Plus 2 admissions: ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା, ଏହି ଦିନ ବାହାରିବ ପ୍ରଥମ ମେରିଷ୍ଟ ଲିଷ୍ଟ
Advertisement
Article Detail0/zeeodisha/odisha1715744

Plus 2 admissions: ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା, ଏହି ଦିନ ବାହାରିବ ପ୍ରଥମ ମେରିଷ୍ଟ ଲିଷ୍ଟ

Plus 2 admission: ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମ ଲେଖା । ଦିନ ୧୧ ଟାରେ ସାମନ ପୋର୍ଟାଲ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ଏଥିରେ ସ୍ପଟ୍ ଆଡ଼ମିଶମନରେ ସ୍ବଚ୍ଛାତା ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ସୌ(ସୋସିଆଲ ମିଡିଆ)

Plus 2 admission odisha: ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା । ଆସନ୍ତା ଜୁନ୍ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡ଼ମିଶନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମ ଲେଖା । ଦିନ ୧୧ ଟାରେ ସାମନ ପୋର୍ଟାଲ www.samsodisha.gov.inରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହୋଇଛି । ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଳ ପାଇବ । ଏଥିରେ ସ୍ପଟ୍ ଆଡ଼ମିଶମନରେ ସ୍ବଚ୍ଛାତା ପାଇଁ ଅନଲାଇନ ଆବେଦନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୁନ୍ ୨୯ ତାରିଖରୁ ଜୁଲାଇ ୫ ତାରିଖ ମଧ୍ଯରେ ନାମଲେଖା ଅନୁଷ୍ଠିତ ହେବ । ପରେ  ଅର୍ଥାତ୍ ୨୯ ଜୁଲାଇରୁ ପ୍ରଥମ ବର୍ଷର ପାଠପଢା ଆରମ୍ଭ ହେବ ।

ସୂଚନାଯୋଗ୍ୟ, ୨୮ ଜୁନରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବା ପରେ ଜୁଲାଇ ୧୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହାପରେ ୧୪ ତାରିଖରୁ ୧୭ ତାରିଖ ମଧ୍ଯରେ ଛାତ୍ରଛାତ୍ରୀ ମାନେ ରିର୍ପୋର୍ଟିଂ କରିବେ । ସ୍ପଟ୍ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ଯରେ ଛାତ୍ରଛାତ୍ରୀ ଚଏସ ଲକିଂ କରିପାରିବେ । ଜୁଲାଇ ୨୬ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ । ଏଥିରେ ସିଲେକ୍ଟ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖା ଜୁଲାଇ ୨୬ରୁ ୨୭ ମଧ୍ଯରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ସମୟରେ ଜୁଲାଇ ୨୯ ତାରିଖରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରକାଶ ଥାଉ କି, ଏଥର କେବଳ ଅନଲାଇନ ମାଧ୍ଯମରେ ନାମଲେଖା ଅନୁଷ୍ଠିତ ହେବ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୦୦ ଟଙ୍କା ରହିଥିବା ବେଳେ ଅନ୍ୟ ବର୍ଗଙ୍କ ଲାଗି ୧୦୦ ଟଙ୍କା ରଖାଯାଇଛି । ସେପଟେ ଯୁକ୍ତ ୨ ନାମଲେଖା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ସିଟ୍ ଅଭାବରୁ ମନ ପସନ୍ଦର କଲେଜରେ ସିଟ୍ ମିଳିବ କି ନାହିଁ ସେ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ କି ନାହିଁ ସେ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ମଧ୍ଯ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ୧୦୬ଟି ହାଇସ୍କୁଲକୁ ଦ୍ବାଦଶ ଯାଏ ଅପଗ୍ରେଡ଼ କରାଯାଇଛି । ଯେଉଁଠି ପ୍ରାୟ ୧୩ ହଜାର ସିଟ୍ ଅଛି । ତଥାପି କିଛି ସ୍ଥାନରେ ସିଟ୍ ବଢାଇବା ପାଇଁ ଚିନ୍ତା କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଚଳିତ ବର୍ଷଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୱାଇ-ଫାଇ ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ ୱାନ୍ ଜିବି ଡ଼ାଟା ଫ୍ରି ଦେବାକୁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶ ଥାଉ କି, ଚଳିତ ମଇ ୧୮ ତାରିଖ ଦିନ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ (Odisha Matric Exam 2023) । ଚଳିତ ବର୍ଷ ମୋଟ ପାସ ହାର ୯୬.୧୯ ପ୍ରତିଶତ ରହିଥିବା ବେଳେ ରେଗୁଲାର ପାସ ହାର ରହିଛି ୯୬.୪୦% । ଏହି ବର୍ଷ ମୋଟ ୫୦୫୪୦୪ ଜଣ ଛାତ୍ରଛାତ୍ରୀ ପାସ କରିଥିଲେ। ସେମାନଙ୍କ ମଧ୍ୟରୁ ୨୫୧୨୯୮ ଜଣ ଛାତ୍ର ରହିଥିବା ବେଳେ ୨୫୭୧୦୬ ଜଣ ଛାତ୍ରୀ ଥିବା ଜଣାପଡ଼ିଛନ୍ତି । ତେବେ ଚଳିତ ବର୍ଷ ପୁଣିଥରେ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଥିଲେ ଛାତ୍ରୀ । ଏଥର ଛାତ୍ରୀଙ୍କ ପାସହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୯୫.୭୪% । ସେପଟେ କଟକ ଓ ଜଗତସଂହପୁର ଜିଲ୍ଲାରେ ମାଟ୍ରିକ ରେଜଲ୍ଟ ପାସ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲାକାନଗିରିରେ ପାସହାର ସର୍ବନିମ୍ନ ୯୨.୬୮ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଏବର୍ଷ ମାଟ୍ରିର ପରୀକ୍ଷା ଫଳ ଭଲ ହୋଇଛି ।

ଏହା ବି ପଢନ୍ତୁ-Marriage Surprize: ପତ୍ନୀଙ୍କୁ ସରପ୍ରାଇଜ୍ ଦେବାକୁ ଘରକୁ ଯାଉଥିଲେ, ଶବ ହୋଇ ଲୁହ ଦେଲେ