ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଧୁମଧାମ୍ ରେ ଜନ୍ମାଷ୍ଟମୀ ପାଳିତ ହୋଇଛି।
ଭୁବନେଶ୍ବରରେ ଥିବା ଓଲ୍ଡ ଟାଉନ୍ ନିକଟ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଛି।
ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଲଗାଇଥିଲେ।
ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଏ।
କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଲୀଳାମୟ ଠାକୁର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଧୁମଧାମ୍ ରେ ପାଳନ କରାଯାଏ।
ट्रेन्डिंग फोटोज़