ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ
Advertisement
Article Detail0/zeeodisha/odisha2392953

ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ

Poisonous liquor: ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୁଲିସ।

ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଚିକିଟି ବିଷାକ୍ତ ମଦ୍ୟପାନ ଘଟଣାରେ ଏମକେସିଜି ମେଡ଼ିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଜୁର ବେହେରାଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଫୋନ କରି ସୂଚନା ଦେଇଛନ୍ତି ମୃତକଙ୍କ ସାନପୁଅ ଶିବ ବେହେରା। ମୃତକ ଚିକିଟି ଜେନାପୁର ବାସିନ୍ଦା। ଜୁର ବେହେରାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜେନାପୁରଠାରେ ମୃତକ ଜୁର ବେହେରାଙ୍କ ଶବ ରଖି ରାସ୍ତାରୋକ ଆରମ୍ଭ କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ଏବେବି ଆଇସିୟୁରେ ଆଉ ୨ ଜଣ ଭର୍ତ୍ତି ଅଛନ୍ତି। ମୋଟ୍ ୧୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଛି। 

ଚିକିଟି ଏନଏସି ଅନ୍ତର୍ଗତ କରବାଳୁଆ ଓ ଜେନାପୁରର ମାଉନ୍ଦୁପରୁ ଗାଁରୁ ଗତକାଲି ଏଭଳି ଘଟଣା ସାମ୍ନାକୁ ଆସିଥିଲା। ରନ୍ଧା ଦେଶୀ ମଦ ପ୍ରସ୍ତୁତରୁ ଏଭଳି ହୋଇଥିବା କୁହାଯାଉଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମଦ ମାଫିଆଙ୍କୁ ମିଶାଇ ୭ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୁଲିସ। ଦିଗପହଣ୍ଡି ଅଞ୍ଚଳର ମଦ ମାଫିଆ ହେଉଛନ୍ତି ସୁରେନ୍ଦ୍ର ମଲ୍ଲିକ। ଆଉ ତାଙ୍କ ସହଯୋଗ ହେଉଛନ୍ତି ନିରଞ୍ଜନ ମଲ୍ଲିକ। ଉଭୟ ନିୟମିତ ଭାବେ ଚିକିଟି ଥାନା ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଭାଟିକୁ ମଦ ଯୋଗାଇ ଆସୁଥିଲେ। ସୋମବାର ରାତିରେ ସେହି ମଦ ପିଇଥିଲେ କରଦାଲୁଧା ଓ ଜେନାପୁର ଗାଁର କେତେକ ଲୋକ। ଆଉ ମଦ ପିଇବା ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। 

ଚିକିଟି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ମୋଟ୍‌ ୨୧ ଜଣଙ୍କ ଭିତରୁ ୧୪ ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେମାନଙ୍କ ଭିତରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଜିଲ୍ଲାପାଳ ଓ ଅବକାରୀ କମିଶନର ମେଡିକାଲ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।