ପରୀ ହତ୍ୟା ମାମଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ
Advertisement

ପରୀ ହତ୍ୟା ମାମଲା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଯୁକ୍ତ ସରୋଜ

Crime News: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୁକ୍ତ ସରୋଜ ସେଠୀ । ସେ ନୟାଗଡ଼ ସେସନ୍ସ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରିବା ସହ ଓକିଲଙ୍କ ପରାମର୍ଶକ୍ରମେ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ପରୀ ଘଟଣାର ପ୍ରାୟ ସାଢ଼େ ୪ ବର୍ଷ ବିତିଯିବା ପରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟ ରାୟ ଶୁଣାଇଥିଲେ । ଯେଉଁଥିରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରାୟ ରହିଥିଲା ।

ସୂଚନାଯୋଗ୍ୟ, ଘର ସାମ୍ନାରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଥିଲା ୫ ବର୍ଷର କୁନିଝିଅ ପରୀ । ପରିବାର ଲୋକେ ଅନେକ ଖୋଜାଖୋଜି କରି ନପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପରୀ ନିଖୋଜ ମାମଲାର ଲିଖିତ ଅଭିଯୋଗ ରଖିନଥିଲା ପୋଲିସ । ରାଜନୈତିକ ଚାପରେ ପୋଲିସ୍ ମାମଲା ରୁଜୁ କରୁନଥିବା କୁହାଯାଉଥିଲା । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଓ ପ୍ରତିବାଦ ଦେଖିବାକୁ ମିଳିଥିଲା । ପରେ ମାମଲାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏସଆଇଟି ତଦନ୍ତ ହେବା ନେଇ ନିର୍ଦ୍ଦେଶ ଦେବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ବରିଷ୍ଠ ଆଇପିଏସ୍‌ ଅଫିସର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀ ନିଖୋଜ ମାମଲାର ତଦନ୍ତ ଭାର ସମ୍ଭାଳିଥିଲେ । ପରେ ଏକ ଅଖା ଭିତରୁ ଗଳିତ ହାଡ କଙ୍କାଳ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ପରୀ ହତ୍ୟା ଘଟଣାରେ ଜଣକୁ ଗିରଫ କରିଥିଲା ।

Also Read- Hand Transplant: ଦୁଇ ହାତ ହରାଇଥିଲେ ବ୍ୟକ୍ତି, ଏବେ ଫେରିପାଇଲେ....

Also Read- Odisha Temperature: କଲବଲ କରୁଛି ତାତି, ସର୍ବୋଚ୍ଚ ତାପମାତ୍ରା ଛୁଇଁଲା ୩୮