟ ହୋଇଥିବା ଜଣାପଡିଛି। ପାରାଦୀପ ବାଉରୀଆପାଳନ୍ଦା ବସ୍ତି ନିକଟ ଦେଇ ଇଣ୍ଡିଆନ ଅଏଲ୍ ଟର୍ମିନାଲ୍ କୁ ଯାଇଥିବା ପାଇପ୍ ଲାଇନ୍ କୁ କେହି ଦୁର୍ବୁତ୍ତ କଣା କରି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ବିଳମ୍ବିତ ରାତ୍ରିରେ ଏହି ପାଇପ ଲାଇନରୁ ତେଲ ଲିକ୍ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ତେଲ ବ୍ୟାରେଲ ସହିତ କିଛି ପାଇପ ପଡିଥିବାର ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କିଛି ଅସାଧୁ ବ୍ୟବସାୟୀ ଏଭଳି କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। ଏଭଳି ବାରମ୍ବାର ଘଟୁଥିଲେ ବିନା କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ ଅଧିକାରୀ ଏହା ଉପରେ ଗୁରୁତ୍ବ ଦେଉନାହାନ୍ତି, କେବଳ ତେଲ ଲିକ୍ ସ୍ଥାନକୁ ମରାମତି କରି ଚୁପ୍ ହୋଇ ରହିଯାଉଛନ୍ତି।

ଟର୍ମିନାଲ ନିକଟରେ ବସ୍ତି ରହୁଥିବାରୁ ଅଗ୍ନିକାଣ୍ଡକୁ ନେଇ ଅନେକ ସମୟରେ ଭୟଭୀତ ଅବସ୍ଥାରେ ବସ୍ତିବାସିନ୍ଦା ରହୁ ଥିବାର କହିଛନ୍ତି ବସ୍ତିବାସିନ୍ଦା। ତେବେ ତେଲକୁ ନିୟନ୍ତ୍ରଣ କରିବା ପାଇଁ ଟର୍ମିନାଲ କତ୍ତୃପକ୍ଷ ପହଞ୍ଚି ଥିବା ବେଳେ ତେଲକୁ ନିୟନ୍ତ୍ରଣ କରା ଯାଇଥିବା ଜଣାପଡିଛି। ପାରାଦୀପ ବନ୍ଦର ରେ ଲାଗୁଥିବା ଜାହାଜରୁ ଇଣ୍ଡିଆନ ଅଏଲ ଟର୍ମିନାଲ କୁ ପାଇପ ଯୋଗେ ପେଟ୍ରୋଲ ଓ ଡିଜେଲ ଆସୁଥିବା ବେଳେ କଣା କରା ଯାଇଥିବା ପାଇପଲାଇନ୍ ଟି ପେଟ୍ରୋଲ ଥିବା ଜଣାପଡିଛି। ତେବେ ପେଟ୍ରୋଲ ର ଭୟ ଅଧିକ ଥିବାରୁ ସ୍ଥାନୀୟ ବାଉରୀଆ ପାଳନ୍ଦା ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କହିବା ସହିତ ଆଇଓସିଏଲ୍ ଟର୍ମିନାଲ୍ ପାଇପଲାଇନ୍ ର ସୁରକ୍ଷା କର୍ମୀ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ଏନେଇ କମ୍ପାନୀ କର୍ତ୍ତୃପକ୍ଷ କିଛି କହି ନଥିବା ବେଳେ ପାଇପଲାଇନ୍ ର ମରାମତି କାର୍ଯ୍ୟ ଜାରୀ ରହିଛି।